Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନାବାଳିକା ଦୁଷ୍କର୍ମ : ମ୍ୟାଡାମ ସାଜିଛନ୍ତି କି ରାଣୀ ମହୁମାଛି !

Swayangprajna Mishra
Browse all articles by Swayangprajna Mishra
·2 years ago·2 min read
ନାବାଳିକା ଦୁଷ୍କର୍ମ : ମ୍ୟାଡାମ ସାଜିଛନ୍ତି କି ରାଣୀ ମହୁମାଛି !

ଭଦ୍ରକ : ସ୍କୁଲ ହଷ୍ଟେଲରେ ଦୁଷ୍କର୍ମ ପରେ ନାବାଳିକା ଛାତ୍ରୀ ଗର୍ଭବତୀ, ଚୁପ୍ ରହିବାକୁ ଛାତ୍ରୀଙ୍କୁ ମିଳୁଥିଲା ଧମକ। ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନା ଅନ୍ତର୍ଗତ ମଞ୍ଜୁରୋଢ ଫାଣ୍ଡି ବିରିଡ଼ି ଗାଁ ରେ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଜଣେ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ଛାତ୍ରୀ ଜଣଙ୍କ ଗର୍ଭବତୀ ଥିବା ଜଣାପଡିଛି। ଅଭିଯୋଗ ଅନୁଯାୟୀ ଭଣ୍ଡାରିପୋଖରୀ ପିରିଜିପୁର ଗ୍ରାମର ସୁବାସ ଚନ୍ଦ୍ର ସାହୁଙ୍କ ୧୪ ବର୍ଷୟ ନାବାଳିକା ଝିଅ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ହଷ୍ଟେଲରେ ରହି ପାଠ ପଢୁଥିବା ବେଳେ ଗତବର୍ଷ ଏପ୍ରିଲ ମାସରେ ସ୍କୁଲରେ ନାବାଳିକା ଛାତ୍ରୀ ଜଣଙ୍କୁ ଅମର ସାହୁ ନାମକ ଜଣେ ଯୁବକ ଦୁଷ୍କର୍ମ କରିଥିବା ଛାତ୍ରୀ ଜଣଙ୍କ  ଅଭିଯୋଗ କରିଛନ୍ତି।

ଅଧିକ ପଢନ୍ତୁ : ପ୍ରଥମେ ଦୁଷ୍କର୍ମ ପରେ ହତ୍ୟା, ଘଟଣାକୁ ହାଲକା ଭାବେ ନେଉଛି ପୋଲିସ

ଦୁଷ୍କର୍ମ ର ଶିକାର ହେବାରେ ଛାତ୍ରୀ ଜଣଙ୍କ ହଷ୍ଟେଲ ଦାଇତ୍ୱ ରେ ଥିବା ମହିଳା କତୃପକ୍ଷଙ୍କୁ କହିଥିଲେ ମଧ୍ୟ, ଏ ବିଷୟରେ କାହାକୁ ନ କହିବାକୁ ମହିଳା କତୃପକ୍ଷ କହିଥିଲେ ବୋଲି ଛାତ୍ରୀ ଜଣଙ୍କ କହିଛନ୍ତି। ସେପଟେ ସେପଟେ ଛାତ୍ରୀ ଜଣଙ୍କ ଦେହ ଖରାପ୍ ହେବାରୁ ହଷ୍ଟେଲ କର୍ତ୍ତୃପକ୍ଷ ତାଙ୍କ ବାପାଙ୍କୁ ଜଣେଇ ଥିଲେ, ତାଙ୍କ ବାପା ଚିକିତ୍ସା କରାଇବା ସହ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ପପରେ ତାଙ୍କ ଝିଅ ଜଣଙ୍କ ନାବାଳିକା ଛାତ୍ରୀଙ୍କ ଗର୍ଭବତୀ ଥିବା ଜାଣିବାକୁ ପାଇଥିଲା। ସ୍କୁଲ ଓ ହଷ୍ଟେଲ କର୍ତ୍ତୃପକ୍ଷ ଏଥିପାଇଁ ଦାୟୀ ବୋଲି ତାଙ୍କ ଅଭିଯୋଗ କରିଛନ୍ତି। ଦୁଷ୍କର୍ମ କରିଥିବା ଯୁବକ ଜଣକ ଘର ମଞ୍ଜୁରୋଢ ଫାଣ୍ଡି ନୂଆଁ ପାଟଣା ଗାଁ ର ଅମର ସାହୁ ବୋଲି ଅଭିଯୋଗ ଅନୁଯାୟୀ ଜଣାପଡିଛି।ତେବେ ଏହା ପରେ ନାବାଳିକା ଛାତ୍ରୀ ଓ ତାଙ୍କ ବାପ ପ୍ରଥମେ ମଞ୍ଜୁରୋଢ ଫାଣ୍ଡି ରେ ଦୁଇ ଟି ଲିଖିତ ଅଭିଯୋଗ ପରେ ଭଣ୍ଡାରିପୋଖରୀ ରେ ମଧ୍ୟ ଏକ ଅଭିଯୋଗ କରିଥିବାବେଳେ। ଭଣ୍ଡାରିପୋଖରୀ ପୋଲିସ ଏନେଇ ଅଧ୍ୟକ୍ଷ ତଦନ୍ତ ଆରମ୍ଭ କରିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Minor student pregnant after rape in school hostel | Argus News