Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସଦସ୍ୟତା ଅଭିଯାନ ସହ ଜନ ପ୍ରତିନିଧି, ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ କରିବେ ମିଟିଂ

Manini Pattanayak
Browse all articles by Manini Pattanayak
·1 year ago·2 min read
ସଦସ୍ୟତା ଅଭିଯାନ ସହ ଜନ ପ୍ରତିନିଧି, ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ କରିବେ ମିଟିଂ

ଭୁବନେଶ୍ୱର:  ଆସନ୍ତାକାଲି ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ।  ବିଜେପି ସରକାର ଆସିବା ପରେ ନଡ୍ଡାଙ୍କ ଏହା ହେଉଛି ପ୍ରଥମ ସାଂଗଠନିକ ଗସ୍ତ । ସଦସ୍ୟତା ଅଭିଯାନ ସହ ଜନ ପ୍ରତିନିଧି ଓ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ମିଟିଂ କରିବେ ନଡ୍ଡା । ଟାର୍ଗେଟରେ ରହିବ ସରକାରଙ୍କ ପ୍ରଦର୍ଶନ । ଭୋଟ ପ୍ରତିଶତ 50କୁ ନେବାକୁ ଲକ୍ଷ୍ୟ।  
ଆସନ୍ତାକାଲି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଲେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଯତୀନ ମହାନ୍ତି । ଏହି ଗସ୍ତରେ ବିଜେପିର ସଦସ୍ୟତା ଅଭିଯାନ ରେ ଯୋଗ ଦେବେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ । ଦିନ ୧୧ଟାରେ ଏୟାରପୋର୍ଟରେ ପହଞ୍ଚିବେ ନଡ୍ଡା । ପରେ ଏଜି ଛକ ଠାରେ ଥିବା ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ପ୍ରତିମୃର୍ତ୍ତିରେ ମାଲ୍ୟାର୍ପଣ କରିବେ । ଏହାପରେ ହୋଟେଲ ନିଉ ମ୍ୟାରିୟନରେ ସଦସ୍ୟତା ଅଭିଯାନ ନେଇ କିଛି ପ୍ରମୁଖ ବ୍ୟକ୍ତିଙ୍କ ସହ ଘଣ୍ଟାଏ ଧରି ଏକ ଆଲୋଚନାଚକ୍ରରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ସମାଜର ପ୍ରତିଷ୍ଠିତ ବୁଦ୍ଧିଜୀବୀ, ଯୁବ ବର୍ଗଙ୍କ ସମେତ କିଛି ବିଶେଷ ବର୍ଗ ସେଠାରେ ସାମିଲ ହେବେ । ୧୨ଟା ୨୦ସମୟରେ ରାଜ୍ୟ ବିଜେପି କାର୍ଯ୍ୟଳୟରେ ବିଧାୟକ, ମନ୍ତ୍ରୀ, ସାଂସଦ ଓ ରାଜ୍ୟ ପଦଧିକାରୀଙ୍କ ସହ ଏକ ବୈଠକରେ ଯୋଗଦେବେ ନଡ୍ଡା । ଦଳ ରାଜ୍ୟରେ ୧ କୋଟି ସଦସ୍ୟ ସଂଗ୍ରହର ଲକ୍ଷ୍ୟ ରଖିଥିବା ବେଳେ ନଡ୍ଡାଙ୍କ ଗସ୍ତ ଏହାକୁ ବଳ ଦେବ ବୋଲି କହିଛି ବିଜେପି ।  ସେପଟେ ଆଜି ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ୧୦୯ ତମ ଜୟନ୍ତୀ ଉପଲକ୍ଷେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ହୋଇଥିଲା ଶ୍ରଦ୍ଧାଞ୍ଜଳୀ ସଭା । ଆଉ ଅନ୍ୟପଟେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ଉପଲକ୍ଷେ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ । ପୋଖରୀପୁଟ ଠାରେ ଆୟୋଜିତ ସଭାରେ ଉପସ୍ଥିତ ଲୋକଙ୍କୁ  ଦେଇଥିଲେ ଦଳରେ ସଦସ୍ୟତା। 

ଏହି ଅବସରରେ ପୋଖରୀପୁଟ ଅଞ୍ଚଳର ଦଳୀୟ କର୍ମକର୍ତ୍ତା ରଶ୍ମିତା ସେଠୀଙ୍କ ଘରେ ପାରିବାରିକ ଭୋଜନ କରିଛନ୍ତି ମୁଖ୍ୟମନ୍ତ୍ରୀ ।  ୨୪ ନିର୍ବାଚନରେ ବିଧାନସଭାରେ ବହୁମତ ପାଇ ପ୍ରଥମ ଥର ଏକାକୀ ସରକାର କରିଛି ବିଜେପି । ସେହିପରି ଲୋକସଭାରେ ପ୍ରମୁଖ ୨୧ରୁ ୨୦ ଆସନ ଜିତି ବିଜେଡିକୁ ଖାତା ଖୋଲିବାର ସୁଯୋଗ ଦେଇନି ଦଳ । ତେଣୁ ଆଗକୁ ଭୋଟ ପ୍ରତିଶତ ୫୦କୁ ବୁଦ୍ଧି କରିବା ପାଇଁ  ଲକ୍ଷ୍ୟ ରଖିଛି  ବିଜେପି। ଏଥିପାଇଁ ଏବେ ଠାରୁ ଆରମ୍ଭ ହୋଇଛି କସରତ  ଏଥର  ବିଧାନସଭା ନିର୍ବାଚନରେ ବିଜେପି 40.07 ପ୍ରତିଶତ ଭୋଟ ପାଇଥିବା ବେଳେ ଲୋକସଭାରେ ପାଇଛି 45.34 ପ୍ରତିଶତ..ବିଜେପି ସରକାରକୁ ତିନିମାସ ପୁରୁଥିବା ବେଳେ  ବିଜେଡି ଓ କଂଗ୍ରେସ ମଧ୍ୟରେ ମେଣ୍ଟକୁ  ନେଇ ଜୋର ଧରିଛି ଚର୍ଚ୍ଚା। ଯାହା ଆଗକୁ ୱାନ ଟୁ ୱାନ ଫାଇଟ ଆଡକୁ ଇଶାରା ଦେଉଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Sponsored
Membership campaign and meetings with public representatives, party workers | Argus News