Videos
|
Odisha

ମାଲେରିଆରେ ଚାଲିଗଲା ନାବାଳିକାଙ୍କ ଜୀବନ

Ritu Das
Browse all articles by Ritu Das
·2 years ago·1 min read
ମାଲେରିଆରେ ଚାଲିଗଲା ନାବାଳିକାଙ୍କ ଜୀବନ

ଅର୍ଗସ ବ୍ୟୁରୋ: ଅକାଳରେ ଝଡିଗଲା କୁନି ଝିଅର ଜୀବନ । ମ୍ୟାଲେରିଆରେ ଘଟିଲା ପ୍ରଥମ ମୃତ୍ୟୁ । ମାତ୍ର ୯ ବୟସରେ ଦୁନିଆ ଦେଖ‌ିବା ଆଗରୁ ଚାଲିଗଲା ଜୀବନ। ଏମିତି ଏକ ଦୁଃଖଦ ଘଟଣା ବାଙ୍ଗିରିପୋଷି ଅଞ୍ଚଳରେ ଦେଖିବାକୁ ମିଳିଛି। ମିନତୀ ହେମ୍ବ୍ରମ ନାମ୍ନୀ ଜଣେ ନାବାଳିକାଙ୍କୁ ଜ୍ଵର ହେବାରୁ ସେମାନେ ନିକଟସ୍ଥ ଆଶା ଦିଦିଙ୍କ ସହ ଯୋଗାଯୋଗ କରିଥିଲେ । ଆଶା ଦିଦି ଗତ ୧୯ ତାରିଖ ମିନତୀର ମ୍ୟାଲେରିଆ ପାଇଁ ଆରଡିଟି ପରୀକ୍ଷା କରିଥିଲେ । 

ତାଙ୍କୁ ମ୍ୟାଲେରିଆ ହୋଇଥିବା ସେ ଜାଣିବାକୁ ପାଇ ତାଙ୍କୁ ଡାକ୍ତରଖାନାରୁ ମିଳିଥିବା ଔଷଧ ସେ ଖାଇବାକୁ ଦେଇଥିଲେ । କିନ୍ତୁ ଗତ ୨୧ ତାରିଖ ମିନତୀର ସ୍ଵାସ୍ଥ୍ୟବସ୍ଥା ହଠାତ ଅଧିକ ଗୁରୁତର ହେବାରୁ ତାଙ୍କୁ ବାଙ୍ଗିରିପୋଷି ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣା ଯାଇଥିଲା । କିନ୍ତୁ ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ସଙ୍ଗେ ସଙ୍ଗେ ତାଙ୍କୁ ବାରିପଦା ପିଆରଏମ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଚିକିତ୍ସାଧୁନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବାର ବାଙ୍ଗିରିପୋଷି ସ୍ଵାସ୍ଥ୍ୟ ଅଧରକାରୀ ଲକ୍ଷ୍ମପ୍ରୀୟା ପ୍ରଧାନଙ୍କ ଠାରୁ ସୂଚନା ମିଳିଛି। ମାଲେରିଆରେ ମୃତ୍ୟୁ ବରଣ ହୋଇଥିବା ଏପରି ଘଟଣା ସାମ୍ନାକୁ ଆସିବା ପରେ ବାଙ୍ଗିରିପୋଷିରେ ଏବେ ଭୟର ବାତାବରଣ ଖେଳିଯାଇଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
minor girl | Argus News