Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଢ଼େଙ୍କାନାଳରେ ଚାଞ୍ଚଲ୍ୟ, ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

Smruti Parija
Browse all articles by Smruti Parija
·2 years ago
ଢ଼େଙ୍କାନାଳରେ ଚାଞ୍ଚଲ୍ୟ, ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ଢେଙ୍କାନାଳ: ଢ଼େଙ୍କାନାଳରେ ଚାଞ୍ଚଲ୍ୟ । ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ । ପଥରରେ ଅତି ନିର୍ମମ ଭାବେ ଛେଚି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଢ଼େଙ୍କାନାଳ ସଦର ଥାନା ମଙ୍ଗଳପୁରରେ ଏହି ଅଭାବନୀୟ ଘଟଣା ଘଟିଛି । ମଙ୍ଗଳପୁର ଗ୍ରାମର ଷୋହଳ ବର୍ଷୀୟ କଲେଜ ପଢୁଆ ନାବାଳିକା ଝିଅ ଗତକାଲି ଟିୟୁସନ୍ ଯାଇ ଆଉ ଘରକୁ ଫେରିନଥିଲେ ।

ଏନେଇ ପରିବାର ଲୋକେ ଟାଉନ ଥାନାରେ ରିପୋର୍ଟ କରିଥିଲେ । ଆଜି ନାବାଳିକାଙ୍କ ମୃତଦେହ ମଙ୍ଗଳପୁର ନିକଟ ରାସ୍ତା କଡରୁ ପୋଲିସ ଉଦ୍ଧାର କରିଛି । ଶବ ନିକଟରୁ ମଦ ବୋତଲ ମିଳିବା ସନ୍ଦେହକୁ ଆହୁରି ବଢ଼ାଇଛି । ଏନେଇ ପୋଲିସ ତଦନ୍ତ ଜାରି ରଖିଛି । ସେପଟେ ଝିଅକୁ ହରାଇ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗିପଡିଛନ୍ତି । 

ଆହୁରି ପଢନ୍ତୁ  ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
minor-girl-death-in-dhenkanal | Argus News