Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗଛରୁ ବାହାରୁଛି କ୍ଷୀର, ପୂଜାର୍ଚ୍ଚନା କଲେ ଗାଁ ଲୋକେ

Smruti Parija
Browse all articles by Smruti Parija
·1 year ago·1 min read
ଗଛରୁ ବାହାରୁଛି କ୍ଷୀର, ପୂଜାର୍ଚ୍ଚନା କଲେ ଗାଁ ଲୋକେ

ବେଗୁନିଆ: ଆମ୍ବ ଗଛରୁ ବୋହୁଛି କ୍ଷୀର । ଏହିଭଳି ଘଟଣା ପ୍ରଚାର ପରେ ଘଟଣାସ୍ଥଳରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ । ଏହିଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଏକଡାଳିଆ ଗ୍ରାମରେ । ଆଜି ସକାଳୁ ଗ୍ରାମର ନିକଟରେ ଥିବା ଶିବ ମନ୍ଦିର ପାଖରେ ଥିବା ବହୁ ବର୍ଷର ପୁରୁଣା ଆମ୍ବ ଗଛରୁ କ୍ଷୀର ବାହାରୁଥିବା ମନ୍ଦିରକୁ ଆସିଥିବା କିଛି ଶ୍ରଦ୍ଧାଳୁ ଦେଖିଥିଲେ । 

ଏହି ଖବର ପ୍ରଚାର ହେବା ପରେ ସେଠାରେ ଲୋକମାନଙ୍କ ଭିଡ ଲାଗିଥିବାବେଳେ ଅନେକ ଧୂପ ଦୀପ ଦେଇ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି । ପୂଜା କରୁଥିବା ଆମ୍ବ ଗଛରୁ କ୍ଷୀର ବୋହିବାବେଳେ ଏହାକୁ ନେଇ ଆଧ୍ୟାତ୍ମିକ ପରିବେଶ ସୁଷ୍ଟି ହୋଇଛି । 

କେହି କେହି ଏହାକୁ ମହାପ୍ରଭୁଙ୍କ ମାହାତ୍ମ୍ୟ ବୋଲି କହୁଥିବାବେଳେ କେହି କେହି ଚମତ୍କାର ବୋଲି କହୁଛନ୍ତି । ସେହିଭଳି ଗଛରୁ ବାହାରୁଥିବା ଏହି କ୍ଷୀରର ବାସ୍ନା ଚନ୍ଦନ କର୍ପୁର ଭଳି ହେଉଥିବା କହିଛନ୍ତି ଗ୍ରାମବାସୀ । ମା' ଯୋଗମାୟାଙ୍କ କୃପାରୁ ଏଭଳି ଆଲୌକିକ ଘଟଣା ଘଟୁଥିବାବେଳେ ଗଛକୁ ଦେଖିବା ପାଇଁ ଶ୍ରଦ୍ଧାଳୁ ଭିଡ଼ ଲଗାଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...

 

Sponsored
milk-oozing-from-mango-tree-at-begunia-khurda | Argus News