Videos
|
Odisha

ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ merit list

Smruti Parija
Browse all articles by Smruti Parija
·2 years ago·1 min read
ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ merit list

ଭୁବନେଶ୍ୱର: ପ୍ରକାଶ ପାଇଛି ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ।  ମେଧା ତାଲିକାରେ ୪ଲକ୍ଷ ୨୬ ହଜାର ୪୭୨ ଛାତ୍ରୀଛାତ୍ରୀଙ୍କ ନାଁ । ରେଭେନ୍ସା ପାଇଁ ବିଜ୍ଞାନ, କଳା ଓ ବାଣିଜ୍ୟର କଟ୍ ଅଫ୍ ମାର୍କ ସବୁଠୁ ଅଧିକ ରହିଛି । ରେଭନ୍ସାର ବିଜ୍ଞାନ ପାଇଁ ୯୧.୫୦ ପ୍ରତିଶତ, ବାଣିଜ୍ୟ ପାଇଁ ୭୭ ପ୍ରତିଶତ ଓ କଳା ପାଇଁ କଟ୍ ଅଫ୍ ମାର୍କ ୭୫.୧୭ ରହିଛି ।  

 

ଅଗଷ୍ଟ ଆରମ୍ଭରୁ ଚାଲିବ ପାଠ ପଢା । ଚଳିତ ବର୍ଷ ୪ ଲକ୍ଷ ୭୬ ହଜାର ୯୩ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ୪ ଲକ୍ଷ ୨୬ ହଜାର ୪୭୨ ଜଣଙ୍କ ନାଁ ମେଧା ତାଲିକାରେ ଆସିଛି । କଳାରେ ୨ ଲକ୍ଷ ୭୧ ହଜାର ୪୯୨,  ବିଜ୍ଞାନରେ ୧ ଲକ୍ଷ ୧୭ ହଜାର ୨୭୩ ଓ ବାଣିଜ୍ୟରେ ୨୪ ହଜାର ୩୫୪ ଛାତ୍ରଛାତ୍ରୀଙ୍କ ନାମ ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...