Videos
|
Odisha

Vigilance Raid / ୨ ଲକ୍ଷ ଟଙ୍କା ଲା଼ଞ୍ଚ ନେଉଥିଲେ ଖଣି ଉପ ନିର୍ଦ୍ଦେଶକ, ମାଡ଼ି ବସିଲା ଭିଜିଲାନ୍ସ

Bikash Mohanty
Browse all articles by Bikash Mohanty
·2 months ago·2 min read
୨ ଲକ୍ଷ ଟଙ୍କା ଲା଼ଞ୍ଚ ନେଉଥିଲେ ଖଣି ଉପ ନିର୍ଦ୍ଦେଶକ, ମାଡ଼ି ବସିଲା ଭିଜିଲାନ୍ସ
Satyajit raut

Key Points

ଭିଜିଲାନ୍ସ ଜାଲରେ ଖଣି ଉପନିର୍ଦ୍ଦେଶକ
ଜୟପୁର: ଭିଜିଲାନ୍ସ ଜାଲରେ ଖଣି ଉପନିର୍ଦ୍ଦେଶକ
ଖଣି ଉପନିର୍ଦ୍ଦେଶକ ସତ୍ୟଜିତ ରାଉତଙ୍କୁ ଧରିଲା ଭିଜିଲାନ୍ସ
ଜଣେ ବାଲି ବ୍ୟବସାୟୀଙ୍କଠାରୁ ୨ ଲକ୍ଷ ଲାଞ୍ଚ ନେଉଥିଲେ
ଜୟପୁର ସମେତ କଟକର ୨ଟି ସ୍ଥାନରେ ଏକକାଳୀନ ଚଢ଼ାଉ
ଜୟପୁର,୦୮/୦୭: ଭିଜିଲାନ୍ସ ଜାଲରେ ଜୟପୁରର ଖଣି ଉପ ନିର୍ଦ୍ଦେଶକ ସତ୍ୟଜିତ ରାଉତ । ଜଣେ ବାଲି ଲିଜଧାରୀଙ୍କ ଲିଜ୍ ଅବଧି ବୃଦ୍ଧି ପାଇଁ ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଜୟପୁର ଭିଜିଲାନ୍ସ ଟିମ୍ ।

ରିପୋର୍ଟ ଅନୁସାରେ, ଖଣି ଉପ ନିର୍ଦ୍ଦେଶକ ସତ୍ୟଜିତ ରାଉତ ଏକ ବାଲି ଲିଜ୍ ଅବଧି ବୃଦ୍ଧି ପାଇଁ ୨ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ବ୍ୟକ୍ତି ଜଣଙ୍କ ଭିଜିଲାନ୍ସକୁ ଜଣାଇ ଦେଇଥିଲେ । ତେବେ ସେ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା । ଏହା ପରେ ରାତି ଅଧିଆ ଜୟପୁର ସମେତ ରାୟଗଡା, କଟକର ବିଦ୍ୟାଧରପୁର ଓ ମାହାଙ୍ଗାର ଓଳକଣା ଘରେ ଏକକାଳୀନ ଚଢାଉ ହୋଇଛି ।
ରାୟଗଡା ଘରୁ ୨ ଲକ୍ଷ ୯୦ ହଜାର ଟଙ୍କା ଭିଜିଲାନ୍ସ ଜବତ କରିଛି। ରାତି ସୁଧା ୪ ଲକ୍ଷ ୯୦ ହଜାର ଟଙ୍କା ଜବତ ହୋଇଥିବା ବେଳେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ନେଇ ଏସବୁ ସ୍ଥାନରେ ଚଢ଼ାଉ ଜାରି ରହିଛି। ପୂର୍ବରୁ ମଧ୍ୟ ଟଙ୍କା ନେଇ ବେଆଇନ ବାଲି ଚାଲାଣ ପାଇଁ ଅନୁମତି ଦେବା ପରି ସାଂଘାତିକ ଅଭିଯୋଗ ତାଙ୍କ ନାଁରେ ରହିଛି।

ଗତ ୨ ବର୍ଷରେ ବନ୍ଧା ହେଲେଣି ୬ କୁବେର ବାବୁ। ଗଲା ଦୁଇ ବର୍ଷ ଭିତରେ ଭିଜିଲାନ୍ସ ଆୟବହିର୍ଭୂତ ସମ୍ପତ୍ତ କିମ୍ବା ଲାଞ୍ଚ ମାମଲାରେ ଚଢ଼ଉ ସମୟରେ ସର୍ବାଧିକ ନଗଦ ଅର୍ଥ ଜବତର ଏକ ତାଲିକା ସାମନାକୁ ଆସିଛି। ଓଡ଼ିଶା ଭିଜିଲାନ୍ସ ଦ୍ବାରା ଯେତେ ଦୁର୍ନୀତିଗ୍ରସ୍ତ ସରକାରୀ ବାବୁମାନେ ବନ୍ଧା ହେଉଛନ୍ତି।

ପଢନ୍ତୁ ଏହି ଖବର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲା, ଜେଲ୍ ଗଲେ କୋଟିପତି SDO

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦୁର୍ନୀତିଗ୍ରସ୍ତ ବାବୁ ଘରେ ସାଧାରଣତଃ ନଗଦ ଅର୍ଥରାଶି ବେଶି ପରିମାଣରେ ଗଚ୍ଛିତ ରଖନ୍ତି ନାହିଁ। ସର୍ବାଧିକ କୋଟିଏରୁ ଦୁଇ କୋଟି ଟଙ୍କା ସାଧାରଣତଃ ଜବତ ହୋଇଥାଏ। କିନ୍ତୁ ଓଡ଼ିଶା ଭିଜିଲାନ୍ସ ରେକର୍ଡରେ ମାଇନିଂର ଡେପୁଟି ଡାଇରେକ୍ଟର ଦେବବ୍ରତ ମହାନ୍ତି ରେକର୍ଡ ସୃଷ୍ଟି କରିଛନ୍ତି। ତାଙ୍କ ନିକଟରୁ ୪ କୋଟି ୨୮ ଲକ୍ଷ ୩୩ ହଜାର ୬୦୦ ଟଙ୍କା ଜବତ ହୋଇଥିଲା।

ଗତ ଜୁନ ୬ ତାରିଖରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠନାଥ ବେହେରାଙ୍କ ନିକଟରୁ ନଗଦ ୨ କୋଟି ୪ ଲକ୍ଷ ଟଙ୍କା ଜବତ ହୋଇଛି। ଫେବ୍ରୁଆରି ୨୫ ତାରିଖରେ କଟକ ସର୍କଲ୍ ମାଇନିଂର ଡେପୁଟି ଡାଇରେକ୍ଟର ଦେବବ୍ରତ ମହାନ୍ତିଙ୍କ ନିକଟରୁ ୪ କୋଟି ୨୮ ଲକ୍ଷ ୩୩ ହଜାର ୬୦୦ ଟଙ୍କା ଜବତ ହୋଇଛି। ଯାହାକି ଭିଜିଲାନ୍ସ ଇତିହାସରେ ସର୍ବାଧିକ ଥିଲା।
Mining Deputy Director Caught Taking Rs 2 Lakh Bribe, Vigilance Conducts Trap | Argus News