Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଜେଲରୁ ଆସି ପୁନର୍ବାର ସରକାରୀ କାର୍ଯ୍ୟାଳୟରେ ଯୋଗ ଦେଇଛନ୍ତି କୋଟିପତି ବାବୁ

Odisha

ଜେଲରୁ ଆସି ପୁନର୍ବାର ସରକାରୀ କାର୍ଯ୍ୟାଳୟରେ ଯୋଗ ଦେଇଛନ୍ତି କୋଟିପତି ବାବୁ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଜେଲରୁ ଆସି ପୁନର୍ବାର ସରକାରୀ କାର୍ଯ୍ୟାଳୟରେ ଯୋଗ ଦେଇଛନ୍ତି କୋଟିପତି ବାବୁ

ଅର୍ଗସ ବ୍ୟୁରୋ:  ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଗିରଫ ହେଲେ। ଭିଜିଲାନ୍ସ ହାତରେ ବନ୍ଧା ହୋଇ ଜେଲ ଗଲେ। କିନ୍ତୁ ଏଯାଏଁ ବାବୁଙ୍କ ଚେୟାର ନିଶା ଛାଡିନି। ଏବେ ଜେଲରୁ ବେଲରେ ଆସି ପୁନର୍ବାର କେନ୍ଦୁଝର ସ୍ଥିତ ସରକାରୀ କାର୍ଯ୍ୟାଳୟରେ ଯୋଗ ଦେଇଛନ୍ତି କୋଟିପତି ବାବୁ।  ଗତ୨୩.୧୦.୨୦୨୪ରେ କୋଟିପତି ମୂଖ୍ୟଯନ୍ତ୍ରୀ ତଥା ବୈତରଣୀ ବେସିନ ମ୍ୟାନେଜର କୈଳାସ ଚନ୍ଦ୍ର ସାହୁଙ୍କୁ ବାନ୍ଧିଥିଲା ଭିଜିଲାନ୍ସ। ରାଜ୍ୟର ୧୦ଟି ସ୍ଥାନରେ ଚଢାଉ କରି ୨୮ଟି ଜାଗା , ୩ଟି ଫ୍ଲାଟ ଓ ଯାଜପୁରର କୋରେଇଠାରେ ଏକ ୩ ମହଲା କୋଠା ଠାବ ହୋଇଥିଲା । ଆୟ ଠାରୁ ୧୧୨ ଗୁଣ ଅଧିକ ସଂପତି ଠାବ କରିଥିଲା ଭିଜିଲାନ୍ସ। କିନ୍ତୁ ଏବେ ଜେଲରୁ ବେଲରେ ଆସି ପୁନର୍ବାର କେନ୍ଦୁଝର ସ୍ଥିତ ସରକାରୀ କାର୍ଯ୍ୟାଳୟରେ ଯୋଗ ଦେଇଛନ୍ତି କୋଟିପତି ବାବୁ ।

ଆଶ୍ଚର୍ଯ୍ୟର କଥା ଏତେ ବଡ ଦୁର୍ନୀତି ପରେ ଏ ପର୍ଯ୍ୟନ୍ତ ମୁଖ୍ୟଯନ୍ତ୍ରୀଙ୍କ କ୍ଷେତ୍ରରେ ଆରମ୍ଭ ହୋଇନାହିଁ ଦଣ୍ଡ ବିଧାନ କାର୍ଯ୍ୟକ୍ରମ । ବାବୁଙ୍କ ବିରୋଧରେ କୋର୍ଟରେ ସମ୍ପୁର୍ଣ୍ଣ ଚାର୍ଜସିଟ୍ ଦାଖଲ କରିନାହିଁ ଭିଜିଲାନ୍ସ ବିଭାଗ। ଦୁର୍ନୀତିଖୋର ସମ୍ପୂର୍ଣ୍ଣ ଚାର୍ଜସିଟ୍ ଦାଖଲ ପରେ କୈଳାସ ସାହୁଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ ବୋଲି  କହିଛନ୍ତି ଭିଜିଲାନ୍ସ ଏସପି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Millionaire Babu has joined government office after coming out of jail | Argus News