Dragon Swing / ମୀନା ବଜାରରେ ଅଘଟଣ; ଡ୍ରାଗନ ଦୋଳି ଛିଡ଼ିବାରୁ ୭ ଗୁରୁତର
·5 months ago·2 min read

Key Points
ମୀନା ବଜାରରେ ପଡ଼ିଥିବା ଡ୍ରାଗନ ଦୋଳି ଛିଡ଼ି ପଡ଼ିଛି । ଯେଉଁଥିରେ ୭ ଜଣ ଗୁରୁତର ଆହତ ହୋଇଛନ୍ତି ।
କବିସୂର୍ଯ୍ୟନଗର (ଗଞ୍ଜାମ): ନାମଯଜ୍ଞରେ ଚାଲିଥିବା ବେଳେ ମୀନା ବଜାରରେ ଅଘଟଣ ଘଟିଛି । ମୀନା ବଜାରରେ ପଡ଼ିଥିବା ଡ୍ରାଗନ ଦୋଳି ଛିଡ଼ି ପଡ଼ିଛି । ଯେଉଁଥିରେ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ଏ ଅଘଟଣ ଘଟିଛି କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଦେଓଗାଁରେ ।
ସୂଚନା ଅନୁସାରେ, ଦେଓଗାଁରେ ଗତ ୪ ଦିନ ହେଲା ନାମଯଜ୍ଞ ଚାଲିଛି । ଏହି ଅବସରରେ ଗାଁରେ ପଡ଼ିଛି ମୀନା ବଜାର । ଯେଉଁଠି ଭଳିକି ଭଳି ଦୋଳି ସହ ଡ୍ରାଗନ ଦୋଳି ପଡ଼ିଛି । ଗୁରୁବାର ସନ୍ଧ୍ୟାରେ ଡ୍ରାଗନ ଦୋଳିରେ ଲୋକେ ବସିଥିବା ବେଳେ ହଠାତ୍ ତାହା ଛିଡ଼ି ଯାଇଥିଲା ।
ଏଥିସହ ପଢ଼ନ୍ତୁ: କାର୍ରେ ନେଉଥିଲେ ଗୋମାଂସ; ଦୁର୍ଘଟଣାରେ ଚାଲିଗଲା ଜୀବନ
ଡ୍ରାଗନ ଦୋଳି ଛିଡ଼ି ତଳେ ପଡ଼ିଯିବାରୁ ଏଥିରେ ୭ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ୫ ଜଣଙ୍କ ଅବସ୍ଥା ଗମ୍ଭୀର ରହିଛି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ କୋଦଳା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ବ୍ରହ୍ମପୁର ବଡ଼ ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଛି ।
ଗୁରୁତର ମାନେ ହେଲେ ଦେଓଗାଁର ଅହଲ୍ୟା ମୁନି, କିରାଖାଇର ସାଗର ପାଣିଗ୍ରାହୀ, କୋଦଳାର ମମତା ମୁନି, କିରାଖାଇର ସବିତା ପ୍ରଧାନ, କୋଦଳାର ସନ୍ଧ୍ୟାରାଣୀ ତରେଇ । ଏମାନଙ୍କୁ ୧୦୮ ଆମ୍ବୁଲାନ୍ସ ମାଧ୍ୟମରେ ବ୍ରହ୍ମପୁର MKCG ମେଡିକାଲକୁ ପଠା ଯାଇଛି ।
ସେହିପରି କୋଦଳାର ନୀଳାଞ୍ଚଳ ମୁନି ଓ କିରାଖାଇ ଗ୍ରାମର ଶୁଭ୍ରାଂଶୁ ପାଣିଗ୍ରାହୀ ଆହତ ହୋଇଥିବା ବେଳେ କୋଦଳା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ଦୋଳି କେଉଁ ପରିସ୍ଥିତିରେ ଛିଡ଼ିଲା ତାର ଛାନଭିନ୍ ଆରମ୍ଭ କରିଛି କବିସୂର୍ଯ୍ୟନଗର ଥାନା ପୋଲିସ ।
ଏଥିସହ ପଢ଼ନ୍ତୁ: ହିନ୍ଦୀ ଚଳଚ୍ଚିତ୍ର "ଗୋଦାନ" କୁ ରାଜ୍ୟରେ ଟିକସ ମୁକ୍ତ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ତେବେ ମୀନା ବଜାରରେ ଡ୍ରାଗନ ଦୋଳି ପକାଇବାକୁ ପ୍ରଶାସନ ଅନୁମତି ଦେଇଥିଲା କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ । ପୋଲିସ ତଦନ୍ତ ପରେ ଅନୁମତି ଥିଲା କି ନାହିଁ ଜଣାପଡ଼ିବ । ତେବେ ଏହା ପ୍ରଥମ ଘଟଣା ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ ଏଭଳି ଦୋଳି ଛିଡ଼ିବା ଘଟଣା ସାମ୍ନାକୁ ଆସୁଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories