Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନିୟମର ଖୁଲମଖୁଲା ଉଲ୍ଲଘଂନ କରୁଛନ୍ତି ମିଶନ ଶକ୍ତି କର୍ମକର୍ତ୍ତା

Manini Pattanayak
Browse all articles by Manini Pattanayak
·2 years ago·1 min read
ନିୟମର ଖୁଲମଖୁଲା ଉଲ୍ଲଘଂନ କରୁଛନ୍ତି ମିଶନ ଶକ୍ତି କର୍ମକର୍ତ୍ତା

ମୟୂରଭଞ୍ଜ:  ନିର୍ବାଚନ ବେଳେ ଆଦର୍ଶ ଆଚରଣ ବିଧିକୁ ଫୁ। କେବେ ନିଆଯିବ କାର୍ଯ୍ୟାନୁଷ୍ଠାନ ? ନିୟମର ଖୁଲମଖୁଲା ଉଲ୍ଲଘଂନ କରୁଛନ୍ତି ମିଶନ ଶକ୍ତି କର୍ମକର୍ତ୍ତା, ଆଶା ଓ ଅଙ୍ଗନବାଡ଼ି କର୍ମୀ। ମିଶନ ଶକ୍ତିର ପୂର୍ବତନ ସଚିବ ସୁଜାତା କାର୍ତ୍ତିକେୟନ ଏପରି କାର୍ଯ୍ୟ କରିବାକୁ ଦେଇଥିଲେ କି ନିର୍ଦ୍ଦେଶ ? ମୟୂରଭଞ୍ଜ ଜିଲ୍ଲା ମିଶନ ଶକ୍ତି ସଭାନେତ୍ରୀ ବିଷ୍ଣୁପ୍ରିୟା ଦାସ ଆଚରଣ ବିଧି ଉଲଂଘନ କରି ବିଜେଡି ପାଇଁ ନିର୍ବାଚନ ପ୍ରଚାର କରୁଥିବା ବିଜେପି ଅଭିଯୋଗ କରିଛି। 

ମୋରଡ଼ା ବିଜେଡି ପ୍ରାର୍ଥୀ ପ୍ରୀତିନନ୍ଦା କାନୁନ୍‌ଗୋଙ୍କ ପାଇଁ ସେ ପ୍ରଚାର କରୁଥିବା ଅଭିଯୋଗ ହୋଇଛି । ଏପରିକି ବିଷ୍ଣୁପ୍ରିୟା ଏକ ଭିଡିଓ ଜାରି କରି ମିଶନ ଶକ୍ତି ମହିଳାଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ଅପିଲ କରିଥିବା ଭିଡିଓ ଭାଇରାଲ ହେଉଛି । ଏଥିସହ ବିଜେଡି ବିଧାୟକ ରାଜକିଶୋର ଦାସ ଓ ତାଙ୍କ ପତ୍ନୀ ତଥା ବିଜେଡି ପ୍ରାର୍ଥୀ ଶ୍ରୀମତୀ କାନୁନ୍‌ଗୋଙ୍କ ସହ ପ୍ରଚାର କରିଛନ୍ତି। ଏନେଇ ବିଜେପି ବିଧାୟକ ପ୍ରାର୍ଥୀ ଡ.କୃଷ୍ଣଚନ୍ଦ୍ର ମହାପାତ୍ର ଓ ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ କରି ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
Mission Shakti workers are in flagrant violation of the law | Argus News