Videos
|
Odisha

ଗଛକୁ ରାକ୍ଷୀ ବାନ୍ଧିଲେ ଗାଁ ଲୋକେ

Smruti Parija
Browse all articles by Smruti Parija
·2 years ago·1 min read
ଗଛକୁ ରାକ୍ଷୀ ବାନ୍ଧିଲେ ଗାଁ ଲୋକେ

ମୟୂରଭଞ୍ଜ:  ରାକ୍ଷୀ ପୂର୍ଣ୍ଣିମା ଆସିଲେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ କୁଳପଶି ପଂଚାୟତର ସିଙ୍ଗିଡା ଗ୍ରାମରେ ଖୁସିର ଲହରୀ ଖେଳିଯାଏ ।  2000 ମସିହାରୁ ଗ୍ରାମବାସୀମାନେ ରାକ୍ଷୀ ପୂର୍ଣ୍ଣିମାରେ ଗ୍ରାମର ଜଙ୍ଗଲରେ ଶାଳ ଗଛକୁ ପୂଜା କରିବା ପରେ ଗ୍ରାମବାସୀ  ଗଛରେ ରାକ୍ଷୀ ବାନ୍ଧି ନିଜର ପରିବାର ସହିତ ଯୋଡ଼ିଥାନ୍ତି । 

ଏହି ପରମ୍ପରା ଆଜକୁ 24 ବର୍ଷ ହେବ ପାଳନ ହୋଇଆସୁଛି । ପ୍ରଥମେ ଶାଳ ଗଛର ଚତୁଃର୍ପାଶ୍ୱକୁ ପରିଷ୍କାର କରି ସଜାଇଥାନ୍ତି ଗ୍ରାମବାସୀ । ଗ୍ରାମର ଦେହୁରୀ ପ୍ରଥମେ ଗଛକୁ ପୂଜା କରିବା ପରେ ଗ୍ରାମର ମହିଳାମାନେ ଗଛରେ ହାତ ତିଆରି ରାକ୍ଷୀ ବାନ୍ଧିଥାନ୍ତି। 

ଏହି ଉତ୍ସବରେ ବନବିଭାଗର ଅଧିକାରୀ, କର୍ମଚାରୀ ସମସ୍ତେ ଗ୍ରାମବାସୀଙ୍କ ସହିତ ଭାଇଚାରା ବନାଇବା ସହିତ ଶାଳ ଗଛରେ ରାକ୍ଷୀ ବାନ୍ଧି ଜଙ୍ଗଲର ସୁରକ୍ଷା ଦେଇଥାନ୍ତି ଏବଂ ନିଜର ପରିବାରର ସଦସ୍ୟ  ଭାବେ ଗ୍ରହଣ କରିଥାନ୍ତି ବୋଲି ବିଶ୍ୱାସ ରହିଛି ।  ତେଣୁ ଏହି ପରମ୍ପରା ଏକ ନିଆରା, ତେଣୁ ଏହି ଉତ୍ସବକୁ ଗ୍ରାମର ଛୁଆରୁ ନେଇକି ବୃଦ୍ଧା ସମସ୍ତେ ଆନନ୍ଦ ଉଲ୍ଲାସରେ ପାଳନ କରିଥାନ୍ତି । 

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: