Videos
|
Odisha

କୋଟି କୋଟି ଟଙ୍କାର ଖଣିଜ ସମ୍ପଦ ଲୁଟି ନେଇଛନ୍ତି ଲିଜଧାରୀ, ୧୯ ଜଣଙ୍କ ରୟାଲଟି ବାତିଲ 

Smruti Parija
Browse all articles by Smruti Parija
·1 year ago·1 min read
କୋଟି କୋଟି ଟଙ୍କାର ଖଣିଜ ସମ୍ପଦ ଲୁଟି ନେଇଛନ୍ତି ଲିଜଧାରୀ, ୧୯ ଜଣଙ୍କ ରୟାଲଟି ବାତିଲ 

ଖୋର୍ଦ୍ଧା: ମହାପ୍ରଭୁଙ୍କ ଖଣିରୁ ବେଆଇନ ଖଣିଜ ସମ୍ପଦ ଉତ୍ତୋଳନରେ ଚାଲିଥିଲା ମହାଦୁର୍ନୀତି । କୋଟି କୋଟି ଟଙ୍କାର ଖଣିଜ ସମ୍ପଦ ଲୁଟି ନେଇଛନ୍ତି ଲିଜଧାରୀ । ଏନେଇ ପ୍ରମାଣ ମିଳିବା ପରେ ୧୯ ଜଣଙ୍କ ରୟାଲଟି ବାତିଲ କରିବା ସହ ଜରିମାନା କରାଯାଇଛି । ଯେଉଁମାନେ ଜରିମାନା ଦେଇ ନାହାନ୍ତି ସେମାନଙ୍କ ବିରୋଧରେ ଥାନାରେ ହୋଇଛି ମାମଲା । 

ଖୋର୍ଦ୍ଧାରେ ଚାଲିଛି ବେଆଇନ ଖଣି ଉତ୍ତୋଳନ । ୫ ଲିଜଧାରୀଙ୍କ ବିରୋଧରେ ଉପଜିଲ୍ଲାପାଳ ଏତଲା ଦେଇଛନ୍ତି । ବେଆଇନ ଖଣିଜ ସମ୍ପଦ ଉତ୍ତୋଳନ ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ନୋଟିସର କୌଣସି ଉତ୍ତର ନଦେବା ଖଣି ଲିଜଧାରୀଙ୍କୁ ମହଙ୍ଗା ପଡିଛି । ୧୯ ଖଣି ମାଲିକଙ୍କୁ ଚିଠି କରିବା ସହ ୫ ଜଣଙ୍କ ବିରୋଧରେ ଖେର୍ଦ୍ଧା ସଦର ଥାନାରେ ଏତଲା ଦିଆଯାଇଛି । 

ଏଥିସହ ଯେ ପର୍ଯ୍ୟନ୍ତ ଜରିମାନା ଓ ଅନ୍ୟାନ୍ୟ ଦେୟ ପଇଠ ନହୋଇଛି, ସେ ପର୍ଯ୍ୟନ୍ତ ଖଣି ମାଲିକଙ୍କୁ ଖଣିଜ ସମ୍ପଦ ଉତ୍ତୋଳନ ଅନୁମତି ବାତିଲ କରିଛନ୍ତି । ଚିଠି ଅନୁସାରେ, ୧୯ ଜଣ ଖଣି ମାଲିକଙ୍କୁ ୨୦୨୨-୨୩ ବର୍ଷରେ ଧାର୍ଯ୍ୟ ଅନୁମତିଠାରୁ ଅଧିକ ମହାପ୍ରଭୁଙ୍କ ଖଣିରୁ ବେଆଇନ୍‌ ଖଣି ଉତ୍ତୋଳନ ପାଇଁ ରୟାଲଟି ଓ ପେନାଲ୍ଟି ବାବଦକୁ ୨୨ କୋଟି ୬୫ ଲକ୍ଷ ୨୩ ହଜାର ୭ ଶହ ୬୧ ଟଙ୍କା ଜରିମାନା କରାଯାଇଛି ।  ତେବେ ନୋଟିସ୍ ପାଇଥିବା ୧୪ ଜଣ ଜରିମାନା ଭରି ଦେଇଥିବାରୁ ୫ ଜଣଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଇଛି ।

ଆହୁରି ପଢନ୍ତୁ  ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Millions of rupees of mineral resources have been looted by the name-of-jagannatha | Argus News