Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ନିଜକୁ ଜ୍ୟୋତିଷ ବୋଲାଉଥିବା ନିଳାମ୍ବର ପାଣିଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ

Odisha

ନିଜକୁ ଜ୍ୟୋତିଷ ବୋଲାଉଥିବା ନିଳାମ୍ବର ପାଣିଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ

Smruti Parija
Browse all articles by Smruti Parija
·2 years ago·1 min read
ନିଜକୁ ଜ୍ୟୋତିଷ ବୋଲାଉଥିବା ନିଳାମ୍ବର ପାଣିଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ୱର:  ନିଃସନ୍ତାନ ଥିଲେ ସନ୍ତାନ ପ୍ରାପ୍ତି ହେବ । ଗରିବ ଥିଲେ ଧନ ସମ୍ପତ୍ତି ପ୍ରାପ୍ତ ହେବ । ସବୁ ଦୁଃଖ ଦୁର୍ଦ୍ଦଶା ବି ଦୂର ହୋଇଯିବ । ଏଭଳି କଥା କହି ନିଜକୁ ଜ୍ୟୋତିଷ ବୋଲାଉଥିବା ଠକ ନିଳାମ୍ବର ପାଣିକୁ ଭଦ୍ରକରୁ ଉଠାଇ ଆଣିଛି କମିଶନରେଟ ପୋଲିସ। 

ଏହି ଠକ ବିରୋଧରେ ଦୁଷ୍କର୍ମ ଭଳି ସାଙ୍ଘାତିକ ଅଭିଯୋଗ ଥିବା ଜଣାପଡିଛି । ଜଣେ ମହିଳାଙ୍କୁ ସନ୍ତାନ ପ୍ରାପ୍ତିର ଲୋଭ ଦେଖାଇ ବନ୍ଦ ଘରକୁ ଡାକି ପାଟିରେ ଲବଙ୍ଗ ଜାକିବାକୁ କହି ଦୁଷ୍କର୍ମ କରିଥିଲା ଏହି ବ୍ୟକ୍ତି । ସମ୍ଭ୍ରାନ୍ତ ଶ୍ରେଣୀର ମହିଳା ଜଣଙ୍କ ଏ ନେଇ ଥାନାରେ ଅଭିଯୋଗ କରିବା ପରେ ଠକକୁ ଉଠାଇ ଆଣିଛି କମିଶନରେଟ ପୋଲିସ । ସୋସିଆଲ ମିଡିଆରେ ଏହିସବୁ ଭିଡିଓ ଛାଡି ନିଜକୁ ଜ୍ୟୋତିଷ ବୋଲି କହି ଶତାଧିକ ମହିଳାଙ୍କୁ ଚୁନା ଲଗାଇଥିବା ଜାଣିବାକୁ ପାଇଛି ପୋଲିସ ।

ତେବେ ସୋସିଆଲ ମିଡିଆରେ ଏହି ବ୍ୟକ୍ତିଙ୍କର ଅନେକ ଫଲୋଅର ଅଛନ୍ତି । ସୋସିଆଲ ମିଡିଆରେ ସେ ଦୈନନ୍ଦିନ ଲୋକଙ୍କୁ ଟିପ୍ସ୍ ଦିଅନ୍ତି । ମାନସିକ ଶାନ୍କି କେମିତି ପାଇବେ, ସମସ୍ତ କାର୍ଯ୍ୟରେ ସଫଳ କେମିତି ହେବେ , ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଭଲ ସମ୍ପର୍କ ରହିବାର ଉପାୟ କଣ ଏହି ସବୁ ବିଷୟରେ ସାଧାରଣ ଲୋକଙ୍କୁ ଟିପ୍ସ ଦିଅନ୍ତି ନୀଳମ୍ବାର । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...

Argus Whatsapp Channel Mobile Top
Sponsored
misdemeanor-charges-against-nilambar-mani-who-calls-himself-an-astrologer | Argus News