Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଙ୍କୁ ପୁଣି ମିଳିଛି ଟିକେଟ

Odisha

ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଙ୍କୁ ପୁଣି ମିଳିଛି ଟିକେଟ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଙ୍କୁ ପୁଣି ମିଳିଛି ଟିକେଟ

ନୂଆପଡା :  ଆଜି ବିଦ୍ଧିବଦ୍ଧ ଭାବେ ଘୋଷଣା ହୋଇଛି ବିଜେଡି ଦଳର ବିଧାୟକ ଟିକେଟ ।ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ପ୍ରଥମ ପର୍ଯ୍ୟାୟରେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ ଙ୍କୁ ପୁଣି ଟିକେଟ ଦେବା ପାଇଁ ଘୋଷଣା କରିଛନ୍ତି ।ଏହାକୁ ନେଇ ଆଜି ନୂଆପଡ଼ା ରେ ଉତ୍ସାହ ଦେଖା ଦେଇଛି ।ବିଜେଡି କର୍ମୀ ମାନେ ଅବିର ଲଗାଇବା ସହ ବାଣ ଫୁଟାଇ ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ଙ୍କୁ ସ୍ଵାଗତ କରିଛନ୍ତି ।

ଅଧିକ ପଢନ୍ତୁ : ମନ୍ତ୍ରୀଙ୍କ ଦୁର୍ନୀତି ଅଭିଯୋଗରେ ଆଜି ନୂଆପଡ଼ା ଜିଲ୍ଲା ବନ୍ଦ

ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ନୂଆପଡ଼ା ସହର ଏକତା ଛକ ଠାରେ ପୂର୍ବତନ ମନ୍ତ୍ରୀ ଘାସିରାମ ମାଝି ଙ୍କ ମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ସହ ପୁଣି ଥରେ ବିଜେଡି ସୁପ୍ରିମୋ ଆସ୍ଥା ପ୍ରକଟ କରି ଟିକେଟ ଦେଉଥିବାରୁ ତାଙ୍କୁ ଧନ୍ୟବାଦ  ବୋଲି ଅର୍ଗସ୍ ନ୍ୟୁଜ କୁ ପ୍ରଥମ ପ୍ରତିକ୍ରିୟା ରେ କହିଛନ୍ତି । ସେହିପରି ଏଥର ମଧ୍ୟ ବିକାଶ ର ବାର୍ତ୍ତା ନେଇ ଆମେ ଲୋକଙ୍କ ପାଖକୁ ଯିବୁ ଏବଂ ପୁଣି ଥରେ ମୋ ଉପରେ ଜନତା ଆଶୀର୍ବାଦ କରିବେ ବୋଲି କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Minister Rajendra Dholakia got ticket again from bjd | Argus News