Videos
|
Odisha

ଜାତୀୟ ଶିକ୍ଷାନୀତିର ମହତ୍ବ ବୁଝାଇଲେ ଉଚ୍ଚଶିକ୍ଷା ମନ୍ତ୍ରୀ 

Smruti Parija
Browse all articles by Smruti Parija
·2 years ago·2 min read
ଜାତୀୟ ଶିକ୍ଷାନୀତିର ମହତ୍ବ ବୁଝାଇଲେ ଉଚ୍ଚଶିକ୍ଷା ମନ୍ତ୍ରୀ 

Key Points

  • ଅର୍ଗସ ଏଜୁକେସନ ନେକ୍ସଟ୍ କନକ୍ଲେଭର ତୃତୀୟ ସଂକ୍ସରଣ
  • ଇନୋଭେସନ୍ ଇନ୍ ଏଜୁକେସନ ଫର ବେଟର ଫ୍ୟୁଚର ଉପରେ ମାନସମନ୍ଥନ
  • ଜାତୀୟ ଶିକ୍ଷାନୀତିର ମହତ୍ବ ବୁଝାଇଲେ ଉଚ୍ଚଶିକ୍ଷା ମନ୍ତ୍ରୀ 

ଭୁବନେଶ୍ୱର: ଉନ୍ନତ ଦେଶର ଆଧାର ଉତ୍ତମ ନାଗରିକ। ଆଉ ଉତ୍ତମ ନାଗରିକ ସୃଷ୍ଟି କରେ ଉନ୍ନତ ଶିକ୍ଷା। ଦେଶ ନିର୍ମାଣରେ ନାରଗିକଙ୍କ ଭୂମିକା ଯେତିକି ଗୁରୁତ୍ବର୍ଣ୍ଣ, ସେତିକି ଗୁରୁତ୍ବପୂର୍ଣ୍ଣ ଉତ୍ତମ ନାଗରିକ ସୃଷ୍ଟି ଲାଗି ଦେଶରେ ପ୍ରଚଳିତ ଶିକ୍ଷା ବ୍ୟବସ୍ଥା। ଏଦିଗରେ ନୂଆ ଜାତୀୟ ଶିକ୍ଷାନୀତିର ରହିଛି ଗୁରୁତ୍ବପୂର୍ଣ୍ଣ ଭୁମିକା। ଖାସକରି ମାତୃଭାଷାରେ ଶିକ୍ଷାଦାନ ଦେଶର ଶିକ୍ଷା କ୍ଷେତ୍ରରେ ଆଣିବ ଏକ ବଡ଼ ପରିବର୍ତ୍ତନ। ଅର୍ଗସ ନ୍ୟୁଜର ଏଜୁକେସନ ନେକ୍ସଟ-2024 ସିଜିନ୍ ଥ୍ରୀର ଉଦଘାଟନୀ ସମାରୋହରେ ମୁଖ୍ୟଅତିଥୀ ଭାବେ ଯୋଗଦେଇ ରାଜ୍ୟ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହା ଉପରେ ଗୁରୁତ୍ବାରୋପ କରିଛନ୍ତି । 

2036 ସୁଦ୍ଧା ଓଡ଼ିଶାର ଯୁବପିଢିଙ୍କୁ କୁଶଳୀ ମାନବ ସମ୍ବଳରେ ପରିଣତ କରାଯିବ । ଏଥିପାଇଁ ଇଞ୍ଜିନିୟରିଂ ପିଲାଙ୍କ ଲାଗି ତିଆରି ହେବ ସେଣ୍ଟର ଅଫ୍ ଏକ୍ସଲେନ୍ସ । ଯୁବବର୍ଗଙ୍କୁ ଟ୍ରେନିଂ ଏବଂ ଗବେଷଣା କ୍ଷେତ୍ରରେ ଆହୁରି ପାରଙ୍ଗମ କରାଯିବ । ଇଞ୍ଜିନିୟରିଂ କଲେଜ ଗୁଡ଼ିକରେ ଲାଙ୍ଗୁଏଜ୍ ଲ୍ୟାବ୍ ପ୍ରତିଷ୍ଠା କରାଯିବ। ପ୍ରତି ଜିଲ୍ଲାରେ ପ୍ରତିଷ୍ଠା ହେବ ଦକ୍ଷତା ବିକାଶ କେନ୍ଦ୍ର। ଏହି ସୂଚନା ଦେଇଛନ୍ତି ସମାରୋହର ସମ୍ମାନୀତ ଅତିଥୀ ଦକ୍ଷତା ବିକାଶ ତଥା ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ।

ଅର୍ଗସ୍ ଏଜୁକେସନ ନେକ୍ସଟ୍‌'ର ଅନ୍ୟତମ ସମ୍ମାନିତ ଅତିଥୀ ତଥା NBT ନିର୍ଦ୍ଦେଶକ ଯୁବରାଜ ମଲ୍ଲିକ କହିଛନ୍ତି ଜାତୀୟ ଶିକ୍ଷା ନୀତି ଏକ ଐତିହାସିକ ନିଷ୍ପତ୍ତି। ଭାରତର ଶିକ୍ଷା ପ୍ରଣାଳୀ ବେଶ୍ ଉନ୍ନତ, ଅନ୍ୟ ଦେଶ ଏହାକୁ ଅନୁସରଣ କରୁଛନ୍ତି। କୃତ୍ରିମ ବୁଦ୍ଧିମତା (AI)ଆପଣଙ୍କୁ ପ୍ରଭାବିତ କରିପାରିବ ନାହିଁ ବୋଲି କହିଛନ୍ତି NBT ନିର୍ଦ୍ଦେଶକ। 

ଚଳିତ ବର୍ଷ ଅର୍ଗସ ନ୍ୟୁଜର ଏଜୁକେସନ୍ ନେକ୍ଟର ଥିମ୍ ଥିଲା `ଇନୋଭେସନ ଇନ ଏଜୁକେସନ ଫର୍ ବେଟର୍ ଟୁମରୋ'। ନିଜ ସ୍ବାଗତ ଭାଷଣରେ ଏହାର ଗୁରୁତ୍ବ ସମ୍ବନ୍ଧରେ ବୁଝାଇଥିଲେ ଅର୍ଗସର ମୁଖ୍ୟ ସମ୍ପାଦକ ସଞ୍ଜୟ ଜେନା। ଏହି ସମ୍ମିଳନୀରେ ହୋଇଥିବା ଚର୍ଚ୍ଚାର ନିଷ୍କର୍ଷକୁ ରାଜ୍ୟ ସରକାରଙ୍କ ବିଚାରରେ ରଖାଯିବ ବୋଲି ସେ କହିଛନ୍ତି। ସେପଟେ ଏଜୁକେସନ ନେକ୍ସଟ ଆୟୋଜନ ପଛର ଉଦ୍ଦେଶ୍ୟ ସମ୍ବନ୍ଧରେ କହିଥିଲେ ଅର୍ଗସର ସିଇଓ ପ୍ରକାଶ ସାହୁ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି କନକ୍ଲେଭରେ ଦେଶ ଓ ରାଜ୍ୟର ବୁହ ସୁନାମଧନ୍ୟ ଶିକ୍ଷାବିତ ଯୋଗଦେଇ ଶିକ୍ଷାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ। ଅଜୁକେସନ୍ ନେକ୍ସଟ ୨୦୨୪ରେ ୩ଟି ସେନରେ ବିଶେଷଜ୍ଞଙ୍କ ସହ ପୃଥକ ପୃଥକ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ, ଶିକ୍ଷକ ଓ ଛାତ୍ରଛାତ୍ରୀ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। 

ଆହୁରି ପଢନ୍ତୁ ଓଡିଶା ଖବର...