Chandrika Death Mystery / ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାରେ ମୁହଁ ଖୋଲିଲେ ଚନ୍ଦ୍ରିକାଙ୍କ ଭାଇ,୪୨ ଫୁଟ୍ ଉପରୁ ତଳକୁ ପଡ଼ି କ୍ଷତାକ୍ତ ହୋଇ ନଥିବାରୁ କଲେ ସନ୍ଦେହ
·3 months ago·2 min read

Key Points
ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣା
ମୁହଁ ଖୋଲିଲେ ଚନ୍ଦ୍ରିକାଙ୍କ ମାମୁ ପୁଅ ଭାଇ
ଚନ୍ଦ୍ରିକାଙ୍କୁ ମାରି ଫୋପାଡ଼ି ଦିଆଯାଇଥିବା ଆଣିଲେ ଅଭିଯୋଗ
୪୨ ଫୁଟ୍ ଉପରୁ ତଳକୁ ପଡ଼ି କ୍ଷତାକ୍ତ ହୋଇ ନଥିବାରୁ ସନ୍ଦେହ

ଉଦଳା,୦୮/୦୬: ଉଦଳା ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାରେ ମୁହଁ ଖୋଲିଲେ ଭୁବନେଶ୍ବରରେ ରହୁଥିବା ଚନ୍ଦ୍ରିକାଙ୍କ ମାମୁ ପୁଅ ଭାଇ ଭଗବାନ ହାଁସଦା । ଚନ୍ଦ୍ରିକାଙ୍କ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠାଇବା ସହ ଚନ୍ଦ୍ରିକାଙ୍କୁ ହତ୍ୟା କରାଯାଇ ଫୋପାଡ଼ି ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି । ୪୨ ଫୁଟ୍ ଉପରୁ ତଳକୁ ପଡ଼ି କ୍ଷତାକ୍ତ ହୋଇ ନଥିବାରୁ ସନ୍ଦେହ ହେଉଥିବା କହିଛନ୍ତି ଭଗବାନ ହାଁସଦା।
ସବୁବେଳେ ହସଖୁସିରେ ରହୁଥିବା ଚନ୍ଦ୍ରିକା ଘଟଣା ପୂର୍ବରୁ ଭୁବନେଶ୍ୱର ଯାଇଥିଲା । ଗୁରୁବାର ଦିନ ଅର୍ଥାତ ଚନ୍ଦ୍ରିକାଙ୍କର ମୃତଦେହ ମିଳିବା ଦିନ ହିଁ ତାଙ୍କ ସହ ମୁଭି ଦେଖିବାକୁ ଯିବେ ବୋଲି ଫାଇନାଲ କରିଥିଲା । ହେଲେ ସେହିଦିନ ଚନ୍ଦ୍ରିକାଙ୍କ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠାଇଛନ୍ତି ତାଙ୍କ ମାମୁ ପୁଅ । ସେ ଆହୁରି କହିଛନ୍ତି, ମନ ଦୁଃଖର କାରଣ ପଚାରିବାରୁ ଜୀବନରେ କାହାକୁ ସହଜରେ ବିଶ୍ୱାସ କରିବୁ ନାହିଁ ବୋଲି ତାଙ୍କୁ କହିଥିଲେ ଚନ୍ଦ୍ରିକା । ଅନେକ ଥର ଚନ୍ଦ୍ରିକା ତାଙ୍କ ପୁରୁଷ ବନ୍ଧୁଙ୍କ ସହିତ ଭୁବନେଶ୍ୱରରେ ବୁଲିବାକୁ ଯାଇଥିଲେ।
ଗତକାଲି `ଅର୍ଗସ୍'ରେ ବଡ଼ ଖୁଲାସା କଲେ ମୃତ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମା' ହୀରାମଣି ହାଁସଦା। ଚନ୍ଦ୍ରିକା ସୁନ୍ଦରୀ ଓ ସଫା ନୁହେଁ ବୋଲି ସବୁବେଳେ କହୁଥିଲା ତାର ପୁରୁଷ ବନ୍ଧୁ। ସେଥିପାଇଁ ବାଧ୍ୟ ହୋଇ ସେ କଳାରୁ ଗୋରା ହେବାକୁ ୭ଟି ଇଞ୍ଜେକସନ୍ ନେଇଥିଲା। ପୁରୁଷ ବନ୍ଧୁ ଓ ଦ୍ବିତୀୟ ପ୍ରେମିକା ମିଶି ଚନ୍ଦ୍ରିକାଙ୍କୁ ହତ୍ୟା କରିଥିବା ଆଣିଥିଲେ ସାଂଘାତିକ ଅଭିଯୋଗ।
ପଢନ୍ତୁ ଏହି ଖବର: କନଷ୍ଟେବଲଙ୍କ ନିଆଁରେ ପୋଡ଼ି ଗୁରୁତର ହେବା ଘଟଣାରେ ନୂଆମୋଡ଼, ନିଜେ କନଷ୍ଟେବଲ ଆଶୁତୋଷଙ୍କ ସାଙ୍ଘାତିକ ବୟାନ, ସ୍ତ୍ରୀ ଏବଂ ଶାଳକ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦିନ ଗଡ଼ିବା ସହ ଅଧିକ ରହସ୍ୟ ଘେରକୁ ଯାଉଛି ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହାଁସଦାଙ୍କ ମୃତ୍ୟୁ ଘଟଣା । କାଠଯୋଡ଼ି ନଦୀରୁ ଚନ୍ଦ୍ରିକାଙ୍କ ମୃତଦେହ ମିଳିବା ପରଠାରୁ ଖୋଲୁଛି ଗୋଟିଏ ପରେ ଗୋଟିଏ ଦିଗ।ପ୍ରେମିକର ପ୍ରତାରଣା ଓ ମାନସିକ ନିର୍ଯାତନା ଯୋଗୁଁ ଚନ୍ଦ୍ରିକାଙ୍କ ଜୀବନ ଯାଇଥିବା ପରିବାରଲୋକେ ଏତଲା ଦେଇଥିବାବେଳେ ତ୍ରିକୋଣୀୟ ପ୍ରେମ କାହାଣୀ ବି ସାମ୍ନାକୁ ଆଣିଥିଲେ ପରିବାର।
ସେପଟେ ଭୁବନେଶ୍ୱର ରେ ରହୁଥିବା ଚନ୍ଦ୍ରିକାଙ୍କ ପିଉସୀ ଝିଅ ଭଉଣୀ ରଶ୍ମୀତା ଖୋଲିଛନ୍ତି ଆଉ ଏକ ସତ । ପୁରୁଷ ବନ୍ଧୁ ସହ ମନୋ ମାଳିନ୍ୟ ପରଠାରୁ ଡାଏରୀ ଲେଖୁଥିଲେ ଚନ୍ଦ୍ରିକା । ଚନ୍ଦ୍ରିକା ଓ ରଶ୍ମୀତା ଦୁହେଁ ଗୋଟିଏ ପ୍ରକାର ଡାଏରୀ କିଣିଥିଲେ । ସେହି ଡାଏରୀରେ ଚନ୍ଦ୍ରିକା ସବୁ ଲେଖୁଥିଲେ, କାହାରିକୁ ଦେଖାଇନଥିଲେ, ଘଟଣା ପୂର୍ବରୁ ଭୁବନେଶ୍ୱର ଯାଇଥିବା ବେଳେ ଚନ୍ଦ୍ରିକା ସେ ଡାଏରୀ ନେଇ ଲେଖିଥିବା କହିଛନ୍ତି ତାଙ୍କ ଭଉଣୀ । ହେଲେ ସେହି ଡାଏରୀ ତାଙ୍କ ଘରେ ନାହିଁ ବା ପୋଲିସ ଜବତ କରିଥିବା ତାଙ୍କ ବ୍ୟାଗରେ ନାହିଁ । ଡାଏରୀ କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛନ୍ତି ରଶ୍ମିତା ।

Related Topics
Explore more stories