Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଖାଦାନରେ ପଶିଲା ମାଇନିଙ୍ଗ ବିଭାଗ, ଜେସିବି ଓ ଡମ୍ପର ଜବତ

Odisha

ଖାଦାନରେ ପଶିଲା ମାଇନିଙ୍ଗ ବିଭାଗ, ଜେସିବି ଓ ଡମ୍ପର ଜବତ

Ritu Das
Browse all articles by Ritu Das
·1 year ago·1 min read
ଖାଦାନରେ ପଶିଲା ମାଇନିଙ୍ଗ ବିଭାଗ, ଜେସିବି ଓ ଡମ୍ପର ଜବତ

ଅର୍ଗସ ବ୍ୟୁରୋ: ଚାଲିଥିଲା ବ୍ୟାପକ ଭାବେ ପଥର ଲୁଟ। ପାହାଡ଼କୁ ଫଟାଇ ବେଆଇନ ଭାବେ କରୁଥିଲେ ପଥର ବେପାର। ଶେଷରେ ଖାଦାନରେ ପହଞ୍ଚିଲା ମାଇନିଙ୍ଗ ବିଭାଗ। ବ୍ୟାପକ ଭାବେ ଚଢ଼ାଉ କରି ଡମ୍ପର ସହିତ ଜେସିବି ଜବତ କରିଛି ବିଭାଗ। କପ୍ତିପଦା ବନାଞ୍ଚଳ ଅଧୀନ ଶାରୀଶୁଆରେ ଚାଲିଥିଲା ଚୋରା ପଥର ଖାଦାନ। 

ଶାରୀଶୁଆ ପାହାଡ଼ର କାଠଚୁଆ ରାଜସ୍ବ ଅଞ୍ଚଳରେ ଚାଲିଥିଲା ବେଆଇନ ପଥର ଖାଦାନରେ ହେଉଥିଲା ବ୍ୟାପକ ପଥର ହରିଲୁଟ। ଆଜି ମାଇନିଙ୍ଗ ବିଭାଗ, ରାଜସ୍ବ ବିଭାଗ ଏବଂ ବନ ବିଭାଗ ମିଳିତ ଭାବେ କାଠଚୁଆ ଅଞ୍ଚଳରେ ଚଢ଼ାଉ କରିଥିବା ଖବର ପାଇ ମାଫିଆ ଖାଦାନରୁ ଫେରାର ହୋଇଯାଇଥିଲେ। 
ପୁରା ଖାଦାନ ଭିତରେ ବିଭାଗୀୟ ଅଧିକାରୀ ପଶି ଚୋରା ପଥର ଖନନ କରୁଥିବା ଗୋଟିଏ ଜେସିବି ଏବଂ ୬ ଗୋଟି ଡମ୍ପରକୁ ଜବତ କରିଛନ୍ତି। ଏହା ସହିତ ମାଫିଆମାନେ ଅନେକ ଗାଡିକୁ ଜଙ୍ଗଲ ଭିତରେ ଲୁଚାଇ ରଖିଥିବା ବେଳେ ତାହାକୁ ଖୋଜୁଛନ୍ତି ଅଧିକାରୀ। ତେବେ ଚଢ଼ାଉ ଜାରି ରହିଥିବା ଜଣାଯାଇଛି। ଏହି ଖାଦାନରୁ ବେଆଇନ ଭାବେ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ହରିଲୁଟ ହୋଇ ଆସୁଥିଲା।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mining department | Argus News