Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ତେଲେଙ୍ଗାନା କୁ ଦାଦନ ଖଟିବାକୁ ଯାଇ ୪ ମାସ ହେଲା ଯୁବକ ନିଖୋଜ

Odisha

ତେଲେଙ୍ଗାନା କୁ ଦାଦନ ଖଟିବାକୁ ଯାଇ ୪ ମାସ ହେଲା ଯୁବକ ନିଖୋଜ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ତେଲେଙ୍ଗାନା କୁ ଦାଦନ ଖଟିବାକୁ ଯାଇ ୪ ମାସ ହେଲା ଯୁବକ ନିଖୋଜ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ବଡ଼ସାଇମରା ପଞ୍ଚାୟତ ସାନଝରବାହିଲି ଗାଁ ର ଦାଦନ ଶ୍ରମିକ ମୈତ୍ର ସେଠ୍ ଗତ ୪ ମାସ ହେବ ତେଲେଙ୍ଗାନାକୁ ଇଟା ଭାଟିକୁ ଦାଦନ ଖଟିବା କୁ ଯାଇ ନିଖୋଜ ଅଛନ୍ତି। ପରିବାର ଲୋକ ବାରମ୍ବାର ଜିଲ୍ଲା ପ୍ରଶାସନ ପାଖ କୁ ଗଲେ ନିଜ ପୁଅ ର ଅଭିଯୋଗ ନେଇ କି ଗଲେ ପରିବାର ଲୋକକୁ ତେଲେଙ୍ଗାନା କୁ ଯାଇ ନିଜେ ଖୋଜିବା ପାଇଁ କହୁଛି। ରାଜ୍ୟ ସରକାର ଚୁପ୍ ଜିଲ୍ଲା ପ୍ରଶାସନ ଚୁପ୍ । ବଲାଙ୍ଗୀର ଜିଲ୍ଲା ର କଣ୍ଟାବାଞ୍ଜି ଦାଦନ ଅଞ୍ଚଳ ହଜାର ହଜାର ସଂଖ୍ୟାରେ ଦାଦନ ଶ୍ରମିକ ଚାଲାଣ ହୋଇଥାଏ।

ଦାଦନ ଶ୍ରମିକ ନିର୍ଯ୍ୟାତନା ଓ ହତ୍ୟା ଏହା ଅଞ୍ଚଳ ପାଇଁ ନୂଆ ନୁହେଁ ବାରମ୍ବାର ସରକାର ଏହି ଅଞ୍ଚଳ କୁ ଅଣ ଦେଖା କରି ଆସୁଛନ୍ତି। ଦାଦନ ଦୁଃଖ ଅଞ୍ଚଳ ରେ ଏକ ପ୍ରକାର ର ରୋଗ ଅଟେ । ରାଜ୍ୟ ସରକାର ର ୨୫ ବର୍ଷ ର ଶାସନ ପରେ ମଧ୍ୟ ବଲାଙ୍ଗୀର ଜିଲ୍ଲା ର ବିକାଶ ସାତ ସପନ ଭଳି ପ୍ରତ୍ୟେକ ଗାଁ ରେ ଶହେ ରୁ ଉର୍ଦ୍ଧ ଦାଦନ ଖଟିବାକୁ ଯାଇଥାନ୍ତି ।ବର୍ତମାନ କଣ୍ଟାବାଞ୍ଜି ଅଞ୍ଚଳ ରେ ଦାଦନ ଗୋଟେ ରୋଗ ଅଟେ ବୋଲି ଅଭିଯୋଗ ହୋଇଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
A migrant has been missing for 4 months after going to Telangana | Argus News