Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Odisha News / ଅଧିକାରୀଙ୍କୁ ମନ୍ତ୍ରୀ ରବି ନାରାୟଣ ନାୟକଙ୍କ ଚେତାବନୀ, କାମ ନ କଲେ ସିଧା ନିଲମ୍ବନ

Bikash Mohanty
Browse all articles by Bikash Mohanty
·5 months ago·2 min read
ଅଧିକାରୀଙ୍କୁ ମନ୍ତ୍ରୀ ରବି ନାରାୟଣ ନାୟକଙ୍କ ଚେତାବନୀ, କାମ ନ କଲେ ସିଧା ନିଲମ୍ବନ
Rabi Nayak

Key Points

ଅଧିକାରୀଙ୍କୁ ମନ୍ତ୍ରୀ ରବି ନାୟକଙ୍କ ଚେତାବନି
କାମ ନ କଲେ ନିଲମ୍ବନ 
ପାନୀୟ ଜଳ ସମସ୍ୟା ନେଇ ମନ୍ତ୍ରୀଙ୍କ ପାଖରେ ଅଭିଯୋଗ ହୋଇଥିଲା
ବିଭାଗୀୟ ଅବେହେଳା ପାଇଁ ମନ୍ତ୍ରୀଙ୍କ ଚେତାବନୀ । ରେଢ଼ାଖୋଲ ବ୍ଳକ କଦଳୀଗଡ ପଞ୍ଚାୟତ ପଣ୍ଡକିମାଳ ଗ୍ରାମରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ । ଏହି ଅବସରରେ ଅଚାନକ ପ୍ରାଥମିକ ଉଚ୍ଚ ବିଦ୍ୟାଳୟକୁ ପରିଦର୍ଶନ କରିବାକୁ ଯାଇ ଭଲ ମନ୍ଦ ବୁଝିଥିଲେ । କିଛି ସମୟ ରହିବା ଭିତରେ ଅଞ୍ଚଳବାସି ପାନୀୟ ଜଳ ସମସ୍ୟା ନେଇ ମନ୍ତ୍ରୀଙ୍କ ପାଖରେ ଅଭିଯୋଗ କରିଥିଲେ । ବିଭୀଗୀୟ ଯନ୍ତ୍ରୀ ଅଧିକାରୀ ମାନଙ୍କୁ ଡାକି ତାଗିତ କରିଥିଲେ, ଲୋକଙ୍କ ସମସ୍ୟାର ସମାଧାନ କର ନହେଲେ ମୁଁ କାର୍ଯ୍ୟାନୁଷ୍ଠାନ ନେବି ବୋଲି ସିଧା ସଳଖ କହିଥିଲେ। ନିଲମ୍ବନ କରିବାକୁ ମଧ୍ୟ  ଚେତାବନୀ ଦେଇଥିଲେ ।

ରେଢ଼ାଖୋଲ ସହରରେ ହେଉଛି ମନଇଚ୍ଛା ଜଳ ଯୋଗାଣ ବୋଲି ଅଭିଯୋଗ ହେଉଛି।  ଏଥିପାଇଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ଜନସ୍ବାସ୍ଥ୍ୟ ବିଭାଗର ଦାୟିତ୍ବହୀନତା ଯୋଗୁଁ ଏନ୍‌ଏସିର ସବୁ ୱାର୍ଡର ଘରକୁ ପାଣି ପହଞ୍ଚି ପାରୁନଥିବା ଦେଖାଯାଇଛି। ପାଣି ଯୋଗାଣର ସମୟ ଠିକ୍ ନଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ରେଢ଼ାଖୋଲ ଏନ୍‌ଏସିର ୧୧ନଂ ୱାର୍ଡର ଦେହୁରୀସାହି, କୁରୁମଟିକିରା, ଆଦର୍ଶ ନଗର ପଡ଼ାମାନଙ୍କରେ ଅଧାରୁ ଅଧିକ ଘରକୁ ପାଇପ୍ ପାଣି ଆସୁନି ପଡ଼ାର ଅଧିକାଂଶ ସ୍ଥାନକୁ ପାଣି ଯୋଗାଣ ତ ଦୂରର କଥା, ପାଇପ ମଧ୍ୟ ଠିକ ଭାବରେ ବିଛାଯାଇ ନାହିଁ। ଯଦ୍ବାରା ପ୍ରାୟ ୧୦୦ରୁ ଅଧିକ ପରିବାର ପିଇବା ପାଣିରୁ ବଞ୍ଚିତ ଥିବା ଜଣାପଡ଼ିଛି। ସେହିପରି ସହରାସାହି ଅଞ୍ଚଳରେ ପାଇପ ବିଛା ହୋଇଛି, ହେଲେ ପାଣି ଯୋଗାଣ ହେଉନାହିଁ। ସେହିପରି ବିନା କୌଣସି ସୂଚନାରେ ଆଜିକୁ ଦୁଇ ଦିନ ହେଲା ୮ ଓ ୯ନଂ ୱାର୍ଡକୁ ପାଣି ଯୋଗାଣ ବନ୍ଦ କରାଯାଇଥିବା ଦେଖାଯାଇଛି। ଫଳରେ ପାଣି ଟିକକ ପାଇଁ ପଡ଼ାବାସୀ ନାହିଁ ନଥିବା ଅସୁବିଧା ଭୋଗୁଥିବା ଦେଖାଯାଇଛି।

୨୦୨୭ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସବୁ ଗ୍ରାମକୁ ପାଇପ୍‌ ଜଳ ଯୋଗାଣ ସୁବିଧା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ମିଶନ୍‌ ମୋଡ୍‌ରେ କାର୍ଯ୍ୟକାରୀ କରି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଯେପରି ସମସ୍ତ ଗ୍ରାମଗୁଡ଼ିକୁ ପାନୀୟ ଜଳ ସୁବିଧା ଯୋଗାଇ ଦିଆଯିବ ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ବିଭାଗକୁ ପରାମର୍ଶ ଦେଇଥିଲେ।
ଓଡ଼ିଶାରେ ପାଇପ ପାଣି ବ୍ୟବସ୍ଥା ସମ୍ପୂର୍ଣ୍ଣ କରିବା ପାଇଁ ରାଜ୍ୟ ସରକାର ୫୪ ହଜାର କୋଟି ଟଙ୍କାର ଯୋଜନା କରିଛନ୍ତି । ତନ୍ମଧ୍ୟରୁ ଜଳ ଜୀବନ ମିଶନ୍‌ ଯୋଜନାରେ ୩୨, ୧୨୮ କୋଟି ଟଙ୍କାର ପ୍ରାବଧାନ ରହିଥିବା ବେଳେ ଅବଶିଷ୍ଟ ୨୧, ୧୦୯ କୋଟି ଟଙ୍କା ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଯୋଗାଇ ଦେଉଛନ୍ତି ।
ଏଥିସହ ପଢ଼ନ୍ତୁ: ବିଜେଡି ସରକାରର ପୋଲ ଖୋଲିଲେ ଅରୁଣ; କହିଲେ, ଓଡ଼ିଆ ନ ପଢିବା ନ କହିବା ସବୁଠୁ ବଡ଼ ଅପମାନ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Minister warned officers | Rabi Narayan Nayak Issues Strict Warning to Officials Over Work Negligence | Argus News