କାହାକୁ ନିସ୍ତାର ନାହିଁ, ସିଏ ପୋଲିସ ହେଉ କି ପ୍ରଶାସନ

ଅର୍ଗସ ବ୍ୟୁରୋ : କହି କହି କରୁଛନ୍ତି ଲୁଟ । ସବୁ ଚୁପ ରୁହ ନହେଲେ ମିଳିବ ମାଡ଼ । ସିଏ ପୋଲିସ ହେଉ କି ପ୍ରଶାସନ । କାହାକୁ ନିସ୍ତାର ନାହିଁ । କେବେ ଆରଇ ତ ଆଉ କେବେ ପୋଲିସ । ଆଉ ଏବେ ପାଳିପଡ଼ିଛି ମାଇନିଙ୍ଗ ଅଧିକାରୀଙ୍କର । ଖୋର୍ଦ୍ଧା ଜିଲ୍ଲା ଗୁଡୁମ୍ ଗାଁ ନିକଟ ଜକରା ଠାରେ ଅଧିକାରୀ ଜଗନ ବେହେରାଙ୍କୁ ହୋଇଛି ମରଣାନ୍ତକ ଆକ୍ରମଣ । ଟିକେ ଟିକେରେ ବଞ୍ଚି ଯାଇଛନ୍ତି ଜୀବନ ।
ଜିଲ୍ଲାରେ ୧୦୦ରୁ ଉର୍ଦ୍ଧୁ ବେଆଇନ ଖଣି ଖନନ ଚାଲିଛି । ସରକାରୀ, ଗୋଚର ଓ ଜଗନ୍ନାଥ ବା ମଶାଣି ଜମି ସବୁଠାରୁ ଚାଲିଛି ଲୁଟ । ଜିଲ୍ଲାର ଖୋର୍ଦ୍ଧା, ଟାଙ୍ଗି, ବେଗୁନିଆ, ବୋଲଗଡ଼, ଜଟଣୀ ସବୁଠାରେ ଚାଲିଛି ବେଆଇନ ଖନି ଖନନ ।୨୦୧୫ ରୁ ୨୦୨୩ ମଧ୍ୟ ରେ ବିଭିନ୍ନ ବେଆଇନ ଖଣି ଉପରେ ଚଢ଼ାଉ କରି ପାଖାପାଖି ୨୧କୋଟି ଟଙ୍କା ରାଜସ୍ବ ଆଦାୟ କରିଛି । ପ୍ରାୟ ଏକାଧିକ ଖଣି ନିଲାମ ଦେଇ ପାଇଛି ପାଖାପାଖି ୪୩କୋଟି ଟଙ୍କା ।
📱 Get Argus News App
✨ମାତ୍ର ଏଥି ପ୍ରଶାସନ ଓ ପୋଲିସର ବହୁତ୍ ଆଗରେ ମାଫିଆ । କହି କହି ପୋଲିସ ଓ ପ୍ରଶାସନ ଆଖିରେ ଆଙ୍ଗୁଠି ଗେଂଜି କରୁଛନ୍ତି ଲୁଟ । ଅନ୍ୟପକ୍ଷରେ ପୋଲିସ ଖାଲି ତଦନ୍ତ କରି କିଛି ଜଣକୁ ଗିରଫ କରି ଚୁପ ରହୁଛି । ଅଭୟ ବରଦାନରେ ବଳଶାଳୀ ଏଠି ଖଣି ମାଫିଆ । ତେବେ କେବେ ଲାଗିବ ଏମାନଙ୍କ ଉପରେ ରୋକ । ନା ମିଲିଭଗତରେ ଲୁଟି ନେବେ ସବୁକିଛି ।