Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - କୋଭିଡ ସମୟରେ ନିରବଚ୍ଛିନ୍ନ ଚିକିତ୍ସା ଯୋଗାଇଥିଲେ ଡାକ୍ତର ପାଣିଗ୍ରାହୀ

Odisha

କୋଭିଡ ସମୟରେ ନିରବଚ୍ଛିନ୍ନ ଚିକିତ୍ସା ଯୋଗାଇଥିଲେ ଡାକ୍ତର ପାଣିଗ୍ରାହୀ

Smruti Parija
Browse all articles by Smruti Parija
·2 years ago·1 min read
କୋଭିଡ ସମୟରେ ନିରବଚ୍ଛିନ୍ନ ଚିକିତ୍ସା ଯୋଗାଇଥିଲେ ଡାକ୍ତର ପାଣିଗ୍ରାହୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଲବ୍ଧ ପ୍ରତିଷ୍ଠିତ ଭେଷଜ ବିଶେଷଜ୍ଞ ତଥା ପରୋପକାରୀ ସମାଜସେବୀ ଡକ୍ଟର ମିହିର କାନ୍ତ  ପାଣିଗ୍ରାହୀଙ୍କ ପରଲୋକ । ରାଜ୍ୟ ସରକାରଙ୍କ ଅବସରପ୍ରାପ୍ତ ବରିଷ୍ଠ ଭେଷଜ ବିଶେଷଜ୍ଞ ତଥା ମିଷ୍ଟଭାଷୀ, ପରୋପକାରୀ ତଥା ଛାତ୍ରାବସ୍ଥାରେ ଜଣେ ମେଧାବୀ ଛାତ୍ର ହିସାବରେ ପରିଗଣିତ ଡାକ୍ତର ମିହିର କାନ୍ତ ପାଣିଗ୍ରାହୀଙ୍କର 16 ତାରିଖ ରାତିରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ହୃଦଘାତରେ ପରଲୋକ ହୋଇଯାଇଛି ।

ମୃତ୍ୟୁ ବେଳକୁ ତାଙ୍କୁ ୭୪ ବୟସ ହୋଇଥିଲା । ଡାକ୍ତର ପାଣିଗ୍ରାହୀ ଆକାଶବାଣୀର କିମ୍ବଦନ୍ତୀ ବ୍ୟକ୍ତିତ୍ଵ ମଧୁସୂଦନ ପାଣିଗ୍ରାହୀଙ୍କ ଜ୍ୟେଷ୍ଠ ପୁତ୍ର ତଥା "କୁମାର ପୁନେଇଁ ଜହ୍ନ ଲୋ" କମିଟିର ବରିଷ୍ଠ ସଦସ୍ୟ ଓ ଉପଦେଷ୍ଟା ଥିଲେ ।

ମିଷ୍ଟଭାଷୀ ଓ ପରୋପକାରୀ ଡାକ୍ତର ପାଣିଗ୍ରାହୀ କୋଭିଡ ସମୟରେ ନିରବଚ୍ଛିନ୍ନ ଭାବେ ଶତାଧିକ ରୋଗୀଙ୍କୁ ମାଗଣାରେ ଚିକିତ୍ସା କରିଥିଲେ । ମୃତ୍ୟୁ ଶଯ୍ୟାରେ ତାଙ୍କର ତିନି ପୁତ୍ର କ୍ୟାପିଟାଲ ହସପିଟାଲର ଆସୋସିଏଟ ପ୍ରଫେସର ଡାକ୍ତର ବିଶ୍ୱକେଶ , ଆମେରିକାରେ ଥିବା ଶିବାନନ୍ଦ ଓ କାନାଡ଼ାରେ ଥିବା ମୁଞ୍ଜକେଶ ତଥା ତିନି ପୁତ୍ରବଧୁ ଓ ଭାଇ ପ୍ରିୟଦର୍ଶୀ ଓ ହୃଷିକେଶ ପାଣିଗ୍ରାହୀ ଉପସ୍ଥିତ ଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତାଙ୍କର ପରଲୋକରେ ସମାଜ ସେବା , ଚିକିତ୍ସା ସେବା ସହିତ  ସଂସ୍କୃତି ଜଗତର ବିପୁଳ ଖ୍ୟାତି ଘଟିଲା ବୋଲି କନିଷ୍ଠ ଭ୍ରାତା ତଥା ଆକାଶବାଣୀର ପୂର୍ବତନ ନିର୍ଦ୍ଦେଶକ ହୃଷୀକେଶ ପାଣିଗ୍ରାହୀ ଜଣାଇଛନ୍ତି ।

ଆହୁରି ପଢନ୍ତୁ ଓଡିଶା ଖବର...
 

Painting
Sponsored
medicine-specialist-dr-mihirkant-panigarhi-passess-away-at-the-age-of-74 | Argus News