Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସହରୀ ଅଞ୍ଚଳରେ ଉଦ୍ୟାନ ଭିତ୍ତିକ ଚାଷ ସମ୍ବନ୍ଧୀୟ କର୍ମଶାଳା ଅନୁଷ୍ଠିତ

Odisha

ସହରୀ ଅଞ୍ଚଳରେ ଉଦ୍ୟାନ ଭିତ୍ତିକ ଚାଷ ସମ୍ବନ୍ଧୀୟ କର୍ମଶାଳା ଅନୁଷ୍ଠିତ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ସହରୀ ଅଞ୍ଚଳରେ ଉଦ୍ୟାନ ଭିତ୍ତିକ ଚାଷ ସମ୍ବନ୍ଧୀୟ କର୍ମଶାଳା ଅନୁଷ୍ଠିତ

ଅର୍ଗସ ବ୍ୟୁରୋ: ଭୁବନେଶ୍ବର ତରଫରୁ ସହରୀ ଅଞ୍ଚଳରେ ଉଦ୍ୟାନ ଭିତ୍ତିକ ଚାଷ ସମ୍ବନ୍ଧିତ ଏକ କର୍ମଶାଳା ସରକାରୀ ମହାବିଦ୍ୟାଳୟ କୋରାପୁଟରେ ୦୭-୧୦-୨୦୨୪ରିଖ ରେ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ଏହି କର୍ମଶାଳାର ଆୟୋଜନ କରିଥିଲେ। ସହରାଞ୍ଚଳରେ ସ୍ଥାନର ସ୍ୱଳ୍ପତାକୁ ଦୃଷ୍ଟିରେ ରଖି ଓଡିଶା ରାଜ୍ୟ ସରକାରଙ୍କ "ବିତ୍ତ ପୋଷିତ ନାଵୋନ୍ମେସୀ ପ୍ରଯୋଜନା" ଅନ୍ତର୍ଗତ ସହରାଞ୍ଚଳ ବାସୀଙ୍କ ପାଇଁ  ବୈଜ୍ଞାନିକ ପଦ୍ଧତିରେ ଛାତ ଉପରେ ତଥା ଘର ବଗିଚାକୁ ସଠିକ୍ ଉପଯୋଗ କରିବାକୁ ପ୍ରୋତ୍ସାହନ ଦିଆଯାଉଛି Iଏହି କାର୍ଯକ୍ରମ ନିମନ୍ତେ ଜନସଚେତନତା ସୃଷ୍ଟି କରିବା ନିମିତ୍ତ କର୍ମଶାଳାମାନ ଅନୁଷ୍ଠିତ କରାଯାଉଛି  I

କର୍ମଶାଳାଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ଦୀପକ କୁମାର ପଟ୍ଟନାୟକଙ୍କ ସଭାପତିତ୍ବରେ, ପ୍ରଧାନ ବୈଜ୍ଞାନିକ  ତଥା ପରିଯୋଜନାର ପ୍ରଧାନ ଅନ୍ଵେଷକ ଡ. ପି. ଶ୍ରୀନିବାସଙ୍କ ଅଧ୍ୟକ୍ଷତାରେ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗର ସମ୍ମିଳନୀ କକ୍ଷରେ ହୋଇଥିଲା। ଏଥିରେ ଡ ଶ୍ରୀନିବାସ ସହରୀ ଅଞ୍ଚଳରେ ଛାତ ବଗିଚା ପାଇଁ  ଆବଶ୍ୟକ  ବିଭିନ୍ନ ଉପାଦାନଗୁଡ଼ିକ ଯେପରିକି   କୋକପିଟ, ଗ୍ରୋ-ବ୍ୟାଗ, ଆର୍କା ଡିକୋମ୍ପୋଜର୍, ଆର୍କI ଶସ୍ୟ ପୋଷାକ ରସ, ଆର୍କI ଭେଜିଟେବୁଲ କିଟ, ଆର୍କI ମାଇକ୍ରୋବିଆଲ କନସରଟିଅମ ଇତ୍ୟାଦି ମାଧ୍ୟମରେ ଉନ୍ନତ ପଦ୍ଧତି ଚାଷ ସମ୍ବନ୍ଧରେ ବିଶେଷ ଭାବେ ଆଲୋକପାତ କରିଥିଲେ । ଏହାଦ୍ୱାରା ସହରାଞ୍ଚଳରେ ତଟକା ଫଳ, ପନିପରିବା ମିଳିବା ସହ ପରିବେଶ ମଧ୍ଯ ଉନ୍ନତ ହୋଇପାରିବ ବୋଲି କହିଥିଲେ।  ଛାତ ବଗିଚାରୁ ଉପଲବ୍ଧ  ସତେଜ, କୀଟନାଶକମୁକ୍ତ ପନିପରିବା ପାଇବାର ଉପକାରିତା   ବିଷୟରେ ମଧ୍ଯ ବର୍ଣ୍ଣନା କରିଥିଲେ।

ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗର ଅଧ୍ୟାପକ ଅଧ୍ୟାପିକା ଡ ଦୁର୍ଗାପ୍ରସାଦ ପାଣିଗ୍ରାହୀ, ଶ୍ରୀଯୁକ୍ତ ଅରବିନ୍ଦ ପାଢୀ, ଶ୍ରୀମତି ସ୍ନିଗ୍ଧା ବେହେରା, ଡ ଶୈରିନ୍ଦ୍ରୀ ମହାରଣା, ଶ୍ରୀମତି ସୁଚିସ୍ମିତା ପାଣିଗ୍ରାହୀ ଏବଂ ଅନ୍ଯ ସମସ୍ତେ କର୍ମଶାଳା ଆୟୋଜନରେ ସାହାର୍ଯ୍ଯ ସହଯୋଗ କରିଥିଲେ। ମହାବିଦ୍ୟାଳୟର ପ୍ରାୟ ୧୫୦ ଛାତ୍ରଛାତ୍ରୀ କର୍ମଶାଳାରେ ଯୋଗଦେଇ ପ୍ରଶିକ୍ଷଣ ଗ୍ରହଣ କରିବା ସହ ଏହି ଅଭିନବ ଉଦ୍ୟମକୁ ପ୍ରଶଂସା କରିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
meeting on horticultural farming are held in urban areas | Argus News