Village Burns Overnight / ରାତି ଅଧରେ ଜଳିଗଲା ଗାଁ; ଶୋଇଥିବା ବେଳେ ପୋଡ଼ିଗଲା ୭ ପରିବାରର ସବୁକିଛି
·2 months ago·2 min read

Key Points
- ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଛତ୍ରପଦା ଗାଁରେ ଭୀଷଣ ଅଗ୍ନିକାଣ୍ଡ
- ଜଳିଗଲା ୧୦ ବଖରା, ୧୦ ଗୋରୁ, ୧୦୦ ଛେଳି ଜୀବନ୍ତ ଦଗ୍ଧ
- ନିଆଁରେ ଶହେରୁ ଅଧିକ ଧାନ ବସ୍ତା ଜଳିପୋଡ଼ି ପାଉଁଶ
- ଗାଁର ୭ ପରିବାର ସର୍ବଶାନ୍ତ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
ଚାନ୍ଦବାଲି (ଭଦ୍ରକ): ଭୀଷଣ ଅଗ୍ନିକାଣ୍ଡ, ଆଖି ପାଇବା ପର୍ଯ୍ୟନ୍ତ ଦେଖା ଯାଉଛି ନିଆଁ । ଅଧରାତିରେ ନିଆଁ ପୁରା ଗାଁକୁ ଜାଳି ଛାରଖାର୍ କରି ଦେଇଛି । ୭ ପରିବାରର ସବୁକିଛି ପୋଡ଼ି ପାଉଁଶ କରି ଦେଇଛି ନିଆଁ । ବିଳମ୍ବିତ ରାତିରେ ଘରେ ସମସ୍ତ ଶୋଇଥିବା ବେଳେ ଏଭଳି ଭୀଷଣ, ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଆଖି ଆଗରେ ଜଳି ଯାଇଛି ଘର, ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି ପଶୁ, ପୋଡ଼ି ପାଉଁଶ ହୋଇ ଯାଇଛି ବର୍ଷକର ଆହାର ।
ଏଥିସହ ପଢ଼ନ୍ତୁ: ଭାରତ ଉପରେ ଆହୁରି ବଢ଼ିପାରେ ଟାରିଫ୍; ଋଷଠୁ ତେଲ କିଣାକୁ ନେଇ ଟ୍ରମ୍ପ ଦେଖାଇଲେ ନାଲି ଆଖି
ଏଭଳି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ନରେନ୍ଦ୍ରପୁର ପଞ୍ଚାୟତ ଛତ୍ରପଦା ଗାଁରେ । ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ସବୁକିଛି ଉଜାଡ଼ି ଦେଇଛି । ଅଗ୍ନିକାଣ୍ଡରେ ୭ ପରିବାରର ସବୁକିଛି ଜଳି ପୋଡ଼ି ଯାଇଛି । ସୌଭାଗ୍ୟବଶତଃ ଯାହା ଖାଲି ବଞ୍ଚି ଯାଇଛି ସମସ୍ତଙ୍କ ଜୀବନ ।
ଅଗ୍ନିକାଣ୍ଡରେ ୭ ପରିବାରର ୧୦ ବଖରା ଘର ଜଳି ଯାଇଛି । ଜୀବନ୍ତ ଦଗ୍ଧ ହୋଇଛନ୍ତି ୧୦ ଗୋରୁ ସହ ୧୦୦ରୁ ଅଧିକ ଛେଳି । ପ୍ରାୟ ଶହେ ବସ୍ତା ଧାନ ମଧ୍ୟ ଜଳିପୋଡ଼ି ପାଉଁଶ ହୋଇ ଯାଇଛି । ବିଳମ୍ବିତ ରାତିରେ ଗାଁରେ ସମସ୍ତେ ଶୋଇଥିଲେ । ଶୀତ ଦିନ ହୋଇଥିବାରୁ ଲୋକେ ଘୋଡ଼ି ହୋଇ ଶୋଇଥିବା ବେଳେ ହଠାତ ବ୍ୟାପି ଯାଇଥିଲା ନିଆଁ । କେହି କିଛି ବୁଝିବା ଆଗରୁ ଗୋଟିଏ ଘରୁ ଅନ୍ୟ ଘରକୁ ନିଆଁ ବ୍ୟାପି ଯାଇଥିଲା ।
ଏଥିସହ ପଢ଼ନ୍ତୁ: ଆସାମରେ ଶକ୍ତିଶାଳୀ ଭୂ-କମ୍ପ: ରିକ୍ଟର ସ୍କେଲରେ ତୀବ୍ରତା ୫.୧
ନିଆଁ ଏତେ ଭୀଷଣ ଥିଲା ଯେ ଘରୁ ସପରିବାର ଜୀବନ ବଞ୍ଚାଇ ସୁରକ୍ଷିତ ମୁକୁଳିବା କଷ୍ଟକର ହୋଇ ପଡ଼ିଥିଲା । ଫଳରେ କୌଣସି ପରିବାର କିଛି ଆସବାବପତ୍ର ଉଦ୍ଧାର କରିପାରି ନାହାନ୍ତି । ଅଗ୍ନିକାଣ୍ଡରେ ଛତ୍ରପଦା ଗାଁର ସନାତନ ନାୟକ, ଜଡ଼ା ନାୟକ, ମାନସ ନାୟକ, ସୁଧାକର ନାୟକ, ଦାଶରଥି ନାୟକ, ଚକ୍ରଧର ନାୟକ ଓ ଗୁଣନିଧି ନାୟକଙ୍କ ପରିବାର ସର୍ବଶାନ୍ତ ହୋଇ ପଡ଼ିଛନ୍ତି ।
ନିଆଁ ଲାଗିଥିବା ଦେଖି ଗ୍ରାମବାସୀ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । କିନ୍ତୁ ନିଆଁ ଲିଭା ଗାଡ଼ି ଆସି ପହଞ୍ଚିବା ବେଳକୁ ଆଉ କିଛି ନଥିଲା । ଶୀତ ରାତିରେ ଘର ଜଳିଯିବା ପରେ ଏବେ ୭ ପରିବାର ଖୋଲା ଆକାଶ ତଳେ । ପ୍ରଶାସନ ତୁରନ୍ତ ସେମାନଙ୍କୁ ରିଲିଫ୍ ଯୋଗାଇବା ସହ ଖାଦ୍ୟ ଓ ଅସ୍ଥାୟୀ ବାସସ୍ଥଳୀ ବ୍ୟବସ୍ଥା କରିବାକୁ ଦାବି ହୋଇଛି । ଅଗ୍ନିକାଣ୍ଡ କିଭଳି ଓ କେଉଁ ପରିସ୍ଥିତିରେ ହେଲା ତାର କାରଣ ଜଣାପଡ଼ି ନାହିଁ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories