Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗ୍ରାଉଣ୍ଡ ଜିରୋରେ ପ୍ରସ୍ତୁତିର ସମୀକ୍ଷା କରୁଛନ୍ତି ମନ୍ତ୍ରୀ, ବିଧାୟକ, ସାଂସଦ

Ritu Das
Browse all articles by Ritu Das
·1 year ago·2 min read
ଗ୍ରାଉଣ୍ଡ ଜିରୋରେ ପ୍ରସ୍ତୁତିର ସମୀକ୍ଷା କରୁଛନ୍ତି ମନ୍ତ୍ରୀ, ବିଧାୟକ, ସାଂସଦ

ଅର୍ଗସ ବ୍ୟୁରୋ: ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡାଙ୍କ ବାତ୍ୟା ସମୀକ୍ଷା । ଅସ୍ତରଙ୍ଗ ବ୍ଲକ କେଉଟଜଙ୍ଗା ଓ ତାଣ୍ଡଘର ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ସମସ୍ତ ବ୍ୟବସ୍ଥା ଓ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି ପ୍ରଭାତୀ ପରିଡା। ବାତ୍ୟା ବିପଦକୁ ପ୍ରତିହତ କରିବା ପାଇଁ ସଭିଏଁ ସଜାଗ ଅଛନ୍ତି । ଭୟଭୀତ ହେବାର କୌଣସି କାରଣ ନାହିଁ, ସମସ୍ତଙ୍କ ମିଳିତ ସହଯୋଗରେ ଆମେ ବିନା କୌଣସି କ୍ଷତିରେ ସୁରକ୍ଷିତ ରହିପାରିବା ବୋଲି କହିଛନ୍ତି ପ୍ରଭାତି l ରାଜନଗରରେ ବାତ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ଉପ-ମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓ । ଲୋକମାନଙ୍କ ସହିତ ଆଲୋଚନା କରିବା ସହିତ ବରିଷ୍ଠ ଅଧିକାରୀମାନଙ୍କୁ ସଜାଗ ରହିବାକୁ କହିଛନ୍ତି ।

ବଇଁଚାଠାରେ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନକରି ଆଶ୍ରିତମାନଙ୍କ ସହ ଆଲୋଚନା କରିଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାର ନିରୀକ୍ଷଣ କରିଛନ୍ତି ମନ୍ତ୍ରୀ । ସମସ୍ତ ଆଶ୍ରୟ ସ୍ଥଳୀଗୁଡ଼ିକରେ ଖାଦ୍ୟ, ପାନୀୟ ଓ ଅତ୍ୟାବଶକୀୟ ସାମଗ୍ରୀର ବ୍ୟବସ୍ଥା କରାଯାଇଛି । ଲୋକମାନେ ମଧ୍ୟ ସତର୍କତା ଅବଲମ୍ବନ କରି ସହଯୋଗ କରୁଛନ୍ତି  । ସେହିପରି ଧାମରାରେ ସ୍ଥିତିର ଅନୁଧ୍ୟାନ କରିଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ କିପରି ଅଣାଯାଇପାରିବ ସେଦିଗରେ କାମ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । 

ଗଞ୍ଜାମ ଜିଲ୍ଲାରେ ବାତ୍ୟା ଦାନାକୁ ନେଇ ମାର୍କଣ୍ଡି ବେଳାଭୂମିରେ ଡଙ୍ଗାରେ ବୁଲି ସ୍ଥିତି ପରଖିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା I ବାତ୍ୟାକୁ ନେଇ କେହି ଭୟଭୀତ ନହେବାକୁ ସେ ପରାମର୍ଶ ଦେଇଛନ୍ତି I

ସେହିପରି ଯଶିପୁରରେ ଜଙ୍ଗଲ ମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଟିଆ ଦାନା ମୁକାବିଲାର ସମୀକ୍ଷା କରିଛନ୍ତି ।ବାରିପଦାରେ ନଗର ଉନ୍ନଯନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର । ବଡସାହି ବ୍ଲକ୍ ଅନ୍ତର୍ଗତ ଶାଳଗାଁ ଓ ସୋରିଷକୋଠା ସ୍ଥିତ ବାତ୍ୟା ଆଶ୍ରୟ ସ୍ଥଳ ପରିଦର୍ଶନ କଲେ ନଗର ଉନ୍ନୟନ ମନ୍ତ୍ରୀ। ନିଳଗିରିରେ ସାଂସଦ ପ୍ରତାପ ଷଡଙ୍ଗୀ ଏବଂ ଭୁବନେଶ୍ବରରେ ସ୍ଥିତି ସମୀକ୍ଷା କରିଛନ୍ତି ବିଧାୟକ ବାବୁ ସିଂହ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କଟକ ଓ ସାଲେପୁରରେ ସ୍ଥିତି ସମୀକ୍ଷା କଲେ ଆଇନ ମନ୍ତ୍ରୀ ପୃଥ୍ବିରାଜ ହରିଚନ୍ଦନ । ତଳିଆ ଅଞ୍ଚଳରେ ଥିବା ଲୋକଙ୍କ ସହ ଗର୍ଭବତୀ ମହିଳା ଙ୍କୁ ସ୍ଥାନାନ୍ତର କରାଯାଉଛି। ଧନ ଜୀବନ ହାନି ନହେବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି ସରକାର। ଚାଷ ଜମି କ୍ଷୟକ୍ଷତି ହେଲେ ତାର ଆକଳନ ଖୁବଶୀଘ୍ର କରାଯିବକୁ ନିର୍ଦେଶ ଦିଆଯାଇଛି। ଅତିଆବଶ୍ୟକ ସାମଗ୍ରୀର କଳା ବଜ଼ାରି କିମ୍ବା ହୋର୍ଡିଂ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସହ ଆବଶ୍ୟକ ପଡ଼ିଲେ ଗିରଫ ମଧ୍ୟ କରାଯିବ । ବାତ୍ୟା ସମୟ ରେ ଅଧିକାରୀ ମାନେ ସମସ୍ତ ଙ୍କ ଫୋନ ଉଠାଇବା ସହ ସମସ୍ୟା ର ସମାଧାନ କରିବା କୁ ନିର୍ଦେଶ ଦେଇଛନ୍ତି ମନ୍ତ୍ରୀ।

ଚାନ୍ଦବାଲିରେ ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାୟ ଙ୍କ ବାତ୍ୟା ପରିଚାଳନା ସମୀକ୍ଷା।ତଳିଆ ଅଞ୍ଚଳର ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳ କୁ ଆଣିବା ପ୍ରଶାସନ ର ପ୍ରାଥମିକତା। ଧାମରା ଏବଂ ଚାନ୍ଦବାଲି ର ତଳିଆ ଅଞ୍ଚଳରେ ଥିବା ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳ କୁ ଆଣି ରଖିବାର ବ୍ୟବସ୍ଥା ହୋଇଛି। ଭୟଭୀତ ନହେବାକୁ ଜିଲ୍ଲା ବାସୀଙ୍କୁ କଲେ ନିବେଦନ।

ଶାସକ ଦଳ ଉପମୁଖ୍ୟ ସଚେତକ ଗୋବିନ୍ଦ ଦାସ ନିଜ ନର୍ବାଚନ ମଣ୍ଡଳିର ବାତ୍ୟା ଆଶ୍ରୟସ୍ଥଳି ବୁଲିବା ସହିତ କ୍ଷତିଗ୍ରସ୍ତ ଅଞ୍ଚଳ ଲୋକମାନଙ୍କୁ ଦେଖା କରି ସମସ୍ୟା ବିଷୟରେ ବୁଝିଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Sponsored
Ministers, MLAs, | Argus News