Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କାମ ଦେଉନି ଔଷଧ, ଅଜଣା ରୋଗ ନେଲାଣି 4 ଜୀବନ

Manini Pattanayak
Browse all articles by Manini Pattanayak
·1 year ago
କାମ ଦେଉନି ଔଷଧ, ଅଜଣା ରୋଗ ନେଲାଣି 4 ଜୀବନ

 ରାୟଗଡା:  କାମ ଦେଉନି ଔଷଧ। ଅଜଣା ରୋଗ ନେଲାଣି 4 ଜୀବନ। ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଜୁବାଗୁଡି ଗାଁରେ ଅଜଣା ରୋଗକୁ ନେଇ ଏବେ ଆତଙ୍କିତ ଗ୍ରାମବାସୀ। ଡାକ୍ତର ଦେଇଥିବା ଔଷଧ କାମ ଦେଉନଥିବାରୁ ରୋଗୀଙ୍କ ତିନ୍ତା ବଢ଼ିଛି। ହତାଶ ହୋଇ ଶେଷରେ ଚେରମୂଳି ଓ ଝଡ଼ାଫୁଙ୍କା ଉପରେ ଭରସା କରୁଛନ୍ତି ଗ୍ରାମବାସୀ। ଗାଁରେ ଦିର୍ଘ ଦଶଦିନ ମଧ୍ୟରେ ଲୋକଙ୍କ ଦେହହାତ ଥରିବା ସହ ଝାଡାବାନ୍ତି , ପେଟବଥା ଓ ଛାତିବଥା ହେଉଛି ।

ଏହାର କିଛି ସମୟପରେ ନିମିଷକେ ଲୋକଙ୍କ ଜୀବନ ଚାଲିଯାଉଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି । ଘୋଟଣାକୁ ନେଇ ଗାଁରେ ଡାକ୍ତର ପହଞ୍ଚି କିଛି ଔଷଧ ଦେଇଥିଲେ ମଧ୍ୟ ତାହା ଲୋକଙ୍କ କାମରେ ଆସୁନି। ବର୍ତ୍ତମାନ ଲୋକେ ଭୟଭୀତ ହୋଇଥିବା ବେଳେ ଚେରମୂଳି ଓ ଝଡାଫୁଙ୍କାରେ ବିତୁଛି ଜୀବନ।  

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Medicines not working, unknown disease 4 lives | Argus News