Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଧର୍ମଶାଳାରେ ବେଆଇନ୍ କ୍ରସର ଉପରେ ଖଣିବିଭାଗର ଚଢାଉ

Ritu Das
Browse all articles by Ritu Das
·2 years ago·2 min read
ଧର୍ମଶାଳାରେ ବେଆଇନ୍ କ୍ରସର ଉପରେ ଖଣିବିଭାଗର ଚଢାଉ

ଅର୍ଗସ ବ୍ୟୁରୋ: ପୁଣି ଚର୍ଚ୍ଚାରେ କଳାପଥରର ପେଣ୍ଠସ୍ଥଳୀ ଧର୍ମଶାଳା ନିର୍ବାଚନ ମଣ୍ଡଳୀ । ବେଆଇନ୍ କଳାପଥର ଲୁଟକୁ ନେଇ ଉଠୁଛି ପଡୁଛି ଯାଜପୁର ଜିଲ୍ଲା । ଧର୍ମଶାଳା ବିଧାୟକ ହିମାଶୁଂ ଶେଖର ସାହୁଙ୍କ ଖଣିବିଭାଗକୁ ଚିଠି ପରେ ଏବେ ଆକ୍ଟିଭ ମୁଡରେ ଜିଲ୍ଲା ଖଣି ବିଭାଗ । ସେପଟେ କଳାପଥର ଲୁଟକୁ ରୋକିବା ପାଇଁ ଆକ୍ସନ ମୁଡରେ ମୋହନ ସରକାର । ଆଜି  ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଧିନରେ ଥିବା ବାଜବାଟି ଅଞ୍ଚଳ ରେ ଥିବା କିଛି କ୍ରସର ଉପରେ ଜିଲ୍ଲା ଖଣି ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଖୋଳତାଡ ଆରମ୍ଭ ହୋଇଛି ।

ଧର୍ମଶାଳାର ବେଆଇନ୍ କଳାପଥର ଲୁଟକୁ ନେଇ ବିବାଦକୁ ଆସିଥିଲେ ଧର୍ମଶାଳର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ଆଣ୍ଡ ଟିମ୍ । ଏହି ଅଞ୍ଚଳରେ ଥିବା  ବାଜବାଟି, ଆରୁହା, ବିଛାଖଣ୍ଡି, ଡଙ୍କାରି, ରାହାଡପୁର, ବାଘୁଆ ଅଞ୍ଚଳର କଳାପଥର ଖାଦାନରୁ ବେଆଇନ୍ ଭାବେ କଳାପଥର ଲୁଟ ସହ ହଜାର ହଜାର କୋଟିର ରାଜସ୍ୱରେ ଚୂନ ଲାଗିଥିବାର ଅଭିଯୋଗ ହୋଇଥିଲା । ଆଉ ଏନେଇ ନବନିର୍ବାଚିତ ବିଧାୟକ ହିମାଶୁଂ ଶେଖର ସାହୁ ଏହା ଉପରେ ଦୃଷ୍ଟି ଦେବାସହ ବେଆଇନ୍ କଳାପଥର ଲୁଟ ରୋକିବାକୁ ଲେଖିଥିଲେ ଚିଠି । ଆଉ ଏହି ଚିଠି ପରେ ଏବେ ଆକ୍ସନ ମୁଡକୁ ଆସିଛନ୍ତି ମୋହନ ସରକାର । ଆଉ ଜିଲ୍ଲାରେ ହଜାର ହଜାର ବେଆଇନ୍ କ୍ରସର ଚାଲିଥିବାର ଅଭିଯୋଗ ହୋଇଥିବା ବେଳେ ଆଜି କ୍ରସର ଗୁଡିକ ଉପରେ ଚଢାଉ କରାଯାଇ କେତେ ବେଆଇନ କଳା ପଥର ଗଚ୍ଛିତ ଅଛି ତାକୁ ନେଇ ମାପଚୁପ ଆରମ୍ଭ କରିଛି ପ୍ରଶାସନ ।

ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ, ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ଓ ସୁକିନ୍ଦାର ପୂର୍ବତନ ବିଧାୟକ ପ୍ରୀତିରଞ୍ଜନ ଘଡେଇ । ଯାଜପୁର ଜିଲ୍ଲାର ଚାଲିଥିବା ବେଆଇନ୍ କଳାପଥର ଓ ଖଣିଲୁଟ୍ ଘଟଣାରେ ଏମାନେ ସବୁବେଳେ ଚର୍ଚ୍ଚାରେ । ରାଜନୈତିକ କ୍ଷେତ୍ରରେ ଏହି ତିନି ରାଜନୈତିକ ପରିବାର କ୍ଷେତ୍ରରେ ପଡୁ କି ନପଡୁ ଯାଜପୁରକୁ ଲୁଟିବା ପାଇଁ କିନ୍ତୁ ଏହି 3 ପରିବାର ଏକାଠି ହୋଇଥିବା ସବୁବେଳେ ଚର୍ଚ୍ଚା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଶାସନ କ୍ଷମତାରେ ରହିବା ସମୟରେ କଳାପଥର ଲୁଟ ଓ ଖଣି ଲୁଟକୁ ପ୍ରୋତ୍ସାହନ ଦେଇ ଆସୁଥିବା ଅଭିଯୋଗ ହୋଇ ଆସୁଥିଲା । ଆଉ ଏବେ ଧର୍ମଶାଳାର ନବାଗତ ବିଧାୟକ ହିମାଶୁଂ ଶେଖର ସାହୁଙ୍କ ଚିଠି ପରେ ଖଣି ବିଭାଗ ହଠାତ୍ ଆକ୍ଟିଭ ହୋଇଯିବାକୁ ନେଇ ଖୁସିବ୍ୟକ୍ତ କରିଛନ୍ତି ଧର୍ମଶାଳା ବାସୀ ।
ହଜାର ହଜାର କୋଟିର କଳାପଥର ଲୁଟ୍ । ରାଜନେତା, ମାଫିଆଙ୍କୁ ସୁରକ୍ଷା ଦେଇ ଆସୁଥିଲେ 25 ବର୍ଷର ବିଜେଡି ସରକାର । ଆଉ ଏବେ ମୋହନ ସରକାର ଆସିବା ପରେ ବେଆଇନ୍ ଲୁଟ ଉପରେ ଆରମ୍ଭ ହୋଇଯାଇଛି ପ୍ରହାର।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 


 

Sponsored
Mines attack | Argus News