Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସୂତା କଟିଯିବାରୁ ଟ୍ରେନ ଲାଇନ୍ ଅପରପାର୍ଶ୍ୱକୁ ଯାଇଥିଲେ, ହେଲେ...

Smruti Parija
Browse all articles by Smruti Parija
·2 years ago
ସୂତା କଟିଯିବାରୁ ଟ୍ରେନ ଲାଇନ୍ ଅପରପାର୍ଶ୍ୱକୁ ଯାଇଥିଲେ, ହେଲେ...

ଭୁବନେଶ୍ୱର: ଗୁଡ଼ି ଉଡ଼ାଉଥିବାବେଳେ ଟ୍ରେନରେ ଧକ୍କା ହୋଇ ଚାଲିଗଲା ନାବାଳକର ଜୀବନ । ସହିଦନଗର ଶାନ୍ତିପଲ୍ଲୀ ବସ୍ତିର ତପନ ପାତ୍ରଙ୍କ ୧୪ ବର୍ଷୀୟ ପୁଅ ସୂର୍ଯ୍ୟକାନ୍ତ ପାତ୍ର । ଗତକାଲି ଅପରାହ୍ନ ସମୟରେ ଟ୍ରେନ ଲାଇନ ପାର୍ଶ୍ଵରେ ସାଙ୍ଗ ସହ ଗୁଡି ଉଡାଉଥିଲେ । ଗୁଡ଼ିର ସୂତା କଟି ଯିବାରୁ ଟ୍ରେନ୍ ଲାଇନ୍ ଅପର ପାର୍ଶ୍ୱକୁ ଗୁଡି ଆଣିବା ପାଇଁ ଯାଉଥିବାବେଳେ ଟ୍ରେନ ଧକ୍କା ଦେଇଥିଲା । ସେହିଠାରେ ହିଁ ନାବାଳକ ଜଣଙ୍କର ମୃତ୍ୟୁ ଘଟିଥିଲା । ସୂର୍ଯ୍ୟ ନବମ ଶ୍ରେଣୀର ଛାତ୍ର । GRP ପୋଲିସ ପହଂଚି ମୃତଦେହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି ।

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
minor-boy-died-in-train-accident-while-flying-kites-in-saheednagar-bhubaneswar | Argus News