Videos
|
Odisha

CMO Missing Files / CMOରୁ ତଦନ୍ତ କମିଶନ ଫାଇଲ୍ ଗାଏବ ଘଟଣା, ଖୋଳତାଡ଼ ଆରମ୍ଭ କଲା କ୍ରାଇମବ୍ରାଞ୍ଚ ଟିମ୍‌

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·1 min read
CMOରୁ ତଦନ୍ତ କମିଶନ ଫାଇଲ୍ ଗାଏବ ଘଟଣା, ଖୋଳତାଡ଼ ଆରମ୍ଭ କଲା କ୍ରାଇମବ୍ରାଞ୍ଚ ଟିମ୍‌
CMO File Investigation

Key Points

ତଦନ୍ତ କମିଶନ ଫାଇଲ୍ ଗାଏବ ଘଟଣାର ଖୋଳତାଡ଼
ଆଜିଠୁ ତଦନ୍ତ ଆରମ୍ଭ କଲା କ୍ରାଇମବ୍ରାଞ୍ଚ
କମିଶନରେଟ ପୋଲିସ କରିଥିବା ତଦନ୍ତର ତଥ୍ୟ ନେଉଛି କ୍ରାଇମବ୍ରାଞ୍ଚ
ସିଏମଓରୁ ଫାଇଲ ହଜିବା ମାମଲା । ତଦନ୍ତ ନିର୍ଦ୍ଦେଶ ପରେ କ୍ୟାପିଟାଲ ଥାନାରେ ପହଞ୍ଚିଲା ତିନି ଜଣିଆ କ୍ରାଇମବ୍ରାଞ୍ଚ ଟିମ୍। ତଦନ୍ତ କମିଶନ ଫାଇଲ୍ ଗାଏବ ଘଟଣାର ଖୋଳତାଡ଼ ଆଜିଠୁ କ୍ରାଇମବ୍ରାଞ୍ଚ ଆରମ୍ଭ କରିଛି । କମିଶନରେଟ ପୋଲିସ ପୂର୍ବରୁ କରିଥିବା ତଦନ୍ତର ସମସ୍ତ ରିପୋର୍ଟ ଆଜି କ୍ରାଇମବ୍ରାଞ୍ଚ ନିଜ ହାତକୁ ନେବ ।

ସେହିପରି, ପୂର୍ବରୁ ନୋଟିସ୍ ସତ୍ତ୍ୱେ ହାଜର ହୋଇନଥିବା ଅଧିକାରୀମାନଙ୍କୁ ପୁଣି ନୋଟିସ୍ ଜାରି କରାଯିବ କି ? ନା ସିଧାସଳଖ ସେମାନଙ୍କୁ ଜେରା କରାଯିବ ତା' ଉପରେ ସମସ୍ତଙ୍କ ନଜର ରହିଛି । ଏହି ମାମଲାରେ ପୂର୍ବତନ ଆଇଟି ସଚିବ ମନୋଜ ମିଶ୍ର ପୂର୍ବରୁ କ୍ୟାପିଟାଲ ଥାନାରେ ହାଜର ହୋଇଥିବା ବେଳେ, ପୂର୍ବତନ 5T ସଚିବ ଭି.କେ ପାଣ୍ଡିଆନ, ପୂର୍ବତନ IAS ଅଧିକାରୀ ରାଜେଶ ବର୍ମା ଏବଂ ଉପେନ୍ଦ୍ର ବେହେରା ଏପର୍ଯ୍ୟନ୍ତ ହାଜର ହୋଇନାହାନ୍ତି ।

ଏହି ପ୍ରମୁଖ ବ୍ୟକ୍ତିମାନଙ୍କୁ କ୍ରାଇମବ୍ରାଞ୍ଚ କେବେ ଓ କିପରି ପଚରାଉଚରା କରିବ, ତାହା ଉପରେ ନଜର ରହିଛି । ସେହିପରି ଫାଇଲ୍ ଗାଏବ ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ କିଏ ଏବଂ କେବେ କ୍ରାଇମବ୍ରାଞ୍ଚ ସେମାନଙ୍କ ପାଖରେ ପହଞ୍ଚିବ ତା ଉପରେ ସମସ୍ତଙ୍କ ନଜର ରହିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: