Videos
|
Odisha

ସୁରକ୍ଷିତ ଆବାସ ନ ଥିବାରୁ ସ୍ଥାନାନ୍ତରିତ ହେଲେ ଲକ୍ଷ ଲକ୍ଷ ଲୋକ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ସୁରକ୍ଷିତ ଆବାସ ନ ଥିବାରୁ ସ୍ଥାନାନ୍ତରିତ ହେଲେ ଲକ୍ଷ ଲକ୍ଷ ଲୋକ

Key Points

  • `ଦାନା’ ଖୋଲିଦେଲା ପକ୍କା ଘରର ସତ
  • ସୁରକ୍ଷିତ ଆବାସ ନ ଥିବାରୁ ସ୍ଥାନାନ୍ତରିତ ହେଲେ ଲକ୍ଷ ଲକ୍ଷ ଲୋକ
  • ପବନ ଓ ବର୍ଷା ମାଡ଼ରେ ଭାଙ୍ଗିଲା ଶହ ଶହ କଚ୍ଚା ଘର
  • ଗରିବ ଓଡ଼ିଆଙ୍କୁ ପକ୍କାଘର ମିଳିବାରେ ବାଧକ ସାଜିଥିଲେ ନବୀନ ସରକାର
  • ତାଲିକା ଦେଇ ନପାରିବାରୁ ଗତ 8 ବର୍ଷରେ ଫେରିଯାଇଛି ୬ ଲକ୍ଷ ୫7 ହଜାର ଘର
  • ଏବେ ବିଜେପି ସରକାର ଆଗରେ ବଡ଼ ଚ୍ୟାଲେଞ୍ଜ
  • ପରବର୍ତ୍ତୀ ବାତ୍ୟା ପୂର୍ବରୁ କଚ୍ଚା ଘର ଶୂନ୍ୟ ହେବ କି ଓଡ଼ିଶା

ଅର୍ଗସ ବ୍ୟୁରୋ:  ବାତ୍ୟାର ପ୍ରକୋପ ସେତେ ହେଲାନି, କିନ୍ତୁ କଚ୍ଚା ଘରେ ରହୁଥିବାଗରିବଙ୍କ ମୁଣ୍ଡ ଉପରେ ପଡ଼ିଲା ଚଡ଼କ। ପବନ ମାଡ଼ରେ ଭଦ୍ରକ ବାସୁଦେବପୁର ପୌରାଞ୍ଚଳ ୱାର୍ଡ ନଂ 23ରେ ମହେଶ୍ବର ମହାକୁଡ଼ଙ୍କ ଘର ଉପରେ ଉପୁଡ଼ି ପଡ଼ିଲା ପାଖରେ ଥିବା ଲିମ୍ବ ଗଛ। ଘରେ ଶୋଇଥିବା ମହେଶ୍ବରଙ୍କ ସାନ ଭାଇ, ଭାଉଜଙ୍କ ସମେତ ପିଲାମାନଙ୍କ ଜୀବନ ସିନା କୌଣସି ମତେ ବଞ୍ଚିଗଲା, କିନ୍ତୁ ଘର ସହ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ସବୁ ଆସବାବପତ୍ର । ବାସୁଦେବପୁର ରାଜଘର ପୋଖରୀ ସାନମଛୁଆ ଗାଁର ଲଷ୍ମୀକାନ୍ତ ସାହୁଙ୍କ ପରିବାର ବି ଭୋଗିଛନ୍ତି ସମାନ ଦଶା। ଘର ଉପରେ ପଡ଼ିଲା ପାଖରେ ବଡ଼ ୟୁକାଲିପଟାସ ଗଛ । କେହି ମୃତାହତ ହୋଇନଥିଲେ ବି ପୁରା ପରିବାର ହୋଇଯାଇଛନ୍ତି ବାସହରା।

କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ୍ ଭାଟେଣୀ ଓ ବଗଗହଣ ଗାଁରେ ବି ପବନ ଓ ବର୍ଷା ପ୍ରଭାବରେ ଘର ଭାଙ୍ଗିଯିବାରୁ ବାସହୀନ ହୋଇଛନ୍ତି ଲକ୍ଷ୍ମୀ ମଣ୍ଡଳ ଓ ପୁରଞ୍ଜନ ମଣ୍ଡଳଙ୍କ ପରିବାର । ଇଏ ତ ଭାତହାଣ୍ଡିରୁ କେତୋଟି । ପବନ ଓ ବର୍ଷା ଯୋଗୁଁ ଘର ଭାଙ୍ଗିଯିବାରୁ ବାସହୀନ ହୋଇଛନ୍ତି ରାଜ୍ୟର ଏମିତି ଶହ ଶହ ପରିବାର। ଆଉ ବାତ୍ୟା ଦାନା ଖୋଲିଦେଇଛି ରାଜ୍ୟରେ ଗରିବଙ୍କ ବିକାଶ ନାଁରେ 24 ବର୍ଷ ଧରି ଶାସନ କରିଥିବା ବିଜେଡି ସରକାରର ଅପାରଗତା, ବିଫଳତାର ପୋଲ୍। ଏଥିସହ ଖୋଲିଛି ନବୀନ ସରକାର ମିଛ ପ୍ରଚାରର ଗୁମର।

ଏ ଗରିବଙ୍କୁ ଆବାସ ଯୋଜନାରେ ପକ୍କା ଘର ମିଳିଥିଲେ ଆଜି ଏମାନେ ଏମିତି ଦୁର୍ଦ୍ଦଶାର ସାମ୍ନା କରୁନଥାନ୍ତେ । ପ୍ରକୃତରେ ଗରିବ ଓଡ଼ିଶାଙ୍କୁ ପକ୍କାଘର ମିଳିବାରେ ବାଧକ ସାଜିଥିଲେ ନବୀନ ସରକାର। ମୋଦି ନାଁ ନେଇଯିବେ, ସେଥିପାଇଁ ଗରିବଙ୍କୁ ଘର ଦେଉନଥିଲେ ବିଜେଡି ସରକାର। ଏ ସମ୍ପର୍କରେ ଗତ ଜୁଲାଇ ମାସରେ ବିଧାନସଭାରେ ପଞ୍ଚାୟତିରାଜ ମନ୍ତ୍ରୀ ରଖିଥିବା ଉତ୍ତର ଖୋଲିଥିଲା ବିଜେଡି ସରକାରର ପୋଲ। ଯୋଗ୍ୟ ହିତାଧିକାରୀଙ୍କ ତାଲିକା ନ ଦେବାରୁ ୨୦୧୬ ରୁ ୨୦୨୪ ମଧ୍ୟରେ ଓଡ଼ିଶାରୁ ୬ ଲକ୍ଷ ୫୬ ହଜାର ୯୪୫ ପକ୍କା ଘର ଫେରି ଯାଇଛି। ଏବେ ବି ୧ ଲକ୍ଷରୁ ଅଧିକ ପରିବାର ଆବାସ ପାଇଁ ଆବେଦନ କରି ଅପେକ୍ଷାରେ ଅଛନ୍ତି । ବିଜେଡି ସରକାରର ପ୍ରିୟା ପ୍ରୀତି ତୋଷଣ ପାଇଁ ବି ଗାଁର ଗରିବ ଲୋକେ ବା ଯୋଗ୍ୟ ହିତାଧିକାରୀ ପକ୍କା ଘର ପାଇବାରୁ ବଞ୍ଚିତ ହୋଇଛନ୍ତି । ବାସହୀନ ଗରିବଙ୍କ ଏ ଦୁର୍ଦ୍ଦଶା ଏବେ ନୂଆ ବିଜେପି ସରକାର ଆଗରେ ସୃଷ୍ଟି କରିଛି ବଡ଼ ଚ୍ୟାଲେଞ୍ଜ । ପ୍ରଶ୍ନ ହେଲା ପରବର୍ତ୍ତୀ ବାତ୍ୟା ପୂର୍ବରୁ ଓଡ଼ିଶା କଚ୍ଚା ଘର ଶୂନ୍ୟ ହୋଇପାରିବ କି ?

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: