Student Death Mystery / ଡାକ୍ତରୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣାରେ ନୂଆ ମୋଡ଼: ପ୍ରେମିକ ଏବଂ ଅନ୍ୟ ଜଣେ ଯୁବତୀ ହତ୍ୟାକରି ଫିଙ୍ଗି ଦେଇଥିବା ଅଭିଯୋଗ ଆଣିଲେ ପରିବାର
·3 months ago·2 min read

Key Points
ଡାକ୍ତରୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣାର ନୂଆ ମୋଡ଼
ହତ୍ୟାର ଅଭିଯୋଗ ଆଣିଛନ୍ତି ପରିବାର ସଦସ୍ୟ
ଛାତ୍ରୀଙ୍କ ପ୍ରେମିକ ଏବଂ ଅନ୍ୟ ଜଣେ ଯୁବତୀ ହତ୍ୟା କରିଥିବା ଅଭିଯୋଗ
ଗତକାଲି କାଠଯୋଡ଼ିରୁ ଡାକ୍ତରୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା
ହତ୍ୟାର ଅଭିଯୋଗ ଆଣିଛନ୍ତି ପରିବାର ସଦସ୍ୟ
ଛାତ୍ରୀଙ୍କ ପ୍ରେମିକ ଏବଂ ଅନ୍ୟ ଜଣେ ଯୁବତୀ ହତ୍ୟା କରିଥିବା ଅଭିଯୋଗ
ଗତକାଲି କାଠଯୋଡ଼ିରୁ ଡାକ୍ତରୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା
କଟକ,୦୫/୦୬: କାଠଯୋଡ଼ିରୁ ଡାକ୍ତରୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣାରେ ନୂଆ ମୋଡ଼ । ଡାକ୍ତରୀ ଛାତ୍ରୀଙ୍କୁ ତାଙ୍କ ପ୍ରେମିକ ଏବଂ ଅନ୍ୟ ଜଣେ ଯୁବତୀ ହତ୍ୟାକରି ଫିଙ୍ଗି ଦେଇଥିବା ଅଭିଯୋଗ ଆଣିଛନ୍ତି ପରିବାର ସଦସ୍ୟ । ବାଲେଶ୍ୱର ଫକୀର ମୋହନ ମେଡିକାଲ କଲେଜର ଏମବିବିଏସ ତୃତୀୟ ବର୍ଷ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କର ମୃତଦେହ ଗତକାଲି କାଠଯୋଡ଼ି ପୋଲ ତଳୁ ମିଳିଥିଲା । ଯାହାକି ମୃତକ ଚନ୍ଦ୍ରିକାଙ୍କ ଘର ଉଦଳା ଥାନା ରାଇଦାଣ୍ଡିଆ ଗ୍ରାମରେ । ଝିଅର ମୃତଦେହ ପଡ଼ିଥିବା ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିବାବେଳେ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ।
ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ତାଙ୍କ ଝିଅ ଭୀମସେନ ପ୍ରସାଦ ଟୁଡୁଙ୍କୁ ଭଲ ପାଉଥିଲେ ଏବଂ ଉଭୟ ଦୀର୍ଘ ବର୍ଷ ହେବ ସମ୍ପର୍କରେ ଥିଲେ । ଏପରିକି ଉଭୟ ୨୦୨୭ ରେ ବିବାହ କରିବେ ବୋଲି ଚନ୍ଦ୍ରିକାଙ୍କ ବୟଫ୍ରେଣ୍ଡ ପ୍ରତିଶୃତି ଦେଇଥିଲେ। ହେଲେ ଏ ସବୁ ଭିତରେ ଉଭୟଙ୍କ ପ୍ରେମ ସମ୍ପର୍କ ମଧ୍ୟରେ ଆଉ ଜଣେ ଯୁବତୀ ପଶିବା ପରେ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ଯାହା ପରେ ଭୀମସେନ ଅନେକ ସମୟରେ ଚନ୍ଦ୍ରିକାଙ୍କୁ ନିର୍ଯ୍ୟାତନା ଦେଇ ଆସୁଥିଲେ । ତେଣୁ ଚନ୍ଦ୍ରିକାଙ୍କ ବୟଫ୍ରେଣ୍ଡ ଭୀମସେନ ଏବଂ ସ୍ଵାତି ମିଳିତ ଭାବେ ଚନ୍ଦ୍ରିକାକୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ତାଙ୍କ ମା ଏବଂ ଭାଇ।
ପଢନ୍ତୁ ଏହି ଖବର: କବିସୂର୍ଯ୍ୟନଗର ହାଜତ ମୃତ୍ୟୁ ମାମଲା: HRPCରେ ହାଜର ହେଲେ ମୃତ ସୁଶାନ୍ତଙ୍କ ପରିବାର
ଗତକାଳି କଟକ କାଠଯୋଡ଼ିରୁ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବମଙ୍କର ଶବ ମିଳିଥିଲା। ନେତାଜୀ ସୁଭାଷ ସେତୁରେ ପଡ଼ିଥିବା ତାଙ୍କ ବ୍ୟାଗ ଓ ଚପଲ ପୁଲିସ ଜବତ କରିଥିଲା ମୃତ୍ୟୁ ପଛରେ ପ୍ରେମ ସଂପର୍କକୁ ନେଇ ବିବାଦ ଥିବା କୁହାଯାଉଛି । ଏହା ହତ୍ୟା ନା ଆତ୍ମହତ୍ୟା ସେ ନେଇ ପୁଲିସ ତଦନ୍ତ କରୁଛି। ଯୁବତୀଙ୍କ ମୋବାଇଲ ସିଡିଆର୍ ପୁଲିସ ମାଗିଥିବା ବେଳେ ସିଡିଆର ପୁଲିସର ହସ୍ତଗତ ହେଲେ ମୃତ୍ୟୁ ପଛର ରହସ୍ୟ ସାମନାକୁ ଆସିପାରିବ ବୋଲି ବାରଙ୍ଗ ଥାନା ପୋଲିସ କହିଛି । ବାଲେଶ୍ଵର ଜିଲ୍ଲା ଫକିରମୋହନ ମେଡିକାଲ୍ କଲେଜର ଏମବିବିଏସ ତୃତୀୟ ବର୍ଷ ଛାତ୍ରୀ ଥିଲେ ଚନ୍ଦ୍ରିକା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗତକାଲି ସକାଳ ୬ଟା ବେଳେ ପ୍ରାତଃ ଭ୍ରମଣରେ ଯାଉଥିବା କିଛି ଲୋକ ନେତାଜୀ ସେତୁ ଉପରେ ଏକ ବାଇଗେଣି ରଙ୍ଗର ବ୍ୟାଗ୍ ଓ ଚପଲ ପଡିଥିବା ଦେଖିବାକୁ ପାଇଥିଲେ । ସେତୁ ତଳେ ଜଣେ ଯୁବତୀ ଭାସୁଥିବା ଦେଖିବାକୁ ମିଳିଥିଲା । ବାରଙ୍ଗ ଥାନା ପୁଲିସ ଓ ବାରଙ୍ଗ ଅଗ୍ନିଶମ କେନ୍ଦ୍ରର କର୍ମଚାରୀ ସେଠାରେ ପହଞ୍ଚି ପାଣିରୁ ମୃତ ଯୁବତୀଙ୍କୁ ଉଦ୍ଧାର କରିଥିଲା। ବ୍ୟାଗ୍ ଯାଞ୍ଚ ପରେ ସେଥିରେ ଥିବା କାଗଜପତ୍ରରୁ ସେ ଚନ୍ଦ୍ରିକା ବୋଲି ଜଣାପଡ଼ିଥିଲା । ବାରଙ୍ଗ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା(କେସ୍ ନଂ ୨୧) ରୁଜୁ କରିବା ପରେ କଟକ ବଡ଼ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରିଥିଲା। ପରିବାର ଲୋକେ ଏସସିବିରେ ପହଞ୍ଚି ଶବ ଚିହ୍ନଟ ପରେ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା। ସ୍ଥାନୀୟ ଅଞ୍ଚଳରେ ସିସି କ୍ୟାମେରା ନଥିବାରୁ ପୁଲିସ ସିଡିଆର ଯାଞ୍ଚ କରୁଛି। କେଉଁ ପରିସ୍ଥିତିରେ ଚନ୍ଦ୍ରିକା ନେତାଜୀ ସେତୁରେ ପହଞ୍ଚିଲେ, ସେ ନେଇ ଯାଞ୍ଚ କରାଯାଉଛି। ଅନ୍ୟପଟେ ଏସସିବି ଏଫଏମଟି ବିଭାଗ ଡାକ୍ତର ଶବ ବ୍ୟବଚ୍ଛେଦ ପରେ ଶରୀରରେ କୌଣସି କ୍ଷତ ଚିହ୍ନ ନଥିବା ସ୍ପଷ୍ଟ କରିଛନ୍ତି।
Related Topics
Explore more stories