Videos
|
Odisha

Environment / ଭାରତୀୟ ବନସ୍ପତି ସମାଜର ୪୮ ତମ ବାର୍ଷିକ ସମ୍ମିଳନୀ, ପରିବେଶ ସନ୍ତୁଳନ ଉପରେ ଗୁରୁତ୍ଵ

Sushanta Sahoo
Browse all articles by Sushanta Sahoo
·10 months ago·2 min read
ଭାରତୀୟ ବନସ୍ପତି ସମାଜର ୪୮ ତମ ବାର୍ଷିକ ସମ୍ମିଳନୀ, ପରିବେଶ ସନ୍ତୁଳନ ଉପରେ ଗୁରୁତ୍ଵ

Key Points

ଅନ୍ତର୍ଜାତୀୟ ସମ୍ମିଳନୀରେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ବନସ୍ପତି ବିଜ୍ଞାନୀ ପଦ୍ମଶ୍ରୀ ପ୍ରଫେସର ସୁଧୀର କୁମାର ସୋପୋରି ଯୋଗ ଦେଇ ଜଳବାୟୁ ପରିବର୍ତ୍ତନକୁ ରୋକିବାକୁ ହେଲେ ସମାଜର ସବୁ ବର୍ଗର ଲୋକଙ୍କ ସହଯୋଗ ଦରକାର ବୋଲି ମତବ୍ୟକ୍ତ କରିଛନ୍ତି ।
ଭୁବନେଶ୍ଵର: ବିଜ୍ଞାନ ଓ ରସାୟନ ବିଦ୍ୟା ଗବେଷଣା ଗୁଡ଼ିକ ଲୋକଙ୍କ ପାଖରେ ପହଞ୍ଚି ପାରିଲେ ଅନେକ ରୋଜଗାର ପାଇବା ହେବା ସହ ଆତ୍ମ ନିର୍ଭର ହୋଇ ପାରିବେ । ଏନେଇ ମତବ୍ୟକ୍ତ କରିଛନ୍ତି ମେଘାଳୟ ରାଜ୍ୟପାଳ ସିଏଚ୍ ବିଜୟ ଶଙ୍କର ।

ଶିଲଂ ସ୍ଥିତ ପୂର୍ବତ୍ତୋର ପର୍ବତୀୟ ବିଶ୍ଵ ବିଦ୍ୟାଳୟ ପରିସରରେ ୪୮ ତମ ଭାରତୀୟ ବନସ୍ପତି ସମାଜର ଅର୍ନ୍ତଜାତୀୟ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ବିଜୟ ଶଙ୍କର କହିଛନ୍ତି, "ଗବେଷକ, ବିଜ୍ଞାନୀ ଓ ଶିକ୍ଷାବିତ ମାନେ ଜୈବ ବିଭିଧତାର ଗୁରୁତ୍ଵ ଲୋକ ମାନଙ୍କୁ ବୁଝାଇ ପାରିଲେ ପରିବେଶ ସନ୍ତୁଳନ ହାସଲ କରାଯାଇ ପାରିବ ।"

ଏଥିସହ ପଢ଼ନ୍ତୁ: କଟକ ବାଲିଯାତ୍ରା ଏବଂ ଓଡ଼ିଶାର ସାମୁଦ୍ରିକ ବାଣିଜ୍ୟର କାହାଣୀ...

ଜୈବ ଅର୍ଥନୀତି ପାଇଁ ଜୀବ ବିଜ୍ଞାନ ଏବଂ ଜୀବ ପ୍ରଯୁକ୍ତିବିଦ୍ୟାରେ ଉଦ୍ଭିଦ ବିବିଧତା ଉପରେ ଅନ୍ତର୍ଜାତୀୟ ସମ୍ମିଳନୀରେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ବନସ୍ପତି ବିଜ୍ଞାନୀ ପଦ୍ମଶ୍ରୀ ପ୍ରଫେସର ସୁଧୀର କୁମାର ସୋପୋରି ଯୋଗ ଦେଇ ଜଳବାୟୁ ପରିବର୍ତ୍ତନକୁ ରୋକିବାକୁ ହେଲେ ସମାଜର ସବୁ ବର୍ଗର ଲୋକଙ୍କ ସହଯୋଗ ଦରକାର ବୋଲି ମତବ୍ୟକ୍ତ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆଇଜର ମୋହାଲିର ନିର୍ଦ୍ଦେଶକ ପ୍ରଫେସର ଅନିଲ କୁମାର ତ୍ରିପାଠୀ ଯୋଗ ଦେଇ ବିଜ୍ଞାନ ଓ କାରିଗରୀ ବିଦ୍ୟା ବ୍ୟବହାର ଦ୍ଵାରା କିପରି ସମାଜର ଉନ୍ନତି ହୋଇପାରିଛି ସେ ସମ୍ପର୍କରେ କହିଥିଲେ ।

ଏଥିସହ ପଢ଼ନ୍ତୁ: ଟ୍ରମ୍ପଙ୍କ ଏହି ୪ କାମ ସଫଳ ହେଲେ ଖସିଯିବ ସୁନା ସହ ରୂପା ମୂଲ୍ୟ !

୩ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀରେ ଭାରତୀୟ ବନସ୍ପତି ସମାଜର ସଭାପତି ପ୍ରଫେସର ସରୋଜ ବାରିକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଫେସର ସନ୍ତାରାମ ଧନ୍ୟବାଦ ଅର୍ପଣ କରିଥିଲେ । ସମ୍ମିଳନୀରେ ପଦ୍ମଶ୍ରୀ ଏକଲବ୍ୟ ଶର୍ମା, ପ୍ରମୋଦ କୁମାର ଟନ୍ଦୋନ, ପ୍ରଫେସର ସୁଧୀର କୁମାର ସୋପୋରୀଙ୍କୁ ବିଶେଷ ସମ୍ମାନ ପ୍ରଦାନ କରାଯାଇଛି । ବିଦ୍ୟାର୍ଥୀଙ୍କ ଦ୍ଵାରା ଉତ୍ତର ପୂର୍ବ ରାଜ୍ୟ ଗୁଡ଼ିକର ଲୋକନୃତ୍ୟ ପରିବେଷଣ ହୋଇଛି ।

Related Topics

Explore more stories