Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୋଖରୀରେ ଗାଧୋଇବାକୁ ଯାଇ ବୁଡିଗଲା ନାବାଳିକା

Smruti Parija
Browse all articles by Smruti Parija
·2 years ago
ପୋଖରୀରେ ଗାଧୋଇବାକୁ ଯାଇ ବୁଡିଗଲା ନାବାଳିକା

ଯାଜପୁର: ଜହ୍ନା ଗାଁରେ ଅଘଟଣ । ଗାଧେଇବାକୁ ଯାଇ ପୋଖରୀରେ ବୁଡି ନାବାଳିକା ମୃତ । ସୂଚନା ଅନୁଯାୟୀ ଜହ୍ନା ଗାଁର ଲକ୍ଷ୍ମୀ ଅମାନ୍ତଙ୍କ ନାବାଳିକା ଝିଅ ଗାଁ ପୋଖରୀକୁ ଗାଧେଇବାକୁ ଯାଇଥିଲେ । ଅନେକ ସମୟ ବିତିଗଲା ପରେ ବି ଝିଅ ଆଉ ଘରକୁ ଫେରିନଥିଲା । ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ଝିଅ ଗାଁ ପୋଖରୀରେ ଭାସୁଥିବା ଖବର ପାଇ ପରିବାର ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଂଚିଥିଲେ । ଏଥିସହିତ ଝିଅକୁ ଉଦ୍ଧାର କରି ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କଲା ପରେ ମୃତ ଘୋଷଣା କରିଛନ୍ତି । ସେପଟେ ଝିଅର ମୃତ୍ୟୁ ପରେ ପୁରା ଗାଁରେ ଶୋକାକୂଳ ପରିବେଶ ଦେଖିବାକୁ ମିଳିଛି । 
 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored