Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କେମିତି ହେଲା ନବଘନ ପାଟ୍ଟଶାଣୀଙ୍କ ମୃତ୍ୟୁ ?

Smruti Parija
Browse all articles by Smruti Parija
·1 year ago·1 min read
କେମିତି ହେଲା ନବଘନ ପାଟ୍ଟଶାଣୀଙ୍କ ମୃତ୍ୟୁ ?

ଭୁବନେଶ୍ୱର: ରାଜଧାନୀରୁ ନିଖୋଜ, ନିଆଳିରୁ ଉଦ୍ଧାର ହେଲା ମୃତଦେହ । ପରିବାର ଆଣିଲେ ହତ୍ୟା ଅଭିଯୋଗ । ମୃତକ ଜଣଙ୍କ ହେଉଛନ୍ତି ନବଘନ ପାଟ୍ଟଶାଣୀ ଓରଫ ବାଙ୍କା । ଗତ ୧୭ ତାରିଖରେ ସେ ବରମୁଣ୍ଡାରୁ ନିଜ Fortuner ଗାଡି ଧରି ବାହାରିଥିଲେ । କିନ୍ତୁ ଆଉ ଘରକୁ ଫେରିନଥିଲେ । ପରିବାର ଲୋକେ ପ୍ରଥମେ ଖଣ୍ଡଗିରି ଥାନା ଓ ପରେ ଭରତପୁର ଥାନା ଯାଇ ମିସିଂ ଏଫଆଇଆର ଦେଇଥିଲେ । ଦିନକ ପରେ ତାଙ୍କ ଗାଡି ଆଉ ଜଣେ ଚଲାଉଥିବା ସ୍ଥାନୀୟ ଲୋକେ ଜାଣିବା ପରେ ସୌଭାଗ୍ୟ ନଗର ଅଞ୍ଚଳରୁ ଗାଡିକୁ ଧରି ଭରତପୁର ପୋଲିସ ଜିମା ଦେଇଥିଲେ । 

ସେତବେଳେ ଗାଡି ବନ୍ଧକ ରଖି ନବଘନ କିଛି ଟଙ୍କା ଧାର ନେଇଥିବା ପୋଲିସ ଜାଣିବାକୁ ପାଇଥିଲା । ଗତ ୨୦ ତାରିଖରେ ତାଙ୍କର ମୃତଦେହ ନିଆଳି ସ୍ଥିତ ଗୋବିନ୍ଦପୁର ଥାନା ଅଧିନ କନ୍ଦଳ ନଦୀର  ଉରାଡ଼ ଠାରୁ ମିଳିଥିଲା । ମୁଣ୍ଡରେ ଓ ବେକରେ କ୍ଷତ ଚିହ୍ନ ଥିଲା । ପ୍ରବଳ ରକ୍ତସ୍ରବ ମଧ୍ୟ ହୋଇଥିଲା । ସେତବେଳେ ଗୋବିନ୍ଦପୁର ପୋଲିସ ତଦନ୍ତ କରି ମଧ୍ୟ ପରିଚୟ ନପାଇବାରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଷ୍ଟମର୍ଟମ କରିଥିଲା ।

 ଏପଟେ ପରିବାର ଲୋକେ ଅଧିକ ଖୋଜାଖୋଜି କରିବା ପରେ ସେହି ମୃତଦେହଟି ନବଘନଙ୍କର ବୋଲି ଜାଣିବାକୁ ପାଇଥିଲେ । ଆଙ୍ଗୁଠିରେ ପିନ୍ଧିଥିବା ଏକ ତମ୍ବା ମୁଦିକୁ ଦେଖି ସେ ମୃତଦେହ ଚିହ୍ନଟ କରିଥିଲେ । ଏବେ ତାଙ୍କୁ କେହି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଟଙ୍କା କାରବାରକୁ ନେଇ ହତ୍ୟାକାଣ୍ଡ ହୋଇଥିବା ସୂଚନା ଦେଇଛନ୍ତି ପରିବାର ଲୋକେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
missing-in-bhubaneswar-deadbody-recovered-from-niali-How did Navaghan Pattshani die? | Argus News