Videos
|
Odisha

ଅନ୍ୟ ରାଜ୍ୟରୁ ମିଲେଟ୍ ଆଣି ଓଡ଼ିଶାରେ ପ୍ୟାକେଜିଂ କରି କରାଯାଉଛି ବିକ୍ରି

Smruti Parija
Browse all articles by Smruti Parija
·2 years ago·2 min read
ଅନ୍ୟ ରାଜ୍ୟରୁ ମିଲେଟ୍ ଆଣି ଓଡ଼ିଶାରେ ପ୍ୟାକେଜିଂ କରି କରାଯାଉଛି ବିକ୍ରି

Key Points

  • ମିଲେଟ୍ ମିଶନ ନାଁରେ ବିଜେଡି ସରକାରଙ୍କ ମିଛ ପ୍ରଚାରର ପର୍ଦ୍ଦାଫାସ
  • ଅନ୍ୟ ରାଜ୍ୟରୁ ମିଲେଟ୍ ଆଣି ଓଡ଼ିଶାରେ ପ୍ୟାକେଜିଂ କରି କରାଯାଉଛି ବିକ୍ରି, ମିଳିଲା ପ୍ରମାଣ
  • କାହିଁକି ଓଡ଼ିଶା ଚାଷୀଙ୍କ ଆୟ କମ୍, ଜଣାପଡ଼ିଲା କାରଣ
  • ମିଛ କହି ବେଷ୍ଟ ମିଲେଟ୍ ପ୍ରୋମୋଟିଂ ଷ୍ଟେଟର ଆୱାର୍ଡ ପାଇଛି ଓଡ଼ିଶା
  • ଉଠିଲା ପ୍ରଶ୍ନ, ମିଥ୍ୟା ତଥ୍ୟର ସୌଦାଗର କି ବିଜୁ ଜନତା ଦଳ ?
  • ମିଲେଟ ମିଶନ ମିଛର ଗୁମର ଖୋଲିବା ପରେ ଆଦିବାସୀବହୁଳ ଜିଲ୍ଲାରେ ପ୍ରଭାବିତ ହେବ କି ବିଜେଡି ଭୋଟ୍ ବ୍ୟାଙ୍କ ?

ଅର୍ଗସ ବ୍ୟୁରୋ: ରାୟଗଡ଼ାର ଚାଷୀ ମାଣ୍ଡିଆ ଉତ୍ପାଦନ କରୁଛନ୍ତି, କିନ୍ତୁ ବର୍ଷ ବର୍ଷ ଧରି ବିକ୍ରି ହେଉନାହିଁ ଫସଲ । ଦର ମିଳୁଛି ମାତ୍ର 10ରୁ 12 ଟଙ୍କା । ବିକ୍ରି କରିବା ବଦଳରେ ଫିଙ୍ଗି ଦେବାକୁ ଶ୍ରେୟ ମଣୁଛନ୍ତି ଚାଷୀ ।

ରାୟଗଡ଼ା ଚାଷୀଙ୍କ ଏ ବୟାନ ଖୋଲିଦେଉଛି ରାଜ୍ୟ ସରକାରଙ୍କ ବହୁ ପ୍ରଚାରିତ ମିଲେଟ ମିଶନର ସତ। ଆଉ ଏବେ ଦେଖନ୍ତୁ ଏ ଦୃଶ୍ୟ। ଏ ଚିତ୍ର ହେଉଛି ରାୟଗଡା ଚନ୍ଦ୍ରପୁର ବ୍ଲକ୍ ଡାଙ୍ଗସରଡ଼ାର। ଟ୍ରକ୍ ନଂ KA34C4995, ନଂରୁ ଜଣାପଡୁଛି କର୍ଣ୍ଣାଟକରୁ ଆସିଛି ଏ ଗାଡ଼ି। ଡ୍ରାଇଭର ପାଖରେ ଥିବା ଏ ବିଲ୍ କହୁଛି 12 ଲକ୍ଷ 26 ହଜାର ଟଙ୍କା ମୂଲ୍ୟର ମାଣ୍ଡିଆ ଅଣାଯାଇଛି। 

ମିଲେଟ୍ ମିଶନ ଜରିଆରେ ଆଦିବାସୀ ବହୁଳ ଜିଲ୍ଲା ଗୁଡ଼ିକରେ ମାଣ୍ଡିଆ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ଚାଷୀଙ୍କୁ ଏନଜିଓଗୁଡ଼ିକ ମାଧ୍ୟମରେ ୫ ବର୍ଷ ଯାଏଁ ଆର୍ଥିକ ସହାୟତା ଦେଉଛନ୍ତି ରାଜ୍ୟ ସରକାର । ପ୍ରଥମ ବର୍ଷ ହେକ୍ଟର ପିଛା ୧୦ ହଜାର, ଦ୍ବିତୀୟ ବର୍ଷ ୭୫୦୦, ତୃତୀୟ ବର୍ଷ ୫୦୦୦, ଚତୁର୍ଥ ଓ ପଞ୍ଚମ ବର୍ଷରେ ୨ ହଜାର ଟଙ୍କା ଲେଖାଏଁ ଚାଷୀଙ୍କୁ ଦିଆଯାଉଥିବା ପ୍ରଚାର କରାଯାଉଛି । ରାୟଗଡ଼ା କୃଷି ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ଗତ ବର୍ଷ ଖରିଫ ଋତୁରେ ୭,0୯୩ ହେକ୍ଟର ଓ ରବିରେ ୪୦୬ ହେକ୍ଟରରେ ମାଣ୍ଡିଆ ଚାଷ ହୋଇଥିଲା। କିନ୍ତୁ ସତ କଥା ହେଲା ନାଁ ଚାଷ ପାଇଁ ମିଳୁଛି ପ୍ରୋତ୍ସାହନ ରାଶି ନାଁ ଚାଷୀଙ୍କଠୁ କିଣାଯାଉଛି ମାଣ୍ଡିଆ। ବାହାର ରାଜ୍ୟରୁ ନିମୟିତ ଆମଦାନୀ କରିବା ପରେ ଶହ ଶହ କ୍ବିଣ୍ଟାଲ ମାଣ୍ଡିଆ ଗଚ୍ଛିତ ରଖାଯାଇ ଓଡ଼ିଶା ବ୍ରାଣ୍ଡରେ ପ୍ୟାକେଜିଂ କରାଯାଉଛି ।

ଆଉ ସ୍ଥାନୀୟ ଆଦିବାସୀ ଏହି ମାଣ୍ଡିଆ ଚାଷ କରିଥିବା ଦର୍ଶାଇ ସେମାନଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରାଯାଉଛି। ଆଦିବାସୀଙ୍କୁ ମାଣ୍ଡିଆ ଚାଷ ନାଁରେ ପ୍ରୋତ୍ସାହନ ଦେବା ପାଇଁ କାମ କରୁଥିବା କେତେକ ଏନଜିଓ ଏବଂ ସ୍ଥାନୀୟ କୃଷି ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ଚାଲିଛି ମିଲେଟ୍ କେଳେଙ୍କାରୀ। ସବୁ ଜାଣି ଶୁଣି ଚୁପ୍ ବସିଛନ୍ତି ବିଜେଡି ସରକାର। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମିଲେଟ୍ ମିଶନ ନାଁରେ ଭୁଆଁ ବୁଲାଉଛନ୍ତି ବିଜେଡି ସରକାର। ମିଥ୍ୟା ତଥ୍ୟ ଦେଇ ବେଷ୍ଟ ମିଲେଟ୍ ପ୍ରମୋଟିଂ ଷ୍ଟେଟର ଆୱାର୍ଡ ପାଇଛନ୍ତି ଓଡ଼ିଶା ସରକାର। ପ୍ରକୃତରେ ମିଲେଟ ମିଶନ ସଫଳ ହୋଇଥିଲେ ବହୁଗୁଣିତ ହୋଇଥାନ୍ତା ଆଦିବାସୀ ଚାଷୀଙ୍କ ଆୟ। ରାୟଗଡ଼ାର ଏ ଘଟଣା ପ୍ରମାଣିତ କରୁଛି ବିଜେଡି ସରକାରର ଅପାରଗତାରୁ ହିଁ ଗରିବ ରହିଛନ୍ତି ଓଡ଼ିଶାର ଚାଷୀ। ଏବେ ଆକଳନ କରାଯାଉଛି ମିଲେଟ ମିଶନ ନାଁରେ ବିଜେଡି ସରକାରଙ୍କ ମିଛର ପର୍ଦ୍ଦାଫାସ୍ ହେବା ପରେ ଆଦିବାସୀବହୁଳ ଜିଲ୍ଲାଗୁଡ଼ିକରେ ବିଜେଡିର ଭୋଟ୍ ବ୍ୟାଙ୍କକୁ ଗୁରୁତର ଭାବେ କରିବ ପ୍ରଭାବିତ।

ଆହୁରି ପଢନ୍ତୁ ଓଡିଶା ଖବର...