Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନାବାଳିକା ଝିଅଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

Smruti Parija
Browse all articles by Smruti Parija
·2 years ago·1 min read
ନାବାଳିକା ଝିଅଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ବଲାଙ୍ଗୀର: ନାବାଳିକା ଝିଅଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । ଏଭଳି ଏକ ଅମାନବୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ସଇଁତଳା ଥାନା ତୁଷ୍ଟାପାଲି ଗାଁରେ । ଗାଁର ମହଦେବ ଛତ୍ରିଆଙ୍କ ଝିଅ ନଳିନୀ ଛତ୍ରିଆ ନଦୀକୁ ଶୌଚ ପାଇଁ ଯାଇଥିଲେ । କିଛି ସମୟପରେ ଅନ୍ୟ ଯୁବତୀମାନେ ନଳିନୀକୁ ଗୁରୁତର ଅବସ୍ଥାରେ ଏକ ବୁଦାମୂଳରେ ପଡ଼ିଥିବା ଦେଖିବାକୁ ପାଇଥିଲେ । 

ସଙ୍ଗେ ସଙ୍ଗେ ପରିବାର ଲୋକେ ସଇଁତଳା ମେଡିକାଲକୁ ନେଇଥିଲେ । ସେଠାରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ଡାକ୍ତରଙ୍କ ପରାମର୍ଶରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । 

ସେପଟେ ଦୋଷୀଙ୍କୁ ଗିରଫ ଦାବିରେ ଥାନାର ଦ୍ୱାରସ୍ଥ ହେଲେ ପରିବାର ଲୋକେ । ଘଟଣାକୁ ନେଇ ଟିଟିଲାଗଡ଼ ଏସଡିପିଓ ଅଙ୍କିତା କୁମ୍ଭାର ଗୁରୁତର ସହ ନେଇ ପରିବାର ଲୋକଙ୍କୁ ଥାନାକୁ ଆଣି ପଚରାଉଚରା କରିଛନ୍ତି । ଅନ୍ୟପଟେ ପାଟଣାଗଡ଼ର କିଛି ଯୁବକ ଓ ତାଙ୍କ ଗାଁର କିଛି ଯୁବକ ମିଶି ଏଭଳି କାଣ୍ଡ କରିଥିବା ଅଭିଯୋଗ ହେଉଛି  । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
minor-girl-rape-and-murder-at-balangir | Argus News