Videos
|
Odisha

Middle East Investment to Odisha / ମଧ୍ୟପ୍ରାଚ୍ୟରୁ ନିବେଶ ସୁନାମି;: ଓଡ଼ିଶାକୁ ଆସିବ ୨.୪୩ ଲକ୍ଷ କୋଟିର ନିବେଶ

Bikash Mohanty
Browse all articles by Bikash Mohanty
·1 hour ago·3 min read
ମଧ୍ୟପ୍ରାଚ୍ୟରୁ ନିବେଶ ସୁନାମି;: ଓଡ଼ିଶାକୁ ଆସିବ ୨.୪୩ ଲକ୍ଷ କୋଟିର ନିବେଶ
Mohan Charan Majhi

Key Points

UAEରୁ ଫେରିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ବିମାନବନ୍ଦରରେ ସ୍ବାଗତ ସମ୍ବର୍ଦ୍ଧନା
ଦୁବାଇ ନିବେଶକ ସମ୍ମିଳନୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ଅଧିକ ନିବେଶ ଓ ନିଯୁକ୍ତି ସୃଷ୍ଟି କରିବା ଆମର ଲକ୍ଷ୍ୟ

ଭୁବନେଶ୍ବର,୧୩/୦୯:ଦୁବାଇରୁ ଫେରିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆବୁଧାବି ଓ ଦୁବାଇରୁ ଫେରିବାପରେ ବିମାନବନ୍ଦରରେ ଦିଆଯାଇଥିଲା ଭବ୍ୟ  ସ୍ବାଗତ ସମ୍ବର୍ଦ୍ଧନା। ଦୁବାଇ ନିବେଶକ ସମ୍ମିଳନୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ବର ବିମାନବନ୍ଦରରେ ଗଣମାଧ୍ୟମକୁ CMଙ୍କ ପ୍ରତିକ୍ରିୟା। କହିଲେ, ଓଡ଼ିଶାରେ ଅଧିକ ନିବେଶ ଓ ନିଯୁକ୍ତି ସୃଷ୍ଟି କରିବା ଆମର ଲକ୍ଷ୍ୟ। ଗତ ୮ରୁ ୧୨ତାରିଖ ୫ଦିନ ଯାଏଁ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ୍ ହେଲି। ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଶିଳ୍ପାୟନ ଓ ନିବେଶ ଅତି ଜରୁରୀ। UAE ଗସ୍ତରେ ଆଶାତୀତ ସଫଳତା ହାସଲ କରିଛୁ। ଓଡ଼ିଶାର ଯୁବପିଢ଼ିଙ୍କ ସୁନ୍ଦର ଭବିଷ୍ୟତ ଗଢ଼ିବା ଆମର ଲକ୍ଷ୍ୟ ଆମର ପ୍ରମୁଖ ଉଦ୍ଦେଶ୍ୟ।

ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ, କଲିକତା, ଗୁଜୁରାଟ, ସିଙ୍ଗାପୁର ପରେ UAE ଯାଇ ଅଧିକ ନିବେଶ ଆଣିବା ପାଇଁ ଆଲୋଚନା ହେଲା। ଓଡ଼ିଶାରେ ଅଧିକ ନିଯୁକ୍ତି ସୃଷ୍ଟି ଉପରେ ଫୋକସ ରଖାଯାଇଛି। UAE ଗସ୍ତରେ ୫୨ଟି ବୈଠକ, ୬ଟି ଗୋଲ ଟେବୁଲ, ୪୬ଟି ୱାନ୍ ଟୁ ୱାନ ବୈଠକ ସହ ନିବେଶକ ସହ ବୈଠକ ହୋଇଛି। ୪୦୦ଟି ଟିମ ସହ ଆଲୋଚନା ହୋଇଛି। ୮ଟି MOU, ୧୬ଟି ନିବେଶ ସମ୍ଭାବନ ରହିଛି। ୨ ଲକ୍ଷ ୪୩ ହଜାର ୧୬୨ କୋଟି ନିବେଶ ସହ ପ୍ରତ୍ୟେକ୍ଷ ଓ ପରୋକ୍ଷରେ୯ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି ସମ୍ଭାବନା।

ସୂଚନାଯୋଗ୍ୟ ଯେ ଗତ ସେପ୍ଟେମ୍ବର ୮ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ, ଶିଳ୍ପ ମନ୍ତ୍ରୀ ଓ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ୟୁଏଇ (UAE) ଗସ୍ତ କାଳରେ ୯, ୧୦ ଓ ୧୧ ତାରିଖ ତିନି ଦିନ ଧରି ଆବୁଧାବି ଏବଂ ଦୁବାଇରେ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ବ୍ୟାପକ ଆଲୋଚନା ଓ ପର୍ଯ୍ୟାଲୋଚନା କରାଯାଇଛି । UAE ଗସ୍ତରେ ସମୁଦାୟ ୫୨ଟି ବିଜନେସ ମିଟିଙ୍ଗ୍, ୬ଟି ରାଉଣ୍ଡଟେବୁଲ ମିଟିଙ୍ଗ୍, ୪୬ଟି ୱାନ୍-ଟୁ-ୱାନ୍ ମିଟିଙ୍ଗ୍ ସହ ପ୍ରାୟ ୪୦୦ ଶିଳ୍ପ ନେତୃତ୍ୱ ଓ ପ୍ରତିନିଧିଙ୍କ ସହିତ ଆଲୋଚନା ହୋଇଛି।

ପଢନ୍ତୁ ଏହି ଖବର: ଦୁବାଇରେ ମୁଖ୍ୟମନ୍ତ୍ରୀ: ନିବେଶକ ଓ ଶିଳ୍ପ ପ୍ରତିନିଧିମାନଙ୍କ ସହ ବିଭିନ୍ନ ଉଚ୍ଚସ୍ତରୀୟ ଆଲୋଚନା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପୂର୍ବରୁ ହାସଲ ହୋଇଥିବା ୨୦ ଲକ୍ଷ କୋଟିରୁ ଅଧିକ ଟଙ୍କାର ନିବେଶ ପ୍ରସ୍ତାବକୁ ମିଶାଇ ବର୍ତ୍ତମାନ ରାଜ୍ୟର ମୋଟ ନିବେଶ ପ୍ରସ୍ତାବ ୨୨.୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି।  ଏହି ଗସ୍ତ କାଳରେ UAE ର ଅର୍ଥନୀତି ଓ ପର୍ଯ୍ୟଟନ ମନ୍ତ୍ରୀ ତଥା ଅନ୍ତର୍ଜାତୀୟ ନିବେଶ ପରିଷଦର ଅଧ୍ୟକ୍ଷ ଅବ୍‌ଦୁଲା ବିନ୍ ତକ୍ ଅଲ୍‌ ମାରି ଏବଂ IHCର ପରିଚାଳନା ନିର୍ଦ୍ଦେଶକ ସୟଦ ବସର୍ ସୁଏବ୍‌ଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। IHC ଓ ଆଦାନୀ ଗ୍ରୁପ୍ ମଧ୍ୟରେ ୨୦୨୬ ଜୁଲାଇ ୨ ତାରିଖରେ ହୋଇଥିବା ଭାଗିଦାରୀକୁ ଆଗକୁ ନେଇ ଓଡ଼ିଶାରେ ୧୪ଟି ନୂଆ ପ୍ରକଳ୍ପ ପାଇଁ MoU ସ୍ୱାକ୍ଷରିତ ହୋଇଛି। ଏହି ଦୁଇ କମ୍ପାନୀର ଇଣ୍ଟିଗ୍ରେଟେଡ୍ ଆଲୁମିନିୟମ୍ ପ୍ରୋଜେକ୍ଟ ପାଇଁ ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ଶିଳ୍ପ ସ୍ଥାପନ ନେଇ ଉଦ୍ୟମ ଜାରି ରହିଛି।

ଏହା ସହିତ UAEର ସଫଳ ଓଡ଼ିଆ ଉଦ୍ୟୋଗୀ ଓ ପ୍ରବାସୀ ଓଡ଼ିଆମାନଙ୍କ ସହ ଭାବର ଆଦାନପ୍ରଦାନ କରାଯାଇଛି, ଯାହା ଦ୍ୱିପାକ୍ଷିକ ବ୍ୟବସାୟିକ ଓ ସାଂସ୍କୃତିକ ସମ୍ପର୍କକୁ ଅଧିକ ମଜବୁତ କରିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି | ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶାର ପରିକଳ୍ପନା ଏବଂ ଆସନ୍ତା ଦଶ ବର୍ଷ ମଧ୍ୟରେ ରାଜ୍ୟକୁ ୫୦୦ ବିଲିଅନ ଆମେରିକୀୟ ଡଲାର ଅର୍ଥନୀତିରେ ପରିଣତ କରିବା ପାଇଁ ଆମର ଉଦ୍ୟମ ଜାରି ରହିଛି । ଶିକ୍ଷିତ ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଉଛି। ଏଥିପାଇଁ ଆଗାମୀ ଦିନରେ ପ୍ରତିଷ୍ଠିତ ହେବାକୁ ଥିବା କାରଖାନା ଓ ଅଫିସଗୁଡ଼ିକ ପାଇଁ ଯୁବବର୍ଗଙ୍କୁ ନିଯୁକ୍ତି-ପ୍ରସ୍ତୁତ (employment-ready) କରିବାକୁ ଆବଶ୍ୟକୀୟ skill-training ଦିଆଯାଉଛି।

ପ୍ରାରମ୍ଭିକ ସ୍ତରରେ ସଫଳତା ମିଳିବା ପରେ ସରକାରଙ୍କ ପରବର୍ତ୍ତୀ ଲକ୍ଷ୍ୟ ହେଉଛି ଏହିସବୁ ନିବେଶ ପ୍ରସ୍ତାବ ଓ MoU ଗୁଡ଼ିକୁ ଯଥାଶୀଘ୍ର କାର୍ଯ୍ୟକାରୀ କରି ଉତ୍ପାଦନ ଆରମ୍ଭ କରିବା, ଯାହା ଆଗାମୀ ଦିନରେ ରାଜ୍ୟରେ ନିଯୁକ୍ତିର ଏକ ବଡ଼ ସୁଯୋଗ ସୃଷ୍ଟି କରିବ।"