ଦାଦନ ଯନ୍ତ୍ରଣା: ନିଖୋଜ ହେଲେ ଦାଦନ ଶ୍ରମିକ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ଥମୁନି ଦାଦନ ଯନ୍ତ୍ରଣା । ପେଟ ପାଟଣା ପାଇଁ ବାହାରକୁ ଯାଇଥିବା ଦାଦନ ଏବେ ନିଖୋଜ । ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ କଣ୍ଟାପାଲି ଗ୍ରାମର ଜଣେ ଦାଦନ ନିଖୋଜ ହୋଇଥିବା ଖବର ଆସିଛି । କଣ୍ଟାପାଲି ଗାଁ ର ଗାଁର ରକ୍ମଣ ଶବର ବେଙ୍ଗାଲୁରୁ ସହରକୁ ଦାଦନ ଘଟିବାକୁ ଯାଇ ନିଖୋଜ ଥିବା ଲୋକେ ଅଭିଯୋଗ କରିଛନ୍ତି ।
ସୂଚନାନୁଯାୟୀ ଋକ୍ମଣ ଗ୍ରାମର 2 ଜଣ ବ୍ୟକ୍ତିଙ୍କ ସହ ବେଙ୍ଗାଲୁରୁ ସହରକୁ ନଭେମ୍ବର ଶେଷ ସପ୍ତାହରେ ଯାଇଥିଲେ । ଋକ୍ମଣଙ୍କ ସ୍ତ୍ରୀ ରଇବାରୀ ସ୍ଵାମୀଙ୍କୁ ଖୋଜି ଆଣିବାରେ ସହାୟତା କରିବାକୁ ଜିଲା ପ୍ରଶାସନ ଓ ପୁଲିସ ପ୍ରଶାସନ ନିବେଦନ କରିଛନ୍ତି । ଋକ୍ମଣଙ୍କ ପରିବାର କହିଲେ ବିଧବା ମା , ସ୍ତ୍ରୀ, ଦୁଇ କନ୍ୟା ସନ୍ତାନ ରହିଛନ୍ତି । ଅନ୍ୟପଟେ ଘରର ରୋଜଗାରିଆ ବ୍ୟକ୍ତି ନିଖୋଜ ହୋଇଥିବାରୁ ଚିନ୍ତାରେ ଅଛନ୍ତି ପରିବାର ଲୋକେ ।ଯଥା ଶୀଘ୍ର ଜିଲ୍ଲା ପ୍ରଶାସନ ଖୋଜି ଆଣିବାକୁ ପରିବାର ଦାବି କରିଛନ୍ତି
ଅଧିକ ପଢନ୍ତୁ ଓଡ଼ିଶା ଖବର