ମିଲ ମାଲିକଙ୍କ ଅଘୋଷିତ ଷ୍ଟ୍ରାଇକ, ଚାଷୀ ହନ୍ତସନ୍ତ

ଅର୍ଗସ ବ୍ୟୁରୋ: ନବରଙ୍ଗପୁରରେ ଧାନ ମଣ୍ଡିକୁ ନେଇଁ ଚାଲିଛି ଲୁଚକାଳୀର ଖେଳ l ଚାଷୀଙ୍କ ଦରଦ ବୁଝିବାକୁ କେହି ନାଇଁ l ଫଳରେ ଶୀତ କାକରରେ ଚାଷୀ ନିଜର ଧାନ ମଣ୍ଡିରେ ପକାଇ ଜଗି ରହିଛି l ଲ୍ୟାମ୍ପ, RMC, SHG ଓ ମିଲର ଙ୍କ ଚତୁରତା ପାଇଁ ଚାଷୀ ହଇରାଣ ହେଉଛନ୍ତି l ଅଦିନିଆ ବର୍ଷାର ପ୍ରଭାବରେ ଖଳାରେ ପଡିଥିବା ଧାନ ଡିସକଲର ବା ବାସନ ହୋଇଯିବା ଫଳରେ ଚାଷୀ ମଣ୍ଡିକୁ ଧାନ ଆଣି ବିକ୍ରି କରିନପାରି ହଇରାଣ ହେଉଛନ୍ତି l ଏପଟେ ମିଲ ମାଲିକ ମାନେ ଡିସକଲର ଧାନ କ୍ରୟ କରିବୁ ନାହିଁ କହି ଅଘୋଷିତ ଷ୍ଟ୍ରାଇକ କରିଛନ୍ତି । ଗତ ସପ୍ତାହେ ହେବ ଜିଲ୍ଲାର ଗୋଟିଏ ମଧ୍ୟ ମଣ୍ଡିରୁ ଗୋଟିଏ ଧାନ ବି ଉଠାଇ ନାହାନ୍ତି ମିଲର।
ନବରଙ୍ଗପୁର ଜିଲ୍ଲାରେ 60 ମଣ୍ଡି ମାଧ୍ୟମରେ 20 ଲକ୍ଷ 82 ହଜାର କୁଇଣ୍ଟାଲ ଧାନ କ୍ରୟ କରିବାର ଲକ୍ଷ୍ୟ ରଖିଥିବା ବେଳେ ମଣ୍ଡି ଆରମ୍ଭର 15 ଦିନରେ ପ୍ରାୟ 8 ହଜାର ଚାଷୀଙ୍କ ଠାରୁ 3 ଲକ୍ଷ 85 କୁଇଣ୍ଟାଲ ଧାନ କ୍ରୟ କରାଯାଇଛି। ଚଳିତ ବର୍ଷ 45 ହଜାର 809 ଜଣ ଚାଷୀ ମଣ୍ଡିରେ ଧାନ ବିକ୍ରି କରିବାପାଇଁ ନାମ ପଞ୍ଜିକୃତ କରିଥିବାବେଳେ ଜିଲ୍ଲାର 56 ଜଣ ମିଲର ଧାନ କ୍ରୟ କରିବାକୁ ସରକାରଙ୍କ ନିକଟରେ ଚୁକ୍ତି କରିଛନ୍ତି l ଯାହାକୁ ନେଇଁ ଚାଷୀ ତାତି ଥିବା ବେଳେ ଆଗାମୀ ଦିନରେ ଚାଷୀ ଯେକୌଣସି ପଦକ୍ଷେପ ନେବ ସେଥିପାଇଁ କେବଳ ପ୍ରଶାସନ ହିଁ ଦାୟୀ ରହିବ ବୋଲି ଚେତାବନୀ ଦେଇଛନ୍ତି l
ଅନ୍ୟପଟେ ଜିଲ୍ଲା ପ୍ରଶାସନ ଚାଷୀ ଙ୍କ ଦୁଃଖ କୁ ଦେଖି ଚୁପ ରହୁଥିବା ବେଳେ ଶୀଘ୍ର ସେମାନଙ୍କ ସମସ୍ୟା ର ସମାଧାନ କରାଯିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ବେଣୁଧର ପାଣିଗ୍ରାହୀ କହିଛନ୍ତି l ବର୍ଷ ତମାମ ଖରା ବର୍ଷା, ଶୀତ ମୁଣ୍ଡର ଝାଳ ତୁଣ୍ଡରେ ମାରି ଶସ୍ୟ ଉତ୍ପାଦନ କରି ଚାଷୀ ନିଜ ଉତ୍ପାଦିତ ଶସ୍ୟକୁ ବିକ୍ରି କରିବାପାଇଁ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଥିବାବେଳେ କେବେ ସେମାନଙ୍କ ଦୁଃଖ ଦୂର ହେବ ତାହା ଦେଖିବାକୁ ବାକି ରହିଲା !
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର: