Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ରାଜ୍ୟରେ ଆଳୁ ଦର ବୃଦ୍ଧି ନେଇ ଆଲୋଚନା ଶେଷରେ ମନ୍ତ୍ରୀଙ୍କ ଉତ୍ତର

Odisha

ରାଜ୍ୟରେ ଆଳୁ ଦର ବୃଦ୍ଧି ନେଇ ଆଲୋଚନା ଶେଷରେ ମନ୍ତ୍ରୀଙ୍କ ଉତ୍ତର

Banajyotshna Ray
Browse all articles by Banajyotshna Ray
·1 year ago·1 min read
ରାଜ୍ୟରେ ଆଳୁ ଦର ବୃଦ୍ଧି ନେଇ ଆଲୋଚନା ଶେଷରେ ମନ୍ତ୍ରୀଙ୍କ ଉତ୍ତର

ଅର୍ଗସ ବ୍ୟୁରୋ:  ରାଜ୍ୟରେ ଆଳୁ ଦର ବୃଦ୍ଧି ନେଇ ମୁଲତବୀ ଆଲୋଚନା ଶେଷରେ ମନ୍ତ୍ରୀଙ୍କ ଉତ୍ତର। ଆଳୁ ଦର ସାମାନ୍ୟ ବଢ଼ିଛି। ଗତକାଲି ୩୦୦ ଟ୍ରକ୍ ଆଳୁ ଆସିଛି । ରାଜ୍ୟ ଖାଦ୍ୟ ଯୋଗାଣ ସଚିବ ପଶ୍ଚିମବଙ୍ଗ ସଚିବଙ୍କ ସହ କଥା ହୋଇଛନ୍ତି। ସେମାନେ ଆଳୁ ଦେବାକୁ ଅନୁମତି ଦେବେ। ପଶ୍ଚିମବଙ୍ଗରେ ୯ ଲକ୍ଷ ମେଟ୍ରିକ୍ ଟନ୍ ଆଳୁ ଅଛି। ତାଙ୍କର ୫ ଲକ୍ଷ ଆବଶ୍ୟକ। କିନ୍ତୁ କେଉଁ ପରିସ୍ଥିତିରେ ପଡି ପଶ୍ଚିମବଙ୍ଗ ସରକାର ଏଭଳି ନିଷ୍ପତ୍ତି ନେଲେ ଜଣାନାହିଁ। ବର୍ତ୍ତମାନ ଚାଷୀ ଆନ୍ଦୋଳନ କରୁଛନ୍ତି। ସେମାନେ ପୁଣି ଆଳୁ ଦେବାକୁ ନିଷ୍ପତ୍ତି ନେବେ। ବର୍ତ୍ତମାନ ବଜାରରେ ୩୫-୪୦ ଟଙ୍କାରେ ଆଳୁ ମିଳୁଛି ।

୭୦ ଟଙ୍କା କଥା ମିଛ। ରାଜ୍ୟରେ ବର୍ତ୍ତମାନ୍ ପର୍ଯ୍ୟାପ୍ତ ପରିମାଣର ଆଳୁ ଅଛି। ଯାହା ଆବଶ୍ୟକ ଉତ୍ତର ପ୍ରଦେଶରୁ ଆସୁଛି। ଭୟଭୀତ ସ୍ଥିତି ସୃଷ୍ଟି କରାନଯାଉ ବୋଲି କହିଛନ୍ତି ମନ୍ତ୍ରୀ। ରାଜ୍ୟକୁ ଆତ୍ମ ନିର୍ଭର ନ କରି ସବୁ ଥିରେ ଅନ୍ୟ ରାଜ୍ୟ ଉପରେ ନିର୍ଭର ଶୀଳ। ଆଜିର ଦର ବୃଦ୍ଧି ପାଇଁ ପୂର୍ବ ସରକାର ଦାୟୀ ବୋଲି ମନ୍ତ୍ରୀ କହିଛନ୍ତି। ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି କକ୍ଷତ୍ୟାଗ କରିଥିଲେ ବିରୋଧୀ ସଦସ୍ୟ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Minister's reply after discussion on potato price hike in the state | Argus News