ପୁଣି ହଟହଟା ହେଲେ ବିଜେଡ଼ି ଗୃହମନ୍ତ୍ରୀ

ଅର୍ଗସ ବ୍ୟୁରୋ : ପୁଣି ହଟହଟା ହେଲେ ବିଜେଡ଼ି ଗୃହମନ୍ତ୍ରୀ । ଚିରିଲା ଟେଣ୍ଟ, ଭାଂଗିଲା ଚେୟାର । ଗୃହମନ୍ତ୍ରୀ ନିଜ ଗୃହରେ ପଶିବା ପାଇଁ ହେଲେ ନାକେଦମ । ଅସ୍ତରଙ୍ଗ ବ୍ଲକରେ ହଟାହଟା ହେଲେ ବିଜେଡ଼ି ମନ୍ତ୍ରୀ ତୁଷାରକାନ୍ତି ବେହେରା । ଚିରିଲା ଟେଣ୍ଟ ପାଲ, ଭାଂଗିଲା ଚେୟାର ମଞ୍ଚ । ନାକେଦମ୍ ହେଲେ ବିଜେଡ଼ି ମନ୍ତ୍ରୀ । ନିଜ ଗୃହରେ ପଶିବା ପାଇଁ ହେଲେ ହଟାହଟା । ଏବଂ ଚାରିଆଡ଼େ ସୁଭିଲା ଜୟ ଶ୍ରୀରାମ ନାରା । ଯିଏ ଦେଖିଲେ ସେ କହିଲେ କହିଲେ ଅସ୍ତରଙ୍ଗରେ ଅଲଜ୍ୟା ନେତା, ଅଲାଜୁକ ରାଜନୀତି ।
କଣ ରାଜନୀତି ପାଇଁ ଆଇନି ଶୁଙ୍ଖଳା ଭୁଲିଗଲେ କି ଗୃହ ମନ୍ତ୍ରୀ ? ଆଇନି ଶୁଙ୍ଖଳା ପରିସ୍ଥିତି ଖରାପ ହେବାର ଆଶଙ୍କା ଥାଇ ମଧ୍ୟ ଘଟଣା ସ୍ଥଳକୁ ଯାଇ ରାଜନୀତି ରୁଟି ସେକିବା ପଡିଲା ମହଙ୍ଗା । ଏବଂ ହଟ ହଟା ହେଲେ ଗୃହ ମନ୍ତ୍ରୀ ତୁଷାର କାନ୍ତି ବେହେରା । ନିଜ ଅଞ୍ଚଳର ଆଇନି ଶୁଙ୍ଖଳା ଅପେକ୍ଷା ମନ୍ତ୍ରୀଙ୍କୁ ଆବଶ୍ୟକ ରାଜନୈତିକ ରୁଟି ସେକା ।
📱 Get Argus News App
✨ଅସ୍ତରଙ୍ଗ ବ୍ଲକ ନୂଆଗଡ ପଞ୍ଚାୟତରେ 'ଆମ ଓଡିଶା ନବୀନ ଓଡିଶା' କାର୍ଯ୍ୟକ୍ରମ ପାଲଟିଲା ରାଣାକ୍ଷେତ୍ର । ନୂଆଗଡ ପଞ୍ଚାୟତର ବିଜେପି ସମର୍ଥିତ ସରପଞ୍ଚଙ୍କୁ ମନ୍ତ୍ରୀଙ୍କ ଗୁଣ୍ଡାଙ୍କ ମଞ୍ଚ ଉପରେ ଆକ୍ରମଣ । ନୂଆଗଡ ପଞ୍ଚାୟତରେ ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ ଚାଲୁଥିବା ବେଳେ ବିନା ନିମନ୍ତ୍ରଣରେ ରାଜନୈତିକ ଉଦ୍ୟଶ ରଖି ଆସିବା ପରେ, ଘଟଣା ସ୍ଥଳରେ ଉତ୍ତେଜକ ପରିସ୍ଥିତି ଦେଖିବାକୁ ମିଳିଲା । ଆଇନି ଶୃଙ୍ଖଳା ପରିସ୍ଥିତି ଖରାପ ଥିବାର ସୂଚନା ଥାଇ ମଧ୍ୟ୍ୟ ଘଟଣା ସ୍ଥଳକୁ ଗୃହ ମନ୍ତ୍ରୀ ଆସିବା ସହ ସଭା ମଞ୍ଚ ଜବରଦସ୍ତି ସମର୍ଥକ ସହ ପଶିବା ଦେଖିବାକୁ ମିଳିଥିଲା ।