Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତାଙ୍କ ପରଲୋକ

Odisha

ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତାଙ୍କ ପରଲୋକ

Ritu Das
Browse all articles by Ritu Das
·2 years ago·1 min read
ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତାଙ୍କ ପରଲୋକ

ଅର୍ଗସ ବ୍ୟୁରୋ: ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତାଙ୍କ ପରଲୋକ । ଭୁବନେଶ୍ୱରରେ ୯୫ ବର୍ଷ ବୟସରେ ପରଲୋକ ଘଟିଛି। ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ଥିଲେ ସାତକଡ଼ି ହୋତା । ଏହା ସହ ଦୈନିକ ଖବରକାଗଜ 'ସମୟ'ର ମଧ୍ୟ ସଂପାଦକ ଥିଲେ ସାତକଡ଼ି। 

ସାତକଡ଼ି ହୋତାଙ୍କର ଜନ୍ମ ୧୯୩୦ ମସିହାରେ ହୋଇଥିଲା । ସେ ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନପ୍ରାପ୍ତ ଜଣେ ସାହିତ୍ୟିକ ତଥା ସମ୍ପାଦକ ଥିଲେ । ଗଳ୍ପ, ଉପନ୍ୟାସ, କବିତା, ଅନୁବାଦ ଓ ଆତ୍ମଜୀବନୀ ଆଦି ବିଭିନ୍ନ କ୍ଷେତ୍ରରେ ସେ ନିଜର ପରାକାଷ୍ଠା ଦେଖାଇଛନ୍ତି । 

ସାତକଡ଼ିଙ୍କର ବର୍ତ୍ତମାନ ପର୍ଯ୍ୟନ୍ତ ୨୭ଟି ଗଳ୍ପ, ୨୧ଟି ଉପନ୍ୟାସ ଓ ଗୋଟିଏ କବିତା ବହି ପ୍ରକାଶିତ ହୋଇସାରିଛି । ୧୯୬୭ରେ ତାଙ୍କର ପ୍ରଥମ ଉପନ୍ୟାସ "ବ୍ୟାକୁଳ ହୃଦୟ" ଓ ୧୯୭୧ରେ ପ୍ରଥମ ଗପ ପ୍ରକାଶ ପାଇଥିଲା । ତାଙ୍କ ବିୟୋଗରେ ସାହିତ୍ୟ ମହଲରେ ଶୋକର ଛାୟା ଖେଳି ଯାଇଛି । ୧୯୮୫ମସିହାରେ "ଭୁବନେଶ୍ୱର ପୁସ୍ତକ ମେଳା" ଆରମ୍ଭ କରିବାରେ ସେ ଥିଲେ ଅନ୍ୟତମ ଉଦ୍ୟୋକ୍ତା। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
miscellaneous odisha | Argus News