Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗୋରଖପୁର-ହଟିଆ ଏକ୍ସପ୍ରେସର ସମ୍ବଲପୁର ଯାଏ ସମ୍ପ୍ରସାରଣକୁ ମଞ୍ଜୁରୀ

Smruti Parija
Browse all articles by Smruti Parija
·2 years ago·2 min read
ଗୋରଖପୁର-ହଟିଆ ଏକ୍ସପ୍ରେସର ସମ୍ବଲପୁର ଯାଏ ସମ୍ପ୍ରସାରଣକୁ ମଞ୍ଜୁରୀ

Key Points

  • କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଅନୁରୋଧ ରକ୍ଷାକଲେ ରେଳମନ୍ତ୍ରୀ  
  • ଗୋରଖପୁର-ହଟିଆ ଏକ୍ସପ୍ରେସର ସମ୍ବଲପୁର ଯାଏ ସମ୍ପ୍ରସାରଣକୁ ମଞ୍ଜୁରୀ
  • ସମ୍ବଲପୁର,ବରଗଡ଼,ଝାରସୁଗୁଡ଼ା, ସୁନ୍ଦରଗଡ଼ ଜିଲ୍ଲାବାସୀ ହେବେ ଉପକୃତ
  • ଧର୍ମେନ୍ଦ୍ର କହିଲେ ସମ୍ବଲପୁରକୁ ସମ୍ପ୍ରସାରଣ ୟୁପି, ବିହାରକୁ ରେଳଯାତ୍ରା କରିବ ସୁଗମ 
     

ଅର୍ଗସ ବ୍ୟୁରୋ: ପଶ୍ଚିମ ଓଡ଼ିଶାର ରେଳଯାତ୍ରୀଙ୍କ ପାଇଁ ଖୁସି ଖବର। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ ରକ୍ଷା କରିଛି ରେଳ ମନ୍ତ୍ରାଳୟ। ଗୋରଖପୁର-ହଟିଆ ମୌର୍ଯ୍ୟ ଏକ୍ସପ୍ରେସ ଚଳାଚଳକୁ ସମ୍ବଲପୁର ଯାଏ କରାଯାଇଛି ସମ୍ପ୍ରସାରଣ । ହଟିଆରୁ ବାହାରିବା ପରେ ଏହି ଟ୍ରେନର ରାଉରକେଲା, ଝାରସୁଗୁଡ଼ା ଓ ସମ୍ବଲପୁର ଷ୍ଟେସନରେ ରହଣୀ ନେଇ ନିଷ୍ପତି ନିଆଯାଇଛି। ଏହାଦ୍ବାରା ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ସମେତ ଆଖପାଖ ଜିଲ୍ଲାବାସୀଙ୍କ ରେଳଯାତ୍ରା ସୁଗମ ହେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ। ପୂର୍ବରୁ ଉତ୍ତରପ୍ରଦେଶ ଓ ବିହାର ଯିବାକୁ ଥିବା ଯାତ୍ରୀଙ୍କୁ ଟ୍ରେନ ବଦଳାଇବାକୁ ପଡୁଥିଲା। ଏବେ ଡାଇରେକ୍ଟ ଟ୍ରେନରେ ଯାଇପାରିବେ ଯାତ୍ରୀ। ଏହି ସମ୍ପ୍ରସାରଣ ନିଷ୍ପତି ବିଷୟରେ ଜଣାପଡ଼ିବା ପରେ ଏହି 4 ଜିଲ୍ଲାବାସୀଙ୍କ ମଧ୍ୟରେ ଖୁସି ଖେଳିଯାଇଛି। ନିଷ୍ପତିକୁ ସ୍ବାଗତ କରିବା ସହ ସେମାନେ କେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏହି 4 ଜିଲ୍ଲାବାସୀଙ୍କ ଯାତାୟତକୁ ଦୃଷ୍ଟିରେ ରଖି ଟ୍ରେନ ଚଳାଚଳ ସମ୍ବଲପୁର ଯାଏ ସମ୍ପ୍ରସାରଣ ନେଇ ଗତ ଡିସେମ୍ବର ୯, ୨୦୨୨ ଓ ଚଳିତ ଜାନୁଆରୀ ୦୩, ୨୦୨୪ରେ ପତ୍ର ଲେଖି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ  ଅନୁରୋଧ କରିଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ । ଦୁଇଟି ପତ୍ରରେ ସେ ଲେଖିଥିଲେ ଯେ ବିହାର ଓ ପୂର୍ବ ଉତ୍ତରପ୍ରଦେଶର ପ୍ରାୟ ୪ ଲକ୍ଷ ଲୋକ ପଶ୍ଚିମ ଓଡ଼ିଶାରେ ବସବାସ କରୁଛନ୍ତି ସେଥିରୁ କେବଳ ସମ୍ବଲପୁର ଜିଲ୍ଲାରେ ପ୍ରାୟ ୧.୫ ଲକ୍ଷ ଲୋକ ରହୁଛନ୍ତି । ନିଜ ଅଞ୍ଚଳକୁ ଯିବା ଲାଗି କୌଣସି ଡାଇରେକ୍ଟ ଟ୍ରେନ ନଥିବାରୁ ସେମାନେ ବହୁ ଅସୁବିଧାର ଭୋଗୁଛନ୍ତି ।   

କେନ୍ଦ୍ରମନ୍ତ୍ରୀଙ୍କ ପତ୍ରର ପତ୍ୟୁତ୍ତରରେ ଦକ୍ଷିଣ ପୂର୍ବ ରେଳପଥ ପକ୍ଷରୁ ଏକ ବିଜ୍ଞପ୍ତି ପତ୍ର ଜାରି କରାଯାଇଛି । ଲୋକଙ୍କ ଦାବିକୁ ପୂରଣ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
Ministry of Railways has complied with the request of Union Education Minister Dharmendra Pradhan-Extension of Gorakhpur-Hatia Express to Sambalpur approved | Argus News