Videos
|
Odisha

CM in Dubai / ଦୁବାଇରେ ମୁଖ୍ୟମନ୍ତ୍ରୀ: ନିବେଶକ ଓ ଶିଳ୍ପ ପ୍ରତିନିଧିମାନଙ୍କ ସହ ବିଭିନ୍ନ ଉଚ୍ଚସ୍ତରୀୟ ଆଲୋଚନା

Banajyotshna Ray
Browse all articles by Banajyotshna Ray
·3 weeks ago·2 min read
ଦୁବାଇରେ ମୁଖ୍ୟମନ୍ତ୍ରୀ: ନିବେଶକ ଓ ଶିଳ୍ପ ପ୍ରତିନିଧିମାନଙ୍କ ସହ ବିଭିନ୍ନ ଉଚ୍ଚସ୍ତରୀୟ ଆଲୋଚନା
CM in Dubai

Key Points

ଦୁବାଇରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଆଜି ଦ୍ଵିତୀୟ ଦିନରେ ଦୁବାଇରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ନିବେଶକ ଓ ଶିଳ୍ପ ପ୍ରତିନିଧିମାନଙ୍କ ସହ ବିଭିନ୍ନ ଉଚ୍ଚସ୍ତରୀୟ ଆଲୋଚନା
ଦୁବାଇରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ଦ୍ଵିତୀୟ ଦିନରେ ଦୁବାଇରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ନିବେଶକ ଓ ଶିଳ୍ପ ପ୍ରତିନିଧିମାନଙ୍କ ସହ ବିଭିନ୍ନ ଉଚ୍ଚସ୍ତରୀୟ ଆଲୋଚନା ହେବ। ଏହି ଅବସରରେ ଓଡ଼ିଶାର ନିବେଶ ସୁଯୋଗ ଓ ଶିଳ୍ପ ସମ୍ଭାବନାକୁ ବିଶ୍ୱ ସମ୍ମୁଖରେ ପ୍ରଦର୍ଶିତ କରାଯିବ । ପ୍ରଥମ ଦିନରେ UAEରେ ଓଡ଼ିଶାର ନିବେଶ ଅଭିଯାନକୁ ବଡ଼ ସଫଳତା ମିଳିଛି। IHC-ଆଦାନୀ ସହ ୧୪ଟି ପ୍ରକଳ୍ପ ପାଇଁ MoU ସହ ୨ ଲକ୍ଷ ୧୦ ହଜାର କୋଟି ନିବେଶ ପ୍ରସ୍ତାବ ଆସିଛି। ଏଥିରୁ ପ୍ରାୟ ୮ ଲକ୍ଷ ୬୮ ହଜାର ୨୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି।

ଓଡ଼ିଶା ସରକାର, IHC ଓ ଆଦାନୀ ଗ୍ରୁପ୍ ମଧ୍ୟରେ ହୋଇଥିବା MoU ଅନୁଯାୟୀ ଧାତୁ ଡାଉନଷ୍ଟ୍ରିମ୍ ଶିଳ୍ପ, ସ୍ଲରି ପାଇପ୍‌ଲାଇନ୍, କ୍ରିଟିକାଲ୍ ମିନେରାଲ୍ ଓ ରେୟାର ଆର୍ଥ୍, କେମିକାଲ୍ ଓ ପେଟ୍ରୋକେମିକାଲ୍ ଡେରିଭେଟିଭ୍, ଅକ୍ଷୟ ଶକ୍ତି ଉପକରଣ, ସ୍ୱାସ୍ଥ୍ୟସେବା, ଶିଳ୍ପ ଭିତ୍ତିଭୂମି, ପର୍ଯ୍ୟଟନ, ଦକ୍ଷତା ବିକାଶ ଓ କ୍ରୀଡ଼ା ଭିତ୍ତିଭୂମି ଭଳି କ୍ଷେତ୍ରରେ ପ୍ରକଳ୍ପ ହେବ । ଗତକାଲି IHCର ବିଭିନ୍ନ ବ୍ୟବସାୟିକ ସଂସ୍ଥା ଓ ଗ୍ରୁପ୍ କମ୍ପାନୀ ସହ ହୋଇଥିବା ରାଉଣ୍ଡଟେବୁଲ୍ ବୈଠକରେ ଇଣ୍ଟିଗ୍ରେଟେଡ୍ ଆଲୁମିନିୟମ୍ ପ୍ରକଳ୍ପ ଉପରେ ଆଲୋଚନା ହୋଇଥିଲା। ଆଲୁମିନା ରିଫାଇନାରୀ ପାଇଁ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ତହସିଲ ଏବଂ ଆଲୁମିନିୟମ୍ ସ୍ମେଲ୍ଟର ପାଇଁ ସୁନ୍ଦରଗଡ଼ ଜିଲ୍ଲା ସଦର ତହସିଲରେ ଜମି ପ୍ରସ୍ତାବ ଦିଆଯାଇଛି। ଏହା ସହ ମୁଖ୍ୟମନ୍ତ୍ରୀ ଭାରତୀୟ ବିଜନେସ୍ ଆଣ୍ଡ ପ୍ରଫେସନାଲ୍ ଗ୍ରୁପ୍‌ ର ପ୍ରତିନିଧିଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି।''

ଏଥିସହ ପଢ଼ନ୍ତୁ: ଆନ୍ଦୋଳନ ବେଳେ ଧରା ପଡ଼ିଲା BJDର ଅନ୍ତଃକନ୍ଦଳ; ଧାରଣସ୍ଥଳକୁ ଆସିଲେନି ଦଳର ବରିଷ୍ଠ ନେତା

ଓଡ଼ିଶା ସରକାର ଓ IBPG ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ବଢ଼ାଇବା ଏବଂ ଓଡ଼ିଶାରେ ନିବେଶ ସୁଯୋଗ ଖୋଜିବା ପାଇଁ ଏକ Memorandum of Cooperation ସ୍ୱାକ୍ଷର ହୋଇଛି। ଏହା ମାଧ୍ୟମରେ ହଳଦୀ, ଅଦା ଭଳି ମସଲା, ସାମୁଦ୍ରିକ ଉତ୍ପାଦ ଏବଂ ଅନ୍ୟାନ୍ୟ ଓଡ଼ିଆ ସାମଗ୍ରୀର UAEକୁ ରପ୍ତାନି ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯିବ। UAEର ବଡ଼ ବ୍ରାଣ୍ଡଗୁଡ଼ିକ ପାଇଁ ଓଡ଼ିଶାରେ କଣ୍ଟ୍ରାକ୍ଟ ମାନୁଫାକ୍ଚରିଂ ଏବଂ ଦକ୍ଷ ମାନବସମ୍ବଳ ପାଇଁ ମଧ୍ୟ ସୁଯୋଗ ସୃଷ୍ଟି କରାଯିବ।''

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
.ରାୟଗଡ଼ା ଓ ସୁନ୍ଦରଗଡ଼ରେ ଆଲୁମିନିୟମ୍ ପ୍ରକଳ୍ପ:

IHCର ବିଭିନ୍ନ ବ୍ୟବସାୟିକ ସଂସ୍ଥା ଓ ଗ୍ରୁପ୍ କମ୍ପାନୀ ସହ ହୋଇଥିବା ରାଉଣ୍ଡଟେବୁଲ୍ ବୈଠକରେ ଇଣ୍ଟିଗ୍ରେଟେଡ୍ ଆଲୁମିନିୟମ୍ ପ୍ରକଳ୍ପ ଉପରେ ଆଲୋଚନା ହୋଇଛି । ଆଲୁମିନା ରିଫାଇନାରୀ ପାଇଁ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ତହସିଲ ଏବଂ ଆଲୁମିନିୟମ୍ ସ୍ମେଲ୍ଟର ପାଇଁ ସୁନ୍ଦରଗଡ଼ ଜିଲ୍ଲା ସଦର ତହସିଲରେ ଜମି ପ୍ରସ୍ତାବ ଦିଆଯାଇଛି ।''

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Related Topics

Explore more stories

Odisha CM Mohan Charan Majhi in Dubai: High-Level Investor Meetings on Day 2 | Argus News | Argus News Odia