Videos
|
Odisha

ଠିକାଦାର ଓ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ କୋଟି କୋଟି ଟଙ୍କା ଚଳୁ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଠିକାଦାର ଓ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ କୋଟି କୋଟି ଟଙ୍କା ଚଳୁ

ଅର୍ଗସ ବ୍ୟୁରୋ:  ଦୁର୍ନୀତିର ଗନ୍ତାଘର ପାଲଟିଛି ଗ୍ରାମ୍ୟ ଉନ୍ନୟନ ବିଭାଗ । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ରାସ୍ତା ନିର୍ମାଣରେ ଠିକାଦାର ଓ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ କୋଟି କୋଟି ଟଙ୍କା ହୋଇଛି ଚଳୁ। ହାତ ମାରିଲେ ଉଠୁଛି ପିଚୁ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମ୍ୟ ଉନ୍ନୟନ ଅଧିନରେ ଥିବା ବହଳଦା ଗ୍ରାମ୍ୟ ଉନ୍ନୟନ ବିଭାଗ  ଦ୍ୱାରା ହୋଇଥିବା କାର୍ଯ୍ୟରେ । ଆଦିବାସୀଙ୍କର ଯାତାୟାତ ଓ ବିକାଶ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସାମ୍ନାକୁ ଆସିଛି ତାର ବିପରୀତ ଚିତ୍ର। ଝରାଡ଼ିହି ଠାରୁ ରଙ୍ଗାମାଟିଆ ସାତ କିଲୋମିଟର ନୂତନ କାର୍ଯ ହେଉଥିବା ବେଳେ କାର୍ଯ୍ୟର ମାସେ ନ ଯାଉଣୁ ହାତ ମାରିଲେ ଉଠି ଯାଉଛି ପିଚୁ ।

ତେବେ ସରକାର ଅଞ୍ଚଳବାସୀଙ୍କ ଆର୍ଥିକ ସ୍ଥିତି ସୁଦୃଢ କରିବା ପାଇଁ ଗମନା ଗମନ ସୁବିଧାକୁ ପ୍ରାଥମିକତା ଦେଉଥିବା ବେଳେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ଏଭଳି କାର୍ଯ ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାସ୍ତାଟି ଝରାଡିହି ଠାରୁ ଗୋରୁମହିଷାଣୀ ଦେଇ ଝାଡ଼ଖଣ୍ଡକୁ ସଂଯୋଗ କରୁଥିବା ବେଳେ ଏହି ରାସ୍ତା ଦେଇ ୩୦ ରୁ ଅଧିକ ଗ୍ରାମର ଲୋକେ ଯିବା ଆସିବା କରନ୍ତି। କିନ୍ତୁ ନିମ୍ନ ମାନର କାମ ପାଇଁ ରାସ୍ତା ହାଲ୍ ବେହାଲ୍ । ଆଗକୁ ତଦନ୍ତ ନହେଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଲୋକେ।

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: