|
logo
Live

Argus News - କେନ୍ଦୁଝରରେ ପ୍ରତିଷ୍ଠା ହେବ ମେଗା ଷ୍ଟିଲ ପ୍ଲାଣ୍ଟ

Odisha

କେନ୍ଦୁଝରରେ ପ୍ରତିଷ୍ଠା ହେବ ମେଗା ଷ୍ଟିଲ ପ୍ଲାଣ୍ଟ

Banajyotshna Ray
Browse all articles by Banajyotshna Ray
·1 year ago·1 min read
କେନ୍ଦୁଝରରେ ପ୍ରତିଷ୍ଠା ହେବ ମେଗା ଷ୍ଟିଲ ପ୍ଲାଣ୍ଟ

ଅର୍ଗସ ବ୍ୟୁରୋ:  କେନ୍ଦୁଝର ଜିଲ୍ଲାର ଆଦିବାସୀବହୁଳ ବାଂଶପାଳ ବ୍ଲକର ତରମାକାନ୍ତ ପଞ୍ଚାୟତ । ପୂର୍ବରୁ ଏଠାରେ ଥିବା ଚା ବଗିଚାରେ ପ୍ରସ୍ତାବିତ ଷ୍ଟିଲ୍ ପ୍ଲାଣ୍ଟ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏଠାରେ ଷ୍ଟିଲ୍ ପ୍ଲାଣ୍ଟ ପାଇଁ ପର୍ଯ୍ୟାପ୍ତ ସରକାରୀ ଜାଗା ରହିଛି । ଏହାର ଚାରିପାଖରେ ବୈତରଣୀ, ରାଣୀମା, ଜଲପା ଓ ବଇଙ୍ଗା ନଦୀ ବହିଯାଉଛି । ନିକଟରେ ରହିଛି ଗନ୍ଧମାର୍ଦ୍ଦନ ଓ ଖଣ୍ଡାଧାର ଖଣି । ଷ୍ଟିଲ୍ ପ୍ଲାଣ୍ଟ ପାଇଁ ଏହି ଅଂଚଳରେ ସମସ୍ତ ସୁବିଧା ଥିବାରୁ ଏଠାରେ ଷ୍ଟିଲ୍ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

ତରମାକାନ୍ତରେ ଥିଲା ପ୍ରସିଦ୍ଧ ଚା ବଗିଚା । ଏହି ଚା ଦେଶ ବାହାରକୁ ରପ୍ତାନୀ ହେଉଥିଲା। ୧୯୮୨ ମସିହାରୁ ଚାଲିଥିବା ଏହି ଚା ବଗିଚା ୨୦୦୨ ମସିହାରେ ହଠାତ୍ ବନ୍ଦ ହୋଇଯାଇଥିଲା । ଏଠାରେ କାମ କରୁଥିବା ୩ହଜାରରୁ ଅଧିକ ଲୋକ ବେକାର ହୋଇଗଲେ । ବାଂଶପାଳ ବ୍ଲକରେ ଅନ୍ୟ କୌଣସି କାରଖାନା ନାହିଁ । ତେଣୁ ଏଠାକାର ଲୋକେ ମୁଖ୍ୟତଃ ଚାଷ ଉପରେ ନିର୍ଭର କରି ଚଳନ୍ତି। ତରମାକାନ୍ତର ଚା ବଗିଚାରେ ଥିବା ୨୫ଶହ ଏକର ଜମିକୁ ଲାଗି ଏଠାରେ ରହିଛି ୭ହଜାର ଏକର ପରିମିତ ସରକାରୀ ଜମି । ତେଣୁ ଏହି ସ୍ଥାନରେ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ଦୁଇ ଦିନିଆ କେନ୍ଦୁଝର ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେନ୍ଦୁଝରରେ ଷ୍ଟିଲ ପ୍ଲାଣ୍ଟ ହେବା ନେଇ ଘୋଷଣା କରିଥିଲା । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Sponsored
କେନ୍ଦୁଝରରେ ପ୍ରତିଷ୍ଠା ହେବ ମେଗା ଷ୍ଟିଲ ପ୍ଲାଣ୍ଟ | Argus News