Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ନୟାପଲ୍ଲୀ ନାବାଳିକା ଗଣଦୁଷ୍କର୍ମ ଘଟଣା: ସମସ୍ତ ଅଭିଯୁକ୍ତ ଗିରଫ

Odisha

ନୟାପଲ୍ଲୀ ନାବାଳିକା ଗଣଦୁଷ୍କର୍ମ ଘଟଣା: ସମସ୍ତ ଅଭିଯୁକ୍ତ ଗିରଫ

Ritu Das
Browse all articles by Ritu Das
·1 year ago·1 min read
ନୟାପଲ୍ଲୀ ନାବାଳିକା ଗଣଦୁଷ୍କର୍ମ ଘଟଣା: ସମସ୍ତ ଅଭିଯୁକ୍ତ ଗିରଫ

ଅର୍ଗସ ବ୍ୟୁରୋ: ନୟାପଲ୍ଲୀ ନାବାଳିକା ଗଣଦୁଷ୍କର୍ମ ଘଟଣାରେ ସମସ୍ତ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଏହି ଘଟଣାରେ ଜଣେ ନାବାଳିକା ସମେତ ପାଞ୍ଚ ଜଣଙ୍କୁ  କମିଶନରେଟ ପୋଲିସ ଗିରଫ କରିଥିବା ଭୁବନେଶ୍ୱର ଡିସିପି କହିଛନ୍ତି। ସୂଚନା ଅନୁସାରେ ଗିରଫ ହୋଇଥିବା ନାବାଳିକା ଜଣଙ୍କ ପୀଡିତା ନାବାଳିକାଙ୍କୁ ଅନ୍ୟ ଚାରି ଜଣ ଅଭିଯୁକ୍ତଙ୍କ ସହ ପରିଚିତ କରାଇଥିଲେ। 

ପରବର୍ତ୍ତୀ ଏହି ଚାରି ଜଣ ଯୁବକ ନାବାଳିକାଙ୍କୁ ଏକ ପରିତ୍ୟକ୍ତ ଜାଗାକୁ ନେଇ ମୃଦୁ ପାନୀୟରେ ନିଶା ଔଷଧ ମିଶାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ନୟାପଲ୍ଲୀ ଥାନା ପୋଲିସ ଏକ ଟିମ ଗଠନ କରି ତଦନ୍ତ କରିବା ସହ ସମସ୍ତଙ୍କୁ ଗିରଫ କରିଛି। ଦୁଷ୍କର୍ମର ଭିଡିଓ ଅଭିଯୁକ୍ତମାନେ ମୋବାଇଲରେ ଉତ୍ତୋଳନ କରି ଭାଇରାଲର ଧମକ ଦେବା ସହ 50000 ଟଙ୍କା ମାଗୁଥିବା ପୀଡିତାଙ୍କ ମା' ଅଭିଯୋଗ କରିଛନ୍ତି। ଗିରଫ ଅଭିଯୁକ୍ତ ମାନେ ହେଲେ ରାଜା ପଟ୍ଟନାୟକ, ଦୀପକ ବେହେରା, ପ୍ରକାଶ ବେହେରା ଏବଂ ପପୁ ଦ୍ବିବେଦୀ। ଅଭିଯୁକ୍ତଙ୍କ ନିକଟରୁ ପୋଲିସ ଦୁଇଟି ମୋବାଇଲ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
minor rape | Argus News