|
logo
Live

Argus News - ବିଳମ୍ବିତ ରାତିରେ ଛାତ୍ରୀଙ୍କୁ ନିଜ ରୁମକୁ ଡାକୁଛନ୍ତି ପ୍ରଧାନଶିକ୍ଷକ !

Odisha

ବିଳମ୍ବିତ ରାତିରେ ଛାତ୍ରୀଙ୍କୁ ନିଜ ରୁମକୁ ଡାକୁଛନ୍ତି ପ୍ରଧାନଶିକ୍ଷକ !

Smruti Parija
Browse all articles by Smruti Parija
·1 year ago·1 min read
ବିଳମ୍ବିତ ରାତିରେ ଛାତ୍ରୀଙ୍କୁ ନିଜ ରୁମକୁ ଡାକୁଛନ୍ତି ପ୍ରଧାନଶିକ୍ଷକ !

ରାୟଗଡା: ପୁଣି ଗୁରୁ ଶିଷ୍ୟ ସମ୍ପର୍କରେ ଲାଗିଲା କଳଙ୍କ । ରାୟଗଡ଼ା ଜିଲ୍ଲା ବିଷମକଟକ ସିଟିସ୍କୁଲର ଅନେକ ଛାତ୍ରଛାତ୍ରୀ ସିଟିସ୍କୁଲର କାର୍ଯ୍ୟରତ ହେଡମାଷ୍ଟର ସରତଚନ୍ଦ୍ର ସେଠଙ୍କ ନାଁରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ଏନେଇ ଜିଲ୍ଲାପାଳଙ୍କୁ ଭେଟିବାକୁ ଆସିଛନ୍ତି ସ୍କୁଲର ଛାତ୍ରଛାତ୍ରୀ । ଉକ୍ତ ସ୍କୁଲର ଛାତ୍ରୀ ଓ ଛାତ୍ରମାନଙ୍କ ସହିତ ଦୁର୍ବ୍ୟବହାର ସହିତ, ଛାତ୍ରୀମାନଙ୍କୁ ବିଳମ୍ବିତ ରାତି ସମୟରେ ନିଜ ରୁମକୁ ଡାକି ସେମାନଙ୍କ ସହିତ ଦୁର୍ବ୍ୟବହାର କରିବା ସହିତ ଛାତ୍ରୀ ମାନଙ୍କ ଶୌଚାଳୟରେ ସିସିଟିଭି କ୍ୟାମେରା ଲଗାଇବା ଏବଂ ସେମାନଙ୍କ ମୋବାଇଲକୁ ଖରାପ ମେସେଜ କରିବା ଭଳି ଅଭିଯୋଗ ଆସିଛି । 

ସିଟିସ୍କୁଲ ହେଡମାଷ୍ଟର ସରତଚନ୍ଦ୍ର ସେଠଙ୍କ ନାଁ ରେ ଅନ୍ୟପକ୍ଷରେ ଅତିରିକ୍ତ ଜିଲ୍ଲାପାଳ, ବିଚିତ୍ରା ସେଠୀ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ବଶନ୍ତ ନାୟକ, ପିଲାମାନଙ୍କ ସମସ୍ୟାକୁ ନେଇ ଛାତ୍ରଛାତ୍ରୀମାନଙ୍କ ସହିତ ବର୍ତ୍ତମାନ ଜିଲ୍ଲା ଶିକ୍ଷାଅଧିକାରୀ ବସନ୍ତ କୁମାର ନାୟକ ଏବଂ ଅତିରିକ୍ତ ଜିଲ୍ଲାପାଳ ବିଚିତ୍ରା ସେଠୀ ସ୍କୁଲର ସମସ୍ୟାକୁ ନେଇ ଆଲୋଚନା କରୁଛନ୍ତି । ପରେ ଛାତ୍ରଛାତ୍ରୀ ଜିଲ୍ଲାପାଳଙ୍କୁ ଭେଟି ସେମାନଙ୍କ ଉପରେ ହେଉଥିବା ସମସ୍ୟା ବିଷୟରେ ଅବଗତ କରିବା ପରେ, ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ହେବା ନେଇ ସୂଚନା ଦେଇଛନ୍ତି ରାୟଗଡା ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ।

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ବିଳମ୍ବିତ ରାତିରେ ଛାତ୍ରୀଙ୍କୁ ନିଜ ରୁମକୁ ଡାକୁଛନ୍ତି ପ୍ରଧାନଶିକ୍ଷକ ! | Argus News