Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲା, ଜେଲ୍ ଗଲେ କୋଟିପତି SDO

Odisha

Vigilance raid / ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲା, ଜେଲ୍ ଗଲେ କୋଟିପତି SDO

Bikash Mohanty
Browse all articles by Bikash Mohanty
·1 month ago·2 min read
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲା, ଜେଲ୍ ଗଲେ କୋଟିପତି SDO
Jail

Key Points

ଜେଲ ଗଲେ କୋଟିପତି ଏସ୍ ଡି ଓ
ଡ଼ହ ଇରିଗେସନ୍ ଉପଖଣ୍ଡର ଏସ୍‌ଡିଓ ପଞ୍ଚୁ ବେହେରା
୧୪ ହଜାର ଦରମାରେ ୫ ମୂଲ୍ୟବାନ ଜମି, କୋଠା ଓ ଗାଡ଼ି
ବ୍ରହ୍ମପୁର, ୨୮/୩ : ଜେଲ ଗଲେ କୋଟିପତି ଏସ୍ ଡି ଓ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଇରିଗେସନ୍ ଡିଭିଜନ ଅଧୀନ ଡ଼ହ ଇରିଗେସନ୍ ଉପଖଣ୍ଡରେ କାର୍ଯ୍ୟରତ ଏସ୍‌ଡିଓ ପଞ୍ଚୁ ବେହେରା। ପଞ୍ଚୁ ବେହେରାଙ୍କ ଅଫିସ୍ ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଏକକାଳୀନ ଚଢ଼ାଉ କରିଥିଲା। ୧୮ ଲକ୍ଷ ୯୦ ହଜାର ଟଙ୍କା ନଗଦ ଜବତ କରିଥିଲା ଭିଜିଲାନ୍ସ। ମଲ୍ଟି-ଷ୍ଟୋର୍ ବିଲ୍ଡିଂ ଓ ୫ଟି ମୂଲ୍ୟବାନ ପ୍ଲଟ ବି ଠାବ କରିଥିଲା ଭିଜିଲାନ୍ସ।
ଏସ୍‌ଡିଓ ପଞ୍ଚୁ ବେହେରା ପ୍ରମୁଖ ସ୍ଥାନରେ ଜମି | ତା’ ସହ ୩ ମହଲା କୋଠା | ପତ୍ନୀଙ୍କ ନାଁରେ ଜେସିବି ଓ ମିକ୍ସର ମେସିନ୍। ନିଜେ ଚଢ଼ୁଥିଲେ ହ୍ୟୁଣ୍ଡାଇ ଆଇ-୨୦ ଦାଣ୍ଡରେ ଥିଲା ୩ଟି ଦୁଇଚକିଆ | କିଣିଥିଲେ ସୁନା ବିସ୍କୁଟ୍ ଓ କଏନ୍ ହେଲେ ବାବୁଙ୍କ ଦରମା ମୋଟ ୧୪ ହଜାର ଛୁଇଁନି ଡହ ଜଳସେଚନ ପ୍ରକଳ୍ପ ଏସ୍‌ଡିଓ ପଞ୍ଚୁ ବେହେରାଙ୍କ ମୁଖା ଖୋଲିଛି ଭିଜିଲାନ୍ସ ଆଜି ସାମ୍ବାଦିକ ସାମ୍ବାଦିକ ସମ୍ମିଳନୀ କରି ଗୋଟି ଗୋଟି ତଥ୍ୟ ରଖିଛନ୍ତି ବ୍ରହ୍ମପୁର ଭିଜିଲାନ୍ସ ଏସ୍‌ ଏସ୍‌ପି ପ୍ରଦୀପ କୁମାର ପ୍ରଧାନ ଗତକାଲି ୫ଟି ସ୍ଥାନରେ ଚଢ଼ଉ ହୋଇଥିଲା। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି ପଞ୍ଚୁ। ପରେ କୋର୍ଟ ଚାଲାଣ କରାଯାଇଛି। ଏନେଇ ବ୍ରହ୍ମପୁର ଭିଜିଲାନ୍ସରେ ୩/୨୬ରେ ଏକ ମାମଲା ରୁଜୁ ହୋଇଛି।

ପଞ୍ଚୁ ବେହେରା ୨୦୧୧ ସେପ୍ଟେମ୍ବର ୨୭ରେ ଚାକିରିରେ ଯୋଗ ଦେଇଥିଲେ | ୯,୩୦୦ ଟଙ୍କା ଦରମାରେ ସେ ସହକାରୀ ଯନ୍ତ୍ରୀ (ସିଭିଲ୍) ଭାବେ ନିଯୁକ୍ତ ହେଲେ। ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗକୁ ତାଙ୍କୁ ଡେପୁଟେସନ୍‌ରେ ପଠାଯାଇଥିଲା। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍‌ରେ ସହକାରୀ ଯନ୍ତ୍ରୀ (ସିଭିଲ୍) ଭାବେ ୨୦୧୧ ଅକ୍ଟୋବର ୧୫ରୁ ୨୦୧ ନଭେମ୍ବର ୧୯ ଯାଏଁ ରହିଲେ। ପରେ ୨୦୧୮ ଯାଏଁ ଧର୍ମଗଡ଼ ବ୍ଲକ୍‌ରେ ଓ ୨୦୨୨ ଏପ୍ରିଲ୍ ଯାଏଁ ଫୁଲବାଣୀ ଚକାପାଦ ବ୍ଲକ୍‌ରେ ସମାନ ପଦବିରେ ରହିଲେ। ୨୦୨୨ ଏପ୍ରିଲ୍‌ରେ ସେ ଜଳସେଚନ ବିଭାଗକୁ ଫେରି ଡହ ଜଳସେଚନ ପ୍ରକଳ୍ପର ଏସ୍‌ଡିଓ ହେଲେ। ଭଞ୍ଜନଗରସ୍ଥିତ ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ତାଙ୍କୁ ଗୋଟିଏ ଚାମ୍ବର ମିଳିଥିଲା । ସେଠାରେ ସେ ଡହ ମଧ୍ୟମ ଜଳସେଚନ ପ୍ରକଳ୍ପର ସମସ୍ତ କାର୍ଯ୍ୟ କରୁଥିଲେ । ଏପରିକି ତାଙ୍କୁ ସରକାରୀ କ୍ୱାର୍ଟର୍ସ ମଧ୍ୟ ମିଳିଥିଲା | ସେଠାରେ ସେ ସପ୍ତାହକୁ ପ୍ରାୟ ୩/୪ ଦିନ ରହୁଥିବା ଜଣାପଡ଼ିଛି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ଆଜି ପର୍ଯ୍ୟନ୍ତ ତାଙ୍କ ଚାକିରି ନିୟମିତ ହୋଇନାହିଁ। ସେ ୪ହଜାର ଟଙ୍କା ଗ୍ରେଡ୍ ପେ ଓ ୯,୩୦୦ ଟଙ୍କା ଦରମା ପାଉଥିଲେ।

ଠିକା ନିଯୁକ୍ତି ହୋଇଥିବାରୁ ମାସକୁ ତାଙ୍କ ଦରମା ୧୪ହଜାର ଟଙ୍କା ବି ଛୁଇଁ ପାରୁନଥିଲା । ହେଲେ ନିଜ ଓ ପତ୍ନୀଙ୍କ ନାଁରେ କରାପଲ୍ଲୀ, ଡୁରା ଆଦି ପ୍ରମୁଖ ସ୍ଥାନରେ ୫ଟି ମୂଲ୍ୟବାନ ଜମି କିଣିଛନ୍ତି । ବ୍ରହ୍ମପୁର ବସନ୍ତ ବିହାର ଚତୁର୍ଥ ଲେନ୍‌ରେ ଏକ ୩ ମହଲା କୋଠାଘର ତୋଳିଛନ୍ତି। ସେଠାରେ ପରିବାର ସହ ରହୁଛନ୍ତି । ଗତକାଲି ବସନ୍ତବିହାର ଘର ସହ ବୀମାନଗର ଶ୍ଵଶୁର ଘର, ପୋଲସରାରେ ପୈତୃକ ଘର, ଭଞ୍ଜନଗରସ୍ଥିତ କ୍ୱାର୍ଟର୍ସ ଓ ଚାମ୍ବରରେ ଚଢ଼ଉ ହୋଇଥିଲା। କ୍ୱାର୍ଟର୍ସ ଓ ଘରୁ ନଗଦ ୧୮ଲକ୍ଷ ୯୦ ହଜାର ୮୦୦ ଟଙ୍କା ସହ ସୁନା ବିସ୍କୁଟ୍, କଏନ୍, ଗହଣା ଓ ରୁପା ଟଙ୍କା ତଥା ଗହଣା ଜବତ ହୋଇଥିଲା | ତାଙ୍କ ଆୟ ତୁଳନାରେ ୩୩୪ ପ୍ରତିଶତ ଅଧିକ ସମ୍ପତ୍ତା ଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।

ଏଥିସହ ପଢ଼ନ୍ତୁ: ଭିଜିଲାନ୍ସ ପଞ୍ଛାରେ ପୁଣି ଜଣେ ଯନ୍ତ୍ରୀ, ଜେସିବି ସହ ୫ଟି ଦାମୀ ପ୍ଲଟ ଠାବ


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
SDO arrested | Ganjam SDO Panchu Behera Arrested Over Disproportionate Assets Allegations | Argus News