Triangle Love Allegation / ତ୍ରିକୋଣୀୟ ପ୍ରେମରୁ ଡାକ୍ତରୀ ଛାତ୍ରୀଙ୍କ ମୃତ୍ୟୁ ! OAS ପୁରୁଷ ବନ୍ଧୁ ଓ ଯୁବତୀଙ୍କ ବିରୋଧରେ ଏତଲା
·3 months ago·3 min read

Key Points
କାଠଯୋଡ଼ିରୁ ଡାକ୍ତରୀ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣା
ସାମ୍ନାକୁ ଆସିଲା ‘ତ୍ରିକୋଣୀୟ ପ୍ରେମ’ର ଦିଗ
ପ୍ରେମିକ ଓ ବାନ୍ଧବୀଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଲେ ପରିବାର
ବାରଙ୍ଗ ଥାନାରେ ଏତଲା ଦାୟର କଲେ ପରିବାର
ସାମ୍ନାକୁ ଆସିଲା ‘ତ୍ରିକୋଣୀୟ ପ୍ରେମ’ର ଦିଗ
ପ୍ରେମିକ ଓ ବାନ୍ଧବୀଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଲେ ପରିବାର
ବାରଙ୍ଗ ଥାନାରେ ଏତଲା ଦାୟର କଲେ ପରିବାର
କଟକ,୬/୬:କାଠଯୋଡ଼ି ନଦୀରୁ ମୟୂରଭଞ୍ଜର ମେଧାବୀ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହାଂସଦାଙ୍କ ମୃତଦେହ ମିଳିବା ଘଟଣା ଏବେ ଏକ ନୂଆ ତଥା ସଂଗୀନ ମୋଡ଼ ସାମ୍ନାକୁ ଆସିଛି। ଏହି ରହସ୍ୟଜନକ ମୃତ୍ୟୁ ପଛରେ ଏକ 'ତ୍ରିକୋଣୀୟ ପ୍ରେମ' କାହାଣୀ ଥିବା ଏବଂ ଏଥିପାଇଁ ଚନ୍ଦ୍ରିକାଙ୍କ ଓଏଏସ୍ (OAS) ପ୍ରେମିକ ଓ ତାଙ୍କର ଜଣେ ମହିଳା ବାନ୍ଧବୀ ଦାୟୀ ବୋଲି ପରିବାର ପକ୍ଷରୁ ସଂଗୀନ ଅଭିଯୋଗ ଅଣାଯାଇଛି। ଦୀର୍ଘ ୧୪ ବର୍ଷର ନିବିଡ଼ ପ୍ରେମ ସମ୍ପର୍କ ପରେ ପ୍ରେମିକଙ୍କ ପ୍ରତାରଣା ଓ ମାନସିକ ନିର୍ଯାତନା ଯୋଗୁଁ ଚନ୍ଦ୍ରିକାଙ୍କ ଜୀବନ ଯାଇଥିବା ନେଇ ବାରଙ୍ଗ ଥାନାରେ ଏକ ଲିଖିତ ଏତଲା ଦାୟର ହୋଇଛି।
ଅନ୍ୟପଟେ ମୃତକଙ୍କ ମା’ ବାରଙ୍ଗ ଥାନାରେ ଉଭୟ ଯୁବକ ଓ ଯୁବତୀଙ୍କ ବିରୋଧରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।ମୃତ ଚନ୍ଦ୍ରିକାଙ୍କ ମା’ ହାରାମଣି ହାଂସଦା ଥାନାରେ ଦେଇଥିବା ଅଭିଯୋଗ ଅନୁସାରେ, ଦୀର୍ଘ ୧୪ ବର୍ଷ ତଳେ ମୟୂରଭଞ୍ଜ ବେତନଟୀ ଅଞ୍ଚଳର ଏକ ନବୋଦୟ ବିଦ୍ୟାଳୟରେ ପଢ଼ୁଥିବା ବେଳେ ବଡ଼ସାହି ଥାନା ଅନ୍ତର୍ଗତ ସାକୁଆ (ସଂକୁଚା) ଗାଁର ଜଣେ ସହପାଠୀଙ୍କ ସହ ଚନ୍ଦ୍ରିକାଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏହି ସମ୍ପର୍କ ବିଷୟରେ ଉଭୟ ପରିବାର ପୂର୍ବରୁ ଅବଗତ ଥିଲେ। ପରବର୍ତ୍ତୀ ସମୟରେ ଚନ୍ଦ୍ରିକା ବାଲେଶ୍ଵରର ଫକୀର ମୋହନ ମେଡିକାଲ କଲେଜରେ ତୃତୀୟ ବର୍ଷ ଏମବିବିଏସ୍ (MBBS) ପଢ଼ୁଥିବା ବେଳେ ତାଙ୍କ ପ୍ରେମିକ ଓଡ଼ିଶା ସିଭିଲ ସର୍ଭିସେସ୍ (OCS) ପାଇଁ ପ୍ରସ୍ତୁତି କରୁଥିଲେ। ଗତବର୍ଷ ପ୍ରେମିକ ଜଣକ ଓସିଏସ୍ ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ଚନ୍ଦ୍ରିକା ମଧ୍ୟ ନିଜ ଡାକ୍ତରୀ ପଢ଼ା ସାରି ପ୍ରଶିକ୍ଷଣ ନେବାକୁ ଆସିଥିଲେ।
ଓଏଏସ୍ ଟ୍ରେନିଂ ସମୟରେ ବଦଳିଗଲା ସମ୍ପର୍କ
ଅଭିଯୋଗ ଅନୁଯାୟୀ, ଓଏଏସ୍ ତାଲିମ ନେବା ସମୟରେ ଚନ୍ଦ୍ରିକାଙ୍କ ପ୍ରେମିକଙ୍କ ଜୀବନରେ ଅନ୍ୟ ଜଣେ ଯୁବତୀଙ୍କ ପ୍ରବେଶ ଘଟିଥିଲା। ଫଳରେ ସେମାନଙ୍କ ମଧ୍ୟରେ ଏକ ତ୍ରିକୋଣୀୟ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା। ଏହି କାରଣରୁ ପ୍ରେମିକ ଜଣକ ଚନ୍ଦ୍ରିକାଙ୍କଠାରୁ ଦୂରେଇ ଯିବାକୁ ଚେଷ୍ଟା କରିବା ସହ ତାଙ୍କୁ ଗଭୀର ମାନସିକ ନିର୍ଯାତନା ଦେବା ଆରମ୍ଭ କରିଥିଲେ, ଯେଉଁଥିରେ ତାଙ୍କର ସେହି ନୂତନ ମହିଳା ବାନ୍ଧବୀ ମଧ୍ୟ ସାମିଲ ଥିଲେ। ଏହାକୁ ନେଇ ଚନ୍ଦ୍ରିକା ଦୀର୍ଘ ଦିନ ହେବ ମାନସିକ ଅବସାଦରେ ରହୁଥିଲେ।
ଅନ୍ୟଜଣେ ଯୁବତୀଙ୍କ ଭୁମିକା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଭୁବନେଶ୍ଵରରେ ରହିବା ଭିତରେ ଚନ୍ଦ୍ରିକାଙ୍କ ସହିତ ମତାନ୍ତର ବଢ଼ିଥିଲା।ଏହାରି ପଛରେ ଭୁବନେଶ୍ଵରରେ ରହୁଥିବା ଆଉ ଜଣେ ଯୁବତୀଙ୍କ ବଡ଼ ଭୂମିକା ଥିଲା । ସମ୍ପୃକ୍ତ ଯୁବତୀ ଜଣକ ଚନ୍ଦ୍ରିକାଙ୍କ ପୁରୁଷ ବନ୍ଧୁଙ୍କ ଜୀବନରେ ଆସିବା ପରେ ଉଭୟ ଚନ୍ଦ୍ରିକା ଓ ତାଙ୍କ ପୁରୁଷ ବନ୍ଧୁଙ୍କ ମଧ୍ୟରେ ଫାଟ ବଢ଼ିଥିଲା | ଅନେକ ସମୟରେ ଉକ୍ତ ଯୁବତୀଙ୍କୁ ନେଇ ପାଟିତୁଣ୍ଡ ବି ହୋଇଥିଲା। ଏଥିରେ ମାନସିକ ସ୍ତରରେ ଭାଙ୍ଗିପଡ଼ିଥିଲେ ଚନ୍ଦ୍ରିକା।
ପଢନ୍ତୁ ଏହି ଖବର: ସୌମ୍ୟ ହତ୍ୟା ମାମଲା : କେବଳ ଭିଡ଼ ହତ୍ୟା ନା ହତ୍ୟା ପଛରେ ରହିଛି ବଡ଼ ଷଡଯନ୍ତ୍ର ?
ଅନ୍ୟପଟେ ଗଲା ଚାରିଦିନ ତଳେ ଚନ୍ଦ୍ରିକା ଭୁବନେଶ୍ଵରର ଜଣେ ଡାକ୍ତରଙ୍କ ନିକଟକୁ ଆସିଥିଲେ। ନେତାଜୀ ସୁଭାଷ ସେତୁ ଉପରୁ ମିଳିଥିବା ଚନ୍ଦ୍ରିକାଙ୍କ ବ୍ୟାଗରୁ ଉକ୍ତ ଡାକ୍ତରୀ ଚିଠା ପୁଲିସ ଜବତ କରିଛି। ଏହି ଘଟଣାର ତଦନ୍ତ କରୁଥିବା ବାରଙ୍ଗ ଥାନା ପୁଲିସ ଉକ୍ତ ଡାକ୍ତରଙ୍କ ଯୋଗାଯୋଗ ଯୋଗରେ ଅଛନ୍ତି।
ଗଣମାଧ୍ୟମକୁ ବୟାନ ଦେଇ ମୃତ ଡାକ୍ତରୀ ଛାତ୍ରୀଙ୍କ ମା’ ଅଶ୍ରୁଳ ନୟନରେ କହିଛନ୍ତି, "୧୪ ବର୍ଷର ନିବିଡ଼ ପ୍ରେମ ସମ୍ପର୍କ ପରେ ପ୍ରେମିକର ପ୍ରତାରଣା ଯୋଗୁଁ ଆମ ଝିଅର ଜୀବନ ଚାଲିଗଲା। ଉଭୟ ପ୍ରେମିକ ଓ ତାଙ୍କ ବାନ୍ଧବୀ ମିଶି ମୋ ଝିଅକୁ ହତ୍ୟା କରି ନଦୀକୁ ଫିଙ୍ଗି ଦେଇଛନ୍ତି। ଏହି ମୃତ୍ୟୁ ପାଇଁ ସେମାନେ ହିଁ ସମ୍ପୂର୍ଣ୍ଣ ଦାୟୀ।"। ଚନ୍ଦ୍ରିକାଙ୍କ ମା ହୀରାମଣି ହାଁସଦା ବାରଙ୍ଗ ଥାନାରେ ଝିଅର ପୁରୁଷ ବନ୍ଧୁ ଓ ତାଙ୍କ ବାନ୍ଧବୀଙ୍କ ବିରୋଧ ଲିଖିତ ଅଭିଯୋଗ କରିଛନ୍ତି। ଚନ୍ଦ୍ରିକାଙ୍କ ମୃତ୍ୟୁ ପାଇଁ ଉଭୟ ଦାୟୀ ବୋଲି ଅଭିଯୋଗ କରିଛନ୍ତି।
ଏହି ଅଭିଯୋଗ ଆଧାରରେ ପୁଲିସ ବିଏନଏସର ଧାରା ୧୦୮( ଆତ୍ମହତ୍ୟା ପାଇଁ ପ୍ରରୋଚିତ କରିବା), ୩(୫) (ମିଳିତ ଉଦ୍ଦେଶ୍ୟ)ରେ ଏକ ମାମଲା(କେସ୍ ନଂ ୨୮୩) ରୁଜୁ କରିଛି| ଚନ୍ଦ୍ରିକାଙ୍କ ମୋବାଇଲ ପୁଲିସ ଯାଞ୍ଚ କରୁଥିବା ବେଳେ ଏଥିରେ ଉକ୍ତ ପୁରୁଷ ବନ୍ଧୁଙ୍କ ଚାଟିଂ ଠାବ କରିଛି| ପୁରୁଷ ବନ୍ଧୁଙ୍କ ସହିତ ତାଙ୍କ ଫୋନରେ କଥାବାର୍ତ୍ତାକୁ ଅନୁଧ୍ୟାନ କରିବା ପାଇଁ ଉଭୟଙ୍କ ମୋବାଇଲ୍ ସିଡିଆର୍ ପୁଲିସ ଯାଞ୍ଚ କରୁଥିବା ସୂଚନା ମିଳିଛି।
ଯୁବତୀ ଜଣକ ଆତ୍ମହତ୍ୟା କରିଛନ୍ତି କି ହତ୍ୟା ହୋଇଛି ସେନେଇ ପୋଲିସର ଦିଇଟା ଟିମ ତଦନ୍ତ କରୁଛି। ତେବେ ପରିବାର ଲୋକଙ୍କ ଅଭିଯୋଗ ଯେ ତାଙ୍କୁ କିଛି ଲୋକ ହଇରାଣ କରୁଥିଲେ। ତେଣୁ ଶବ ବ୍ୟବଚ୍ଛେଦ ରିପୋର୍ଟ ସହ ତାଙ୍କର ମୋବାଇଲ ଓ ଚାଟିଂ ଗୁଡିକ ପୋଲିସ ପରୀକ୍ଷା କରୁଛି। ପ୍ରାଥମିକ ଅବସ୍ଥାରେ ସେମିତି କିଛି ଶରୀରରେ ଆଘାତ ନାହିଁ। ତେବେ ଘଟଣାକୁ ସବୁ ଦିଗରୁ ଅନୁସନ୍ଧାନ କରୁଛି ବୋଲି କଟକ ଡିସିପି ଋଷିକେଶ ଖିଲାରୀ କହିଛନ୍ତି।
Related Topics
Explore more stories