Videos
|
Odisha

ସାପ କାମୁଡ଼ାରେ ନାବାଳିକା ମୃତ

Ritu Das
Browse all articles by Ritu Das
·2 years ago
ସାପ କାମୁଡ଼ାରେ ନାବାଳିକା ମୃତ

ଅର୍ଗସ ବ୍ୟୁରୋ: ସାପ କାମୁଡ଼ାରେ ସାତ ବର୍ଷର ନାବାଳିକାଙ୍କ ମୃତ୍ୟୁ ଘଟିଛି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଜାମଡାଳି ଗ୍ରାମରେ। ମୃତକ ହେଲେ ଉକ୍ତ ଗ୍ରାମର ରାମ ବାଦ୍ରାଙ୍କ ସାତ ବର୍ଷର ଝିଅ ରାଇମନି ବାଦ୍ରା(୦୭)। 

ଗତକାଲି ରାତିରେ ଘର ଚଟାଣରେ ଶୋଇ ଥିଲା ବେଳେ ହଠାତ ରାତିରେ ଝିଅର ଦେହ ଅସୁସ୍ଥ ହେବାରୁ ପରିବାର ଲୋକେ ଘରେ ସାପକୁ ଦେଖି ଥିଲେ ଏବଂ ଝିଅକୁ ନେଇ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ଡାକ୍ତରଖାନାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Minor died | Argus News